ମାଟ୍ରିକ ପରୀକ୍ଷା ଫଳ ଲିକ, ଦିବ୍ୟାନଶୁ କର ଟପ୍ପର

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ସକାଳ ୯ଟାରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ତା ପୂର୍ବରୁ ଏହା ଲିକ ହୋଇଯାଇଛି। ବିଶେଷକରି ଟପ ହଣ୍ଡରେଡ ତାଲିକା ଲିକ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ଔପଦା ହାଇସ୍କୁଲର ଛାତ୍ର ଦିବ୍ୟାନଶୁ କର ସର୍ବମୋଟ ୬୦୦ ନମ୍ବର ମଧ୍ୟରୁ ୫୮୮ ରଖି ଟପ୍ପର ହୋଇଛନ୍ତି। ସେହିପରି ବୌଦ୍ଧ ସରସ୍ଵତୀ ଶିଶୁମନ୍ଦିରର ଅଙ୍କିତ ମହାପାତ୍ର ୫୮୩ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଟକ ରେଭେନ୍ସା କଲିଜିଏଟ ସ୍କୁଲର ସ୍ଥିତପ୍ରଜ୍ଞା ନାଥଶର୍ମା ୫୮୨ ନମ୍ବର ରଖି ଟପ୍ପର ହୋଇଛନ୍ତି। ଟପ ୧୦୦ ତାଲିକାରେ ୧୧୦ ଜଣ ସ୍ଥାନ ପାଇଛନ୍ତି। ଏହି ଘଟଣାକୁ ବୋର୍ଡ କର୍ତୃପକ୍ଷ ସ୍ଵୀକାର କରିଛନ୍ତି। ପ୍ରଥମେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଚୋରି, ଖାତା ମୂଲ୍ୟାୟନରେ ଅବ୍ୟବସ୍ଥା ପରେ ଫଳ ପ୍ରକାଶ ପାଇବା ପୂର୍ବରୁ ଲିକ ହେବା ଘଟଣା ମାଧ୍ୟମିକ ଶିକ୍ଷା ପରିଷଦକୁ ବିବାଦ ଘେରକୁ ଟାଣିନେଇଛି। ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି (୨୮ ତାରିଖ) ସକାଳ ୯ଟାରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଏଥରକ ପୁସ୍ତିକା ମିଳିବନି, ଇଣ୍ଟରନେଟ ଓ ଏସଏମଏସରେ ପରୀକ୍ଷା ଫଳ ମିଳିବ। ପରୀକ୍ଷାର୍ଥୀମାନେ , s9.com/bseorissa.in,  www.bseorissa.in,  www.orissaresults.nic.in, www.indiaresults.com, www.exametc.com, www.schools9 ୱେବ ସାଇଟରେ ଏହି ପରୀକ୍ଷା ଫଳ ଜାଣିପାରିବେ। ସେହିପରି OHSB<> rollno ଲେଖି 57333 କୁ OR10<> rollno ଲେଖି 5676799 କୁ, OR10<> rollno ଲେଖି 5888 କୁ ଏସଏମଏସ କଲେ ମଧ୍ୟ ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। ହେଲେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାର ୧୮ ଘଣ୍ଟା ପୂର୍ବରୁ ଏହା କିପରି ଲିକ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

 

Share in top social networks!