ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ : ଗାଁ ସ୍ୱାସ୍ଥ୍ୟ ସମୀକ୍ଷା ଲୋକାର୍ପିତ

damanaveenମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ନୂତନ କାର୍ଯ୍ୟକ୍ରମ ‘ଗାଁ ସ୍ୱାସ୍ଥ୍ୟ ସମୀକ୍ଷା’ କୁ କରଞ୍ଜିଆ ଠାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତପୂର୍ବରୁ ସାମ୍ଭାବ୍ୟ ବିଶୃଙ୍ଖଳା ଘଟାଇବା ଆଶଙ୍କାରେ ୮ଜଣ କଂଗ୍ରେସ ନେତାଙ୍କୁ ଅଟକ ରଖାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପହଞ୍ଚି ପ୍ରଥମେ କରଞ୍ଜିଆ ସହର ପାଇଁ ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ଦାମୋଦର ରାଉତ,ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ,କେଉଁଝର ସାଂସଦ ଯଶୋବନ୍ତ ସିଂ ଲାଗୁରି,ଉପବାଚସ୍ପତି ସାନନ୍ଦ ମାରାଣ୍ଡି,ସ୍ଥାନୀୟ ବିଧାୟକ ବିଜୟ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ପରେ କରଡିଆ ଠାରେ ‘ଗାଁ ସ୍ୱାସ୍ଥ୍ୟସମୀକ୍ଷା ’କାର୍ଯ୍ୟକ୍ରମ ଯୋଜନାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ ଯେ ସୁସ୍ଥ ଓଡିଶା ଗଠନରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ।

Share in top social networks!
Powered By Indic IME