ଓଡିଆ ସାହିତ୍ୟରୁ ଏକ ଭିନ୍ନ ସ୍ଵାଦର ଅନୁଭବ ବାରି ହୁଏ

ଅନ୍ୟାନ୍ୟ ଆଞ୍ଚଳିକ ସାହିତ୍ୟ ଅପେକ୍ଷା ଓଡିଆ ସାହିତ୍ୟରୁ ଏକ ଭିନ୍ନ ସ୍ଵାଦର ଅନୁଭବ ବାରି ହୁଏ । କାରଣ ଓଡିଆ ସାହିତ୍ୟରେ ମାଟିର ବାସ୍ନା ଥାଏ ବୋଲି ବିଶିଷ୍ଟ ବଙ୍ଗଳା ଔପନ୍ୟାସିକ ସ୍ଵପ୍ନମୟ ଚକ୍ରବର୍ତ୍ତୀ କହିଛନ୍ତି ।

ଯଦୁନାଥ ଦାସ ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଯଦୁନାଥ ମହାପାତ୍ରଙ୍କ ୮୫ତମ ଜୟନ୍ତୀ ଓ ସାହିତ୍ୟ ସମ୍ମାନ ପ୍ରଦାନ ଉତ୍ସବ -୨୦୧୩ ର ଅତିଥି ଭାବେ ଯୋଗ ଦେଇ ଶ୍ରୀ ଚକ୍ରବର୍ତ୍ତୀ ଏହା କହିଛନ୍ତି । ସାହିତ୍ୟିକ ବିଭୁତିପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କହିଲେ ଯଦୁନାଥଙ୍କ କବିତା ଓ ନାଟକରେ ପ୍ରଗତିଶୀଳତାର ଛାପରହିଛି । ତେଣୁ ତାଙ୍କ ରଚିତ ପୁସ୍ତକଗୁଡ଼ିକର ପୁନଃପ୍ରସାରଣ କରାଯାଉ ବୋଲି ସେ ପରାମର୍ଶ ଦେଇଥିଲେ । ଯଦୁମଣି ଦାସ ମହାପାତ୍ର କହିଲେ ସାହିତ୍ୟ ମୋ ଜୀବନର ଧର୍ମ ।

ପରିଣତ ବୟସ ଯୋଗୁଁ ଆଉ କିଛି ସୃଷ୍ଟି କରିବା ସମ୍ଭବ ହେଉ ନ ଥିଲେ ବି ସାହିତ୍ୟ ଚର୍ଚାରେ ସକ୍ରିୟ ରହିବି । ଏହି ଅବସରରେ ୪ ଜଣ ସାରସ୍ଵତ ସାଧକଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା । ମହାପାତ୍ର ନୀଳମଣି ସାହୁଙ୍କୁ ଯଦୁମଣି ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ବ୍ରଜରାଜ ରଥଙ୍କୁ କବିତା,ଡ. ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ନାଟ୍ୟକାର ଓ ଡ. ମହେଶ୍ଵର ମହାନ୍ତିଙ୍କୁ ଯଦୁନାଥ ଶିଶୁ ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧନା କରାଯାଇଛି । ସମ୍ବର୍ଦ୍ଧନାପରେ ଅଭିରାମ ନନ୍ଦଙ୍କ ଦ୍ଵାରା ବଂଶୀ ବାଦନ ସହ ଗଡ ମେକର ଅନୁଷ୍ଠାନ ଦ୍ଵାରା ଭଜନ ପରିବେଷଣ କରଯାଇଥିଲା