ଉଚ୍ଚଶିକ୍ଷା ନିମନ୍ତେ ମେଧାବୃତ୍ତି ପ୍ରଦାନ

23 MINISTER BADRIPATRA ENTER CEBINET MEETING.ASHOKଓଡିଶା ସରକାର ଉଚ୍ଚ ଶିକ୍ଷା ମାଧ୍ୟମରେ ୨୦୧୨-୧୩ ବର୍ଷ ପାଇଁ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷାକ୍ଷେତ୍ରରେ ପୋତ୍ସାହିତ କରିବା କରିବା ପାଇଁ ‘ମେଧାବୃତ୍ତି’ ପ୍ରଦାନ କରିବାକୁ ଯୋଜନା କରିଛନ୍ତି । ଏଥି ନିମନ୍ତେ ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରିବା ପାଇଁ ବିଜ୍ଞାପନ ଜରିଆରେ ଦରଖାସ୍ତ ଆହ୍ଵାନ କରାଯାଇଛି । ଯେଉଁ ଛାତ୍ରଛାତ୍ରୀ ମାନେ ଓଡିଶାର ଅଧିବାସୀ ହୋଇଥିବେ ,ପିତାମାତାଙ୍କର ସମୁଦାୟ ବାର୍ଷିକ ଆୟ ୬ଲକ୍ଷ ଟଙ୍କା ମଧ୍ୟରେ ସୀମିତ ଥିବା ଏବଂ ପୂର୍ବ ପରୀକ୍ଷାରେ ନିର୍ଦ୍ଧାରିତ ନମ୍ବର ରଖିଥିବେ ସେମାନଙ୍କୁ ଯୋଗ୍ୟତା ଭିତ୍ତିରେ ଏହି ମେଧା ବୃତ୍ତି ପ୍ରଦାନ କରାଯିବ ।

ନାରୀ ଶିକ୍ଷାର ପ୍ରଗତି ନିମନ୍ତେ ଏଥିରେ ମେଧାବୀ ଛାତ୍ରୀ ମାନଙ୍କ ପାଇଁ ଅଣ ବୈଷୟିକ ବୃତ୍ତିରେ ୫୦ପ୍ରତିଶତ ଆରକ୍ଷଣ ରଖାଯିବା ସହିତ ନିର୍ଦ୍ଧାରିତ ନମ୍ବରରେ ୧୦%ରିହାତି ପ୍ରଦାନ କରାଯାଇଛି । ଏଥିପାଇଁ +୨,+୩,ସ୍ନାତକୋତ୍ତର ଏବଂ ବୈଷୟିକ ତଥା ପେଶାଗତ ଶିକ୍ଷାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ internet ମାଧ୍ୟମରେ ମାର୍ଚ୍ଚ ୧ରୁ ୧୨ ତାରିଖ ମଧ୍ୟରେ ଆବେଦନ କରିପାରିବେ । ଏହିବୃତ୍ତି ପ୍ରଦାନ ତଥା ଦରଖାସ୍ତ କରିବା ଏବଂ କଲେଜ ପକ୍ଷରୁ ଦରଖାସ୍ତ ଗୁଡିକର ଯାଞ୍ଚ କରିବା ପ୍ରଣାଳୀରେ ସବିଶେଷ ବିବରଣୀ http://65.19.149.177/ ରେ ଉପଲବ୍ଧ ହେଉଅଛି । ଯୋଗ୍ୟ ଛାତ୍ରଛାତ୍ରୀମାନେ ସରକାରଙ୍କ ଏହି ହିତକାରୀ ଯୋଜନାର ସଦୁପଯୋଗ କରିବା ପାଇଁ ଉଚ୍ଚ ଶିକ୍ଷା ତରଫରୁ ଅନୁରୋଧ କରାଯାଉଅଛି

Share in top social networks!

2 thoughts on “ଉଚ୍ଚଶିକ୍ଷା ନିମନ୍ତେ ମେଧାବୃତ୍ତି ପ୍ରଦାନ

  1. we are submitted the medhabruti form before 16th march but the college doesnt have any id and password so they did not send the form at right time.so now what i have to do sir?
    if any offline application form is there then please you imform me in my mail id please sir!!!!!!!!!!

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <strike> <strong>