ଖଣି ଦୁର୍ନୀତି ହୋଇନ ଥିଲେ ଶାହାକମିଶନ ଗଠନ ହୋଇନଥାନ୍ତା-ଜଷ୍ଟିସ୍ ଶାହା

27 SAHA COMMISSION CHAIRMAN M.B.SAHA ARRIVED AT BBSR (1)ଖଣିଦୁର୍ନୀତି ଉପରେ ଅଭିଯୋଗ ହୋଇ ନଥିଲେ କମିଶନ ଗଠନ ହୋଇନଥାନ୍ତା ବୋଲି ଜଷ୍ଟିସ୍ ଏମ.ଶାହା ପ୍ରକାଶ କରିଛନ୍ତି । ରାଜ୍ୟ ଅତିଥି ଭବନରେ ହୋଇଥିବା ଏହି ଶୁଣାଣି ବେଳେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କହିଲେ ଯେ ମେସର୍ସ ଆରିଆନ ମାଇନିଙ୍ଗ ଏଣ୍ଡ ଟ୍ରେଡିଙ୍ଗ କର୍ପୋରେସନ ପ୍ରାଇଭେଟ ଲିମିଟେଡ ପକ୍ଷ ରଖିବା ବେଳେ ଏମାନଙ୍କ ବିରୋଦ୍ଧରେ ହୋଇଥିବା ଅନେକ ଅଭିଯୋଗ ଉପରର ସ୍ପଷ୍ଟୀକରଣ ଦେବା ପାଇଁ ଅଧିକ ସମୟ ପଡୁଛି ।

ସୀମିତ ସମର ମଧ୍ୟରେ ତାହା ଦେବା ସମ୍ଭବ ହେଉନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା । ଗୁଜୁରାଟ ରେ ଆସନ୍ତା ମାସରେ ପକ୍ଷ ରଖିବା ପାଇଁ ସେମାନଙ୍କୁ କୁହାଯାଇଛି । ଗତକାଲି ଠାରୁ ଆରମ୍ଭ ହୋଇଥିବା ଶୁଣାଣି ଶନିବାରଦିନ ପର୍ଯ୍ୟନ୍ତ ଚାଲୁରହିବ । ଆଜିର ୨ୟ ଦିବସରେ ପକ୍ଷ ରଖିବା ପାଇଁ ୨୧ଟି କମ୍ପାନୀ କୁ ଡକାଯାଇଥିଲା ।

ଏଥିରୁ ୨୦ଟି କମ୍ପାନୀ ସେମାନଙ୍କ ପକ୍ଷ ରଖିଛନ୍ତି । ଏହି କମ୍ପାନୀ ଗୁଡିକ ହେଲା ମେସର୍ସ ଅର୍ଜୁନ ଲାଡା ,ବିରାଟ ଚନ୍ଦ୍ର ଡଗରା ମାଇନ୍ସ,ବିକାଶ ଚନ୍ଦ୍ର ମାଇନ୍ସ,ବାସୁଦେବ ଅଗ୍ରୱାଲ ମାଇନ୍ସ,ମଙ୍ଗିଲାଲ ରୁନାଟା ମାଇନ୍ସ ଲିମିଟେଡ ,ରୁନଟା ପ୍ରାଇଭେଟ ଲିମିଟେଡ,ମେସାର୍ସ ଫ୍ରି ଗ୍ରେଡ ଆଣ୍ଡ କମ୍ପାନୀ ଲିମିଟେଡ,ବଣାଇ ଇଣ୍ଡଷ୍ଟ୍ରିଆଲ କମ୍ପାନୀ ,ମେସର୍ସ ସାରଦା ମାଇନ୍ସ ପ୍ରାଇଭେଟ ଲିମିଟେଡ ।

Share in top social networks!
Powered By Indic IME