ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ୨୮ ତାରିଖରେ ସକାଳ ୯ଟାରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡର ମୁଖ୍ୟ ଅଫିସରେ ଏହା ବାହାରିବ। ତେବେ ଏଥରକ ପୁସ୍ତିକା ମିଳିବନି, ଇଣ୍ଟରନେଟ ଓ ଏସଏମଏସରେ ପରୀକ୍ଷା ଫଳ ମିଳିବ। ପରୀକ୍ଷାର୍ଥୀମାନେ , s9.com/bseorissa.in,  www.bseorissa.in,  www.orissaresults.nic.in, www.indiaresults.com, www.exametc.com, www.schools9 ୱେବ ସାଇଟରେ ଏହି ପରୀକ୍ଷା ଫଳ ଜାଣିପାରିବେ। ସେହିପରି OHSB<> rollno ଲେଖି 57333 କୁ OR10<> rollno ଲେଖି 5676799 କୁ, OR10<> rollno ଲେଖି 5888 କୁ ଏସଏମଏସ କଲେ ମଧ୍ୟ ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିପାରିବେ।