ଜିଦି ତମେ

ଶିଶିର କୁମାର ଭଟ୍ଟମିଶ୍ର

                                      

 

 

 

 

 

 

କେଡ଼େ ଅବୁଝା ତମେ

ବୋଧେ ଜିଦି ବି॰॰॰

ତେଣୁ ସ୍ଵପ୍ନ ସବୁ ଏବେ ମୋର

ମୃତିକା ମାରୁହାଣ୍ଡି/ ଅର୍ଫାନର ଶବ

 

ସେମାନେ(ସ୍ଵପ୍ନ ସବୁ) ଏବେ

ଆଉଟୁ ପାଉଟୁ

ମଶାଣିର ସନ୍ନାଟା ଭିତରେ

ମୁନିସିପାଲିଟି ମେହେନ୍ତରର ବିଡ଼ି ଗନ୍ଧରେ॰॰॰

 

ମୋର ମୋ ପାଇଁ ଚିନ୍ତା ନାହିଁ

ଯାହା କଷ୍ଟ ଦେବାର ଅଛି ମତେ ଦିଅ

ମୋ ସ୍ଵପ୍ନର ଦୋଷ କଣ

ତାକୁ ବଞ୍ଚିବାକୁ ରାହା ଦିଅ॰॰॰

Share in top social networks!
Powered By Indic IME