ଆଜି ଆସିବେ ଶାହାକମିଶନଙ୍କ ପ୍ରତିନିଧିଦଳ

Shah-commission-2-400x275ଓଡିଶାରେ ହୋଇଥିବା ଖଣିଦୁର୍ନୀତି ଘଟଣାର ତଦନ୍ତକରୁଥିବା ଜଷ୍ଟିସଶାହାକମିଶନ ଙ୍କ ୫ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଦିନ ଭୁବନେଶ୍ଵରରେ ପହଞ୍ଚିବେ । ବୁଧବାର ଦିନ ଭୁବନେଶ୍ଵରରେ ନିଜେ ଜଷ୍ଟିସ ଶାହା କମିଶନ ରାଜ୍ୟ ଅତିଥି ଭବନରେ ପହଞ୍ଚିବାପରେ ଏଥିନେଇ ଶୁଣାଣି ହେବ ।

ଖଣି ଫାଇଲ ଯାଞ୍ଚସମୟରେ ଯେଉଁ ସବୁରେ ଲାଖୁନା ରହିଛି ତାହା ଉପରେ ରାଜ୍ୟ ସରକାର ନିଜ ପକ୍ଷ ଶାହାକମିଶନଙ୍କ ନିକଟରେ ରଖିବେ । ଓଡିଶା ଗସ୍ତରେ ଆସୁଥିବା ୫ଜଣିଆ ପ୍ରତିନିଧି ଦଳ ଓଡିଶାରେ ରହିବାସମୟରେ ୧୮୬ଟି ଲୁହାପଥର ଓ ମାଙ୍ଗାନିଜ ଖଣିର ସ୍ଥିତି ଉପରେ ଅନୁଧ୍ୟାନ କରିବେ । ଏପରିକି ଲିଜଧାରୀଙ୍କୁ ମଧ୍ୟ ଏଥିରେ ପକ୍ଷ ରହିବାର ସୁଯୋଗ ଦିଆଯିବ । ଏଥିପାଇଁ ରାଜ୍ୟସରକାରଙ୍କ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଏପରିକି୨୦୦୫ରୁ ୨୦୧୨ ମସିହା ମଧ୍ୟରେ କେଉଁ ଖଣିରୁ କେତେ ପରିମାଣର ଖଣି ଖୋଳାଯାଇଛି । ତାହାଉପରେ ଶୁଣାଣି ହେବାର ସୂଚନା ଜଣାପଡିଛି । ଏପରିକି ଖଣି କମ୍ପାନୀ ଓ ସରକାରଙ୍କ ପକ୍ଷରୁ ପକ୍ଷ ରଖିବା ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟର ଓକିଲ ମାନଙ୍କୁ ନିଯୁକ୍ତି ଦିଆଯାଇଥିବାର ଜଣାପଡିଛି ।

ସୂଚନାଯୋଗ୍ୟ ଯେ ରାଜ୍ୟର ଖଣି ମହାଦୁର୍ନୀତି ଘଟଣାର ତଦନ୍ତ କରୁଥିବା ଶାହାକମିଶନ ପୂର୍ବରୁ ଓଡିଶା ଆସି ରାଜ୍ୟ ଅତିଥି ଭବନରେ ଶୁଣାଣିକରି ଫେରିଛନ୍ତି । ଏପରିକି ଯେଉଁ ସବୁ ଖଣି ର ସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଅଞ୍ଚଳର ଅନୁଧ୍ୟାନ ପାଇଁ ପୁଣିଥରେ ରାଜ୍ୟ ସରକାର ଶାହାକମିସନଙ୍କୁ ଅନୁରୋଧ କରିପାରନ୍ତି ବୋଲି ଜଣାପଡିଛି ।

Share in top social networks!
Powered By Indic IME