ଓଡ଼ିଶାକୁ ଅବହେଳା ପ୍ରତିବାଦରେ ଦିଲ୍ଲୀରେ ନାଗରିକ ସମାଜର ଧାରଣା ,ବିଜେଡ଼ିର ୫ସାଂସଦ ସାମିଲ

mpodishanagarikasamaj1ଓଡ଼ିଶାକୁ ରେଳବାଇ ପକ୍ଷରୁ ଅବହେଳା କରାଯାଉଥିବା ପ୍ରତିବାଦରେ ନାଗରିକ ସମାଜ ପକ୍ଷରୁ ଦିଲ୍ଲୀର ଯନ୍ତରମନ୍ତର ଠାରେ ଧାରଣାଦିଆଯାଇଛି। ଓଡିଶାରୁ ରେଳବାଇ ଅଧିକ ରାଜସ୍ୱ ନେଉଥିଲେ ମଧ୍ୟ ସେପରି ଭାବେ ଅନୁଦାନ ପ୍ରଦାନ କରୁନଥିବାର ଅଭିଯୋଗ କରିଛନ୍ତି ନାଗରିକ ସମାଜର ଆବାହକ ଇଂ ଲଲିତ ମୋହନ ପଟ୍ଟନାୟକ ।

ଆସନ୍ତା ରେଳ ବଜେଟରେ ଓଡ଼ିଶାକୁ ଅଧିକ ପରିମାଣର ଅନୁଦାନ ଯୋଗାଇ ଦେବାପାଇଁ ଦାବି କରାଯାଇଛି ।ଆଜି ନାଗରିକ ସମାଜ ପକ୍ଷରୁ ଦିଆଯାଇଥିବା ଧାରଣାରେ ଶାସକ ଦଳର ୫ଜଣ ସାଂସଦ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ରହିଥିଲେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,ଶଶିଭୂଷଣ ବେହେରା,ଏବି ଶର୍ମା,ବୈଷ୍ଣବ ପରିଡା ,ଦିଲ୍ଲୀପ ତିର୍କୀ ପ୍ରମୁଖ ଯୋଗଦେଇ ଧାରଣାକୁ ସମର୍ଥନ କରିଥିଲେ ।

Share in top social networks!
Powered By Indic IME