ଦିଲ୍ଲୀଠାରେ ଫେବୃଆରୀ ୧୮ ଓ ୧୯ ରେ ଗ୍ରାମ୍ୟ ପାନୀୟଜଳ ସମ୍ବଦ୍ଧୀୟ ଜାତୀୟ ପରାମର୍ଶ ବୈଠକ

01 CABINET MEETING BIKRAM ARUKH ENTER.ASHOKନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ ଫେବୃଆରୀ ୧୮ ଓ ୧୯ ଦୁଇଦିନ ଧରି ଗ୍ରାମ୍ୟ ପାନୀୟ ଜଳ ସମ୍ବନ୍ଧୀୟ ଜାତୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହେଉଛି | ଏହି ବୈଠକ ରେ ଦେଶର ରାଜ୍ୟର ଗ୍ରାମ୍ୟ ଉନ୍ନୟନ ସଚିବ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀମାନେ ଯୋଗଦେଇ ନିଜ ରାଜ୍ୟର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସମ୍ବନ୍ଧୀୟ ସମସ୍ୟା ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ | ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ସମବାୟ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଏହି ଜାତୀୟ ପରାମର୍ଶ ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଗ୍ରସ୍ତରେ ଯାଇଛନ୍ତି | ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ରନାଥ ତ୍ରିପାଠୀ ମଧ୍ୟ ଏହି ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଗ୍ରସ୍ତ କରିଛନ୍ତି |

କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟଗୁଡିକର ଗ୍ରାମ୍ୟ ଉନ୍ନୟନ ସଚିବମାନଙ୍କ ବୈଠକ ଫେବୃଆରୀ ୧୮ ତାରିଖରେ ଅନୁଷ୍ଠିତ ହେଉଛି | ସମସ୍ତ ରାଜ୍ୟର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀମାନେ ଫେବୃଆରୀ ୧୯ ତାରିଖରେ ଗ୍ରାମୀଣ ପାନୀୟ ଜଳ ସମ୍ବଦ୍ଧୀୟ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବେ | ଏଥିରେ କେନ୍ଦ୍ର ପାନୀୟ ଜଳ ଓ ପରିମଳ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ ଦାୟିତ୍ଵ) ଅଧ୍ୟକ୍ଷତା କରିବେ |

ଏହି ଜାତୀୟ ପରାମର୍ଶ ବୈଠକରେ ଦେଶର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ପରିଲକ୍ଷିତ ହେଉଥିବା ସମସ୍ତ ସମସ୍ୟା ଓ ସେଗୁଡିକର ସମାଧାନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ | ଆଇ.ଇ.ସି, ଏଚ୍.ଆର୍.ଡି କାର୍ଯ୍ୟାବଳୀ, ପାନୀୟ ଜଳର ମାନ ପରୀକ୍ଷଣ, ଜଳ ଉତ୍ସ ଅନୁସନ୍ଧାନ ଏବଂ ବହୁବିଧ ଅନ୍ୟ କାର୍ଯ୍ୟକ୍ରମ ସହ ଏଗୁଡ଼ିକର ସମନ୍ଵୟ, ଏନ୍.ଆର୍.ଡି.ଡବ୍ଲ୍ୟୁ.ପି ଯୋଜନାର ବାସ୍ତବ ଓ ଆର୍ଥିକ ଉନ୍ନତି ସହ ଖର୍ଚ୍ଚ ହୋଇ ନଥିବା ଅର୍ଥ ଏବଂ ରାଜ୍ୟଗୁଡିକ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ବାଧାବିଘ୍ନ ସମ୍ବନ୍ଧରେ ବ୍ୟାପକ ଆଲୋଚନା କରାଯାଇ ତାହାର ସମାଧାନର ପନ୍ଥା ସ୍ଥିର କରାଯିବ |

Share in top social networks!
Powered By Indic IME