ସୁବର୍ଣ୍ଣରେଖା ପ୍ରକଳ୍ପ ଏବଂ ମେଗା ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

tn_6-2-2013=1ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଏବଂ ମେଗା ଉଠାଜଳସେଚନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ ଝାଡଖଣ୍ଡ ଓ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ୪୦୪୯.୯୩ କୋଟି ଟଙ୍କାର ସୁବର୍ଣ୍ଣରେଖା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।

ଏହି ପ୍ରକଳ୍ପ ଦ୍ଵାରା ଉଭୟ ଝାଡଖଣ୍ଡ ଓ ଓଡିଶା ର ଏକ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ସୁବିଧା ମିଳିପାରିବ । ଏହି ପ୍ରକଳ୍ପର ଗାଲୁଡିହ ବ୍ୟାରେଜ ଏବଂ ନିମ୍ବିରା ବନ୍ଧା କାମ ସଂପୂର୍ଣ୍ଣ ହୋଇଯାଇଛି । ସେହିପରି ସୁବର୍ଣ୍ଣରେଖା ମୁଖ୍ୟ କେନାଲର ୯୦ ପ୍ରତିଶତ କାମ ଶେଷ ହୋଇଯାଇଛି । ସେହିପରି ଗାଲୁଡିହ ବ୍ୟାରେଜରୁ ଆଗାମୀ ଜୁଲାଇ ରୁ ୨୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ ବୋଲି ବୈଠକରେ ସୂଚନାଦିଆଯାଇଥିଲା। ଏଥିପାଇଁ ଝାଡଖଣ୍ଡ ସରକାରଙ୍କ ସହିତ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିରକରିବାପାଇଁ ବୈଠକରେ ସ୍ଥିରକରାଯାଇଥିଲା ।

ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ଵାରା ଓଡିଶାର ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲା ରେ ଜଳସେଚନ ସୁବିଧାର ସଂପ୍ରସାରଣ କରାଯାଇପାରିବ। ଝାଡଖଣ୍ଡସରକାର ସହିତ ଉପଯୁକ୍ତ ସମନ୍ଵୟ ରଖି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାପାଇଁ ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗକୁ ପରାମର୍ଶ ଦେଇଥିଲେ। ଚାଷୀ ଯେପରି ସୁବିଧାରେ ଓ ଶୀଘ୍ର ଜଳସେଚନ ସୁବିଧା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ମେଗା ଜଳସେଚନ ପ୍ରକଳ୍ପ ଉପରେ ଗୁରୁତ୍ଵ ଦେଉଛନ୍ତି । ମେଗା ଉଠାଜଳସେଚନ ପ୍ରକଳ୍ପଜରିଆରେ ୨ଲକ୍ଷ ୧୪ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ। ଏଥିପାଇଁ ୧୫ଟି cluster ରେ ୧୭୪ ଟି ମେଗା ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ବିଭିନ୍ନ ପ୍ରକ୍ରିୟାଗତ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରିବାପାଇଁ ପଦକ୍ଷେପ ନିଆଯାଇଛି ।

ପ୍ରକଳ୍ପ ଅଞ୍ଚଳମାନଙ୍କରେ 132/33 kv ବିଦ୍ୟୁତ୍ ଗ୍ରୀଡ ଜରିଆରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ପାଇଁ ଜଳସଂପଦ ବିଭାଗ ଓପିଟିସିଏଲ ନିକଟରେ ୩୦କେଓଟିଆଇ ଟଙ୍କା ଦାଖଲ କରାଯାଇଛି । ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀ ଯୁଗଳ କିଶୋର ମହାପାତ୍ର , ମୁଖ୍ୟମନ୍ତ୍ରୀଙ୍କ ପମୁଖ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢି , ଜଳସଂପଦ ପ୍ରମୁଖ ସଚିବ ଶ୍ରୀ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share in top social networks!
Powered By Indic IME