୨୬/୧୧ ଆକ୍ରମଣକାରୀଙ୍କ ପ୍ରଶିକ୍ଷକ ଆବୁ ଜିନ୍ଦାଲ ଗିରଫ

ବମ୍ବେ ଆକ୍ରମଣ ମାମଲାରେ ଏକ ବଡ ଧରଣର ସଫଳତା ମିଳିଛି। ଏହି ମାମଲାର ଜଣେ ପ୍ରମୁଖ ଅଭିଯୁକ୍ତ ସୟିଦ ଜାବିଉଦ୍ଦିନ ଓରଫ ଆବୁ ଜିନ୍ଦାଲଙ୍କୁ ଗିରଫ କରାଯିବା ସୋମବାର ସ୍ଵରାଷ୍ଟ୍ର ମନ୍ତ୍ରୀ ପି॰ ଚିଦାମ୍ବରମ ପ୍ରକାଶ କାରିଛନ୍ତି। ଜିନ୍ଦାଲ ଲସ୍କର-ଇ-ତୋଇବା ଆତଙ୍କବାଦୀ ଏବଂ ସେ ୧୦ ଜଣ ବମ୍ବେ ଆକ୍ରମଣକାରୀଙ୍କୁ ହିନ୍ଦୀ ଶିକ୍ଷ୍ୟା ଦେବା ସହ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ଦେଉଥିଲେ ବୋଲି କୁହାଯାଉଛି। ୩୦ ବର୍ଷୀୟ ଜିନ୍ଦାଲଙ୍କ ଘର ମହାରାଷ୍ଟ୍ରର ବିଡ ଜିଲ୍ଲା ଅନ୍ତର୍ଗତ ଜେୟରାୟ ଅଞ୍ଚଳରେ। ତାଙ୍କୁ ଧରିବାକୁ ଗତ ୪୩ ମାସ ଧରି ଉଦ୍ୟମ କରାଯାଉଥିଲା। ଏ ନେଇ ଭାରତ ସରକାର ଇଣ୍ଟରପୋଲ ସହାୟତାରେ ରେଡ କର୍ଣ୍ଣନର ଜାରି କରିଥିଲେ। ଗିରଫ ଜିନ୍ଦାଲଙ୍କୁ ଜେରା କରାଯାଇଛି। ବମ୍ବେ ଆକ୍ରମଣରେ ସମ୍ପୃକ୍ତ ଥିବା ଏବଂ ଏହାର ମାଷ୍ଟରମାଇଣ୍ଡ ଜାକିଉର ରହମାନ ଲାଖବ୍ଵିଙ୍କ ସହ ମିଶି କାମ କରୁଥିବା ନେଇ ଜେରା ବେଳେ ଜିନ୍ଦାଲ ସ୍ଵୀକାର କରିଛନ୍ତି।

Share in top social networks!