ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ସହ ରାହୁଲ ଗାନ୍ଧୀଙ୍କ ବୈଠକ

cuttack sahid bhaban re rahul gandhi (34)କଂଗ୍ରେସ ଉପସଭାପତି ରୂପେ ଦାଇତ୍ଵ ନେବା ପରେ ଆଜି ରାହୁଲ ଗାନ୍ଧୀ ଦିଲ୍ଲୀର ୧୫, ଗୁରୁଦ୍ଵାର ରକାବଗଞ୍ଜ ରୋଡସ୍ଥିତ କାର୍ଯ୍ୟାଳୟରେ ବିଭିନ୍ନ ରାଜ୍ୟର କଂଗ୍ରେସ ସଭାପତି ତଥା ବିରୋଧୀ ଦଳ ନେତାମାନଙ୍କ ସହିତ ଦୀର୍ଘ ୯ ଘଣ୍ଟା ଧରି ମାରାଥନ ବୈଠକ କରିଥିଲେ | କଂଗ୍ରେସ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେଇଥିଲେ | ବିଭିନ୍ନ ରାଜ୍ୟର କଂଗ୍ରେସର ସାଙ୍ଗଠନିକ ସ୍ଥିତି ତଥା ରାଜ୍ୟର ପ୍ରସଙ୍ଗ ସମ୍ପର୍କରେ ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ, ପ୍ରଦେଶ କଂଗ୍ରେସ ସଭାପତି ତଥା ବିରୋଧୀ ଦଳ ନେତାମାନଙ୍କ ସହିତ ଆଲୋଚନା କରିଥିଲେ | ବୈଠକରେ ଓଡିଶାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବନ ଓଡିଶା ବିଧାନସଭାରେ ବିରୋଧୀ ଦଳର ନେତା ଭୁପିନ୍ଦର ସିଂହ ଯୋଗଦେଇଥିଲେ |

କଂଗ୍ରେସର ଓଡିଶାରେ ବର୍ତ୍ତମାନର ସଂଗଠନ ସ୍ଥିତି, ସଂଗଠନକୁ ମଜବୁତ୍ କରିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତଥା ଓଡିଶାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ଦ୍ଵାରା କେଉଁ ଭଳି ଭାବେ ଅପହରଣ କରିନିଆଯାଉଛି ସେ ସମ୍ପର୍କରେ ରାହୁଲ ଗାନ୍ଧୀଙ୍କୁ ବିସ୍ତ୍ରୁତ ଭାବେ ଅବଗତ କରାଯାଇଥିଲା | ଓଡିଶାର ନେତାମାନେ ବର୍ତ୍ତମାନର ରାଜନୈତିକ ସ୍ଥିତି ସମ୍ପର୍କରେ ମଧ୍ୟ ରାହୁଲଙ୍କୁ ଅବଗତ କରିଥିଲେ | ଓଡିଶାରେ କଂଗ୍ରେସ ବିରୋଧୀ ଦଳ ଭାବେ ତାହାର ଭୂମିକା କିପରି ନିର୍ବାହ କରୁଛି ସେ ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରାଯାଇଥିଲା | ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ନେଇ କଂଗ୍ରେସ ଦ୍ଵାରା କିଭଳି ବିଧାନସଭାରେ ଉପସ୍ଥାପନ କରାଯାଉଛି ସେ ସମ୍ପର୍କରେ ରାହୁଲଙ୍କୁ କୁହାଯାଉଥିଲା | ଖଣି ଦୁର୍ନୀତି, କୋଇଲା ଦୁର୍ନୀତି, ଚାଷୀମାନଙ୍କ ବିଭିନ୍ନ ସମସ୍ୟା, କେନ୍ଦ୍ରର ଅନୁଦାନକୁ ବିନିଯୋଗ ନକରିବା ସମ୍ପର୍କରେ ମଧ୍ୟ ନେତାମାନେ ସେମାନଙ୍କର ଆଲୋଚନା ସମୟରେ ଟିକିନିଖି ଭାବେ ଜଣାଇଥିଲେ |

ଯୋଗଦେଇଥିବା ଦୁଇନେତାମାନଙ୍କ କହିବାନୁଯାୟୀ ବୈଠକରେ ରାହୁଲ ଓଡିଶାର ବିଭିନ୍ନ ସମସ୍ୟା ତଥା ତାହାର ନିରାକରଣ ପାଇଁ କେଉଁ ସବୁ ପଦକ୍ଷେପ ନେବାର ଜରୁରୀ ଅଛି ବୋଲି ପ୍ରଶ୍ନ କରିଥିଲେ | ବିରୋଧୀ ଦଳର ନେତା ଭୁପିନ୍ଦର ସିଂହ କହିଥିଲେ ବର୍ତ୍ତମାନର ପରିପ୍ରେକ୍ଷୀରେ ଚାଷୀମାନଙ୍କ ସମସ୍ୟା ଉପରେ କଂଗ୍ରେସ ଓଡିଶାରେ ଅଧିକ ଗୁରୁତ୍ଵ ଦେବାକୁ ପଡିବ | ରାଜ୍ୟ ସରକାର ଚାଷୀମାନଙ୍କର ସହାୟତା ଠିକ୍ ଭାବେ କରିପାରୁ ନାହାନ୍ତି, ତେଣୁ ସେମାନଙ୍କର ଆସ୍ଥା ଓ ବିଶ୍ଵାସ ବର୍ତ୍ତମାନ କଂଗ୍ରେସ ଉପରେ ରହିଛି | ଏହାକୁ ନେଇ ରାହୁଲ ଗାନ୍ଧୀ ସହମତି ପ୍ରକାଶ କରିଥିଲେ ଏବଂ ଆଶ୍ଵାସନା ଦେଇଥିଲେ କଂଗ୍ରେସ ଏଦିଗରେ ଯଥାଶୀଘ୍ର ପଦକ୍ଷେପ ନେବ | କଳାହାଣ୍ଡିର ପ୍ରସ୍ତାବିତ ରେଳବାଇ ବାଗନ ଫେକଟରୀ କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଆରମ୍ଭ ହୋଇନଥିବାର କଥାମଧ୍ୟ ରାହୁଲଙ୍କୁ ଜଣାଇ ଦିଆଯାଇଥିଲା |

ଅନୁନ୍ନତ ଅଞ୍ଚଳର ବିକାଶ ପାଇଁ ଓଡିଶାରେ ରେଳ ସେବାର ବ୍ୟାପକ ଲାଭ ଓଡିଶାକୁ ମିଳିପାରୁନାହିଁ ବୋଲି ନେତାମାନେ କହିଥିଲେ | କେନ୍ଦ୍ର ଦ୍ଵାରା ଦିଆଯାଉଥିବା ପାଣ୍ଠି ଠିକ୍ ସମୟରେ ଉପଯୋଗ ହୋଇପାରୁ ନଥିବାର ମଧ୍ୟ ଜଣାଇଥିଲେ | ତୃଣମୂଳ ସ୍ତରରୁ କଂଗ୍ରେସର ସଂଗଠନକୁ ଦୃଢ କରିବା ପାଇଁ କେଉଁ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି,ଆଦିବାସୀ ଓ ପଛୁଆ ଅଞ୍ଚଳଗୁଡିକରେ କଂଗ୍ରେସର ପ୍ରାରମ୍ଭରିକ ଭୋଟରମାନେ ସଂଖ୍ୟା ବୃଦ୍ଧି ପାଇଁ ପାର୍ଟି ଦ୍ଵାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା |

ରାହୁଲ କହିଥିଲେ, ଓଡିଶାର ବିଭନ୍ନ ପ୍ରସଙ୍ଗରେ ଆଗାମୀ ଦିନରେ ଆହୁରି ବିସ୍ତୃତ ଭାବେ ଜାଣିବା ପାଇଁ ଚାହୁଛନ୍ତି | ତାଙ୍କର ୧୮ ଓ ୧୯ ତାରିଖ ଦୁଇଦିନର ଗ୍ରସ୍ତ ସମୟରେ ମଧ୍ୟ ସେ ସେଠାରେ ଦଳ ସଂଗଠନ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ ଏବଂ କଂଗ୍ରେସକୁ ଓଡିଶାକୁ ବିଶେଷ ଫୋକସ ଦିଆଯିବ ବୋଲି ସେ ଦୁଇନେତାଙ୍କୁ କହିଥିଲେ | ଆଜିର ବୈଠକରେ ଆମନ୍ତ୍ରିତ ୪୯ ଜଣ ନେତାଙ୍କ ମଧ୍ୟରୁ ୪୫ ଜଣ ଉପସ୍ଥିତ ଥିଲେ |

Share in top social networks!
Powered By Indic IME