କିଏ ହେବ ଦ୍ଵିତୀୟ ଶକ୍ତି କେନ୍ଦ୍ର ?

ବିଜୁ ଜନତା ଦଳର ଦ୍ଵିତୀୟ କ୍ଷମତା କେନ୍ଦ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶଦାତା ଭାବେ କାମ କରୁଥିବା ରାଜ୍ୟସଭା ସାଂସଦ ପ୍ୟାରି ମୋହନ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରାଯିବା ପରେ ଏବେ ଶ୍ରୀ ମହାପାତ୍ରଙ୍କ ସ୍ଥାନ ନେବା ପାଇଁ ଅଧ ଡର୍ଜନରୁ ଅଧିକ ନେତାଙ୍କ ମଧ୍ୟରେ ପ୍ରୟାସ ଆରମ୍ଭ ହୋଇଛି। ହେଲେ ଶ୍ରୀ ପଟ୍ଟନାୟକ ଆଉ ପରାମର୍ଶଦାତାଙ୍କ ପରାମର୍ଶ ନନେବା ପାଇଁ ପ୍ରୟାସ ଆରମ୍ଭ କରିଦେଇଥିବା ବିଭିନ୍ନ ମହଲରେ ଚର୍ଚା ହେଉଛି। ଦଳରୁ ପ୍ୟାରି ଅଲୋଡା ହୋଇଯାଇଥିବା ବେଳେ ଏବେ ପରାମର୍ଶ ଦେବାରେ ପଶ୍ଚିମ ଓଡ଼ିଶାର ଜଣେ ମନ୍ତ୍ରୀ, ବିଧାୟକ, ଜଗତସିଂହପୁରର ଜଣେ ବରିଷ୍ଠ ବିଧାୟକ ଏବଂ ଭୁବନେଶ୍ଵରର ଜଣେ ବିଧାୟକଙ୍କ ସମେତ ୨ ଜଣ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ପାଖେପାଖେ ରହି ଏବେ ପରାମର୍ଶ ଦେବାରେ ଲାଗିଛନ୍ତି। ତେବେ ଆଗାମୀ ଦିନରେ କିଏ ସେ ମୁଖ୍ୟ ପରାମର୍ଶଦାତା ଆସନକୁ ହାତେଇ ନେଉଛି ଏହାକୁ ନେଇ ଏବେ ଚର୍ଚା ଚାଲିଛି।

Share in top social networks!