ଓଡିଶା ଦିବସ ଅବସରରେ ସାମ୍ବାଦିକମାନଙ୍କ ବାର୍ଷିକ ପୁସ୍ତିକା-୨୦୧୩ ପ୍ରକାଶନ ହେବ

DSC_0274ଓଡିଶା ଦିବସ ଅବସରରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ‘ଓଡିଶା ପ୍ରେସଏକାଡେମୀ’ ର ସହଯୋଗରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ପଞ୍ଜୀକରଣ କରାଯାଇ ଏକ ବାର୍ଷିକ ସାମ୍ବାଦିକ ପୁସ୍ତିକା ୨୦୧୩ ପ୍ରକାଶନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି | ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନଙ୍କ ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ଜନ୍ମତାରିଖ ଏବଂ ଗଣମାଧ୍ୟମରେ କାର୍ଯ୍ୟ ଆରମ୍ଭ ସମ୍ପର୍କରେ ସୂଚନା ସହ ସମ୍ବାଦପତ୍ରରୁ ମାସିକ ପରିଶ୍ରମିକ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ | କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାସ୍ପୋର୍ଟ ସାଇଜ ଫଟୋ ସଂଗ୍ରହ କରାଯାଇ ବାର୍ଷିକ ପୁଷ୍ଟିକରେ ସ୍ଥାନିତ ହେବ |

ସମ୍ବାଦପତ୍ର ଶିଳ୍ପ, ସାମ୍ବାଦିକ ଏବଂ ସରକାରଙ୍କ ମିଳିତ ଆର୍ଥିକ ସହଯୋଗରେ ଗଠିତ ପେନସନ୍ ଫଣ୍ଡ ମାଧ୍ୟମରେ ଅବସର ଗ୍ରହଣ କରୁଥିବା ସାମ୍ବାଦିକମାନଙ୍କ ପେନସନ ଯୋଜନା କାର୍ଯ୍ୟକାରୀ
କରାଯିବ | ରାଜ୍ୟ ସରକାର ୨୦୧୨-୧୩ ବାର୍ଷିକ ବଜେଟରେ ୨୦ ଲକ୍ଷ ଟଙ୍କା ବ୍ୟବସ୍ଥା ହୋଇଛି | ବଜେଟ ବ୍ୟବସ୍ଥାରେ ଥିବା ଅର୍ଥରାଶିକୁ ସାକାର କରିବା ଉଦ୍ଦେଶ୍ୟରେ ଆବଶ୍ୟକୀୟ ନିୟମାବଳୀ ପ୍ରସ୍ତୁତ କରାଯାଇ ‘ଓଡିଶା ପ୍ରେସଏକାଡେମୀ’ ଜରିଆରେ କାର୍ଯ୍ୟକାରୀ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି |

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନଙ୍କ ସହଯୋଗରେ ‘ଓଡିଶା ପ୍ରେସଏକାଡେମୀ’ ଜରିଆରେ ମାର୍ଚ୍ଚ ସୁଦ୍ଧା ସମସ୍ତ ତଥ୍ୟ ସଂଗ୍ରହ କରାଯାଇ
ସାମ୍ବାଦିକମାନଙ୍କ ସମ୍ପର୍କିତ ବାର୍ଷିକ ପୁସ୍ତିକା ପ୍ରକାଶନ ପାଇଁ ଉଦ୍ୟମ ଜାରି ରହିଛି | ‘ଓଡିଶା ପ୍ରେସ ଏକାଡେମୀ’ ପକ୍ଷରୁ ବାର୍ଷିକ ସାମ୍ବାଦିକ ପୁସ୍ତିକା-୧୦୧୩ ପ୍ରକାଶନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି |