ଚିନ୍ତାରେ ବେବିନାଙ୍କ ପରିବାର

ସମସ୍ତ ବାଦବିବାଦ ସତ୍ଵେ ଶନିବାର ପୁରୀ ସ୍ଵର୍ଗଦ୍ଵାର ଠାରେ ପିପିଲି ପୀଡ଼ିତା ବେବିନାଙ୍କ ସଂସ୍କାର ସରିଛି। ହେଲେ ଏବେବି ତାଙ୍କ ପରିବାର ଲୋକେ ନିଜ ସୁରକ୍ଷା ନେଇ ଭୟଭୀତ ଅଛନ୍ତି। ଏପରିକି ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ଗତକାଲି ବେବିନାଙ୍କ ବାପା ବାବୁଲି ବେହେରା ଗଣମଧ୍ୟମ ଜରିଆରେ ସୁରକ୍ଷା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ଅନ୍ୟପଟେ ଏବେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନେଇ ସବୁ ମହଲରେ ଅପେକ୍ଷା ରହିଛି।

Share in top social networks!