ଆସନ୍ତା ତିନି ବର୍ଷ ମଧ୍ୟରେ ସମସ୍ତ ଗ୍ରାମକୁ କଂକ୍ରିଟ୍ ରୋଡ୍

tn_7-2-2013=1ଆଗାମୀ ତିନି ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଗ୍ରାମରେ ସିମେଣ୍ଟ କଂକ୍ରିଟ୍ ରୋଡ୍ ନିର୍ମାଣ କରାଯିବାକୁ ପଞ୍ଚାୟତିରାଜ ବିଭାଗ ନିଷ୍ପତ୍ତି ନେଇଛି | ଗ୍ରାମାଞ୍ଚଳରେ ଗମନାଗମନକୁ ସ୍ଵଚ୍ଛନ୍ଦ କରିବାକୁ ସରକାରଙ୍କ ଏହା ଏକ ବହୁ ଆକାଂକ୍ଷିତ କାର୍ଯ୍ୟକ୍ରମ| ଫଳରେ ଗ୍ରାମାଞ୍ଚଳରେ ଲୋକଙ୍କ ଜୀବନର ମାନ ଉନ୍ନତ ହେବା ସହ ପରିମଳ ବ୍ୟବସ୍ଥାରେ ଉନ୍ନତି ଆସି ପାରିବ | ଆଗରୁ ଅନ୍ୟାନ୍ୟ ସ୍କିମ୍ ରେ ରାସ୍ତା ନିର୍ମାଣ କରାଯାଇଥିଲା

କିନ୍ତୁ ସମସ୍ତଗ୍ରାମକୁ ରାସ୍ତା ହୋଇପାରି ନଥିଲା ସେ ଦୃଷ୍ଟିରୁ ଏହା ବହୁ ଲୋକାଦୃତ ହୋଇପାରିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ କଳ୍ପତରୁ ଦାସ କହିଛନ୍ତି |ବର୍ତ୍ତମାନ ପ୍ରତି ଗ୍ରାମ ପଞ୍ଚାୟତକୁ ୧୦ ଲକ୍ଷ ଟଙ୍କା ଭାବେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ଅନୁଦାନ ଦେଇଛନ୍ତି | ଏଥିରେ ୬୨୩୬ ଟି ଗ୍ରାମ ପଞ୍ଚାୟତ ସର୍ବମୋଟ ୬୨,୩୬୦ ଲକ୍ଷ ଟଙ୍କା ପରଦାନ କରାଯାଇଛି | ପୂର୍ବରୁ ବ୍ଲକ୍ ମାନଙ୍କୁ
ସିମେଣ୍ଟ କଂକ୍ରିଟ୍ ରୋଡ୍ ନିର୍ମାଣ ପାଇଁ ୧୪୪୯୭.୩୮ ଲକ୍ଷ ଟଙ୍କା ଦିଆଯାଇଥିଲା |

ଏହି ସମସ୍ତ ରୋଡ୍ କାମ ଗୁଡିକ ପଲ୍ଲୀସଭା ଏବନ ଗ୍ରାମସଭାଗୁଡିକରୁ ଆସିଥିବା ପ୍ରସ୍ତାବ ମଧ୍ୟରୁ ହିଁ ଗ୍ରହଣ କରାଯିବ | ଆସନ୍ତା ଅପ୍ରେଲ ୧ ତାରିଖଠାରୁ ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଆବଶ୍ୟକତା ଭିତ୍ତିରେ ଆରମ୍ଭ କରାଯିବ | କଂକ୍ରିଟ୍ ରୋଡ୍ ନିର୍ମାଣରେ ଆଦିମ ଜନଜାତି, ଆଦିବାସୀ, ତଫସିଲଭୁକ୍ତ ଜାତି ଗ୍ରାମକୁ ପ୍ରାଥମିକତା ଦିଆଯିବ |

କଂକ୍ରିଟ୍ ରୋଡ୍ ନିର୍ମାଣରେ ଯେପରି ଉନ୍ନତ ମାନ ବଜାୟ ରହିବ ସେଥିପାଇଁ ବିଭାଗ ତରଫରୁ ଏକ ବୈଷୟିକ ଗାଇଡ ଲାଇନ୍ ପ୍ରସ୍ତୁତ କରାଯାଇଛି | ନିର୍ମାଣ କାର୍ଯ୍ୟର ତଦାରଖ କାର୍ଯ୍ୟ ବ୍ଲକ୍ ର ସହକାରୀ ଯନ୍ତ୍ରୀ ସତପ୍ରତିଶତ କରିବାକୁ ଏହି ସଂକଳ୍ପରେ କୁହାଯାଇଛି | ସେହିପରି ଦଶ ପ୍ରତିଶତ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ) ତଦାରଖ କରିବାକୁ ଥିବା ବେଳେ ପି.ଡି. ପାଞ୍ଚ ଏବଂ ଜିଲ୍ଲାପାଳ ଏକ ପ୍ରତିଶତ ତଦାରଖ କରିବେ |

କଂକ୍ରିଟ୍ କାର୍ଯ୍ୟରେ ରୋଲର ମେସିନ୍, ପ୍ଲେଟ୍ ଭାଇବ୍ରେଟର ବ୍ଯ୍ବହାର କରିବା ପାଇଁ ପ୍ରାବଧାନ ରହିଛି | ତା ଛଡା ନିର୍ମାଣ କାର୍ଯ୍ୟର ସାମାଜିକ ସମୀକ୍ଷା କରାଯିବା ବ୍ୟବସ୍ଥା ରଖାଯାଇଛି | ଆସନ୍ତା ଆର୍ଥିକ ବର୍ଷ ନିମନ୍ତେ ହାତକୁ ନିଆ ଯାଇଥିବା ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଅପ୍ରେଲ ୨୦ରୁ ମେ ୨୦ ତାରିଖ ମଧ୍ୟରେ କାର୍ଯ୍ୟାଦେଶ ପ୍ରଦାନ ନିମନ୍ତେ ଯତ୍ନଶୀଳ ହେବାକୁ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ସମସ୍ତ ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶନା ଦେଇଛନ୍ତି |

Share in top social networks!
Powered By Indic IME