ଅପ୍ରେଲ ୧ରୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ପ୍ରିପେଡ୍ ମିଟର

prepaid-energy-meter-image2ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟ, ଜିଲ୍ଲା ତଥା ବ୍ଲକ୍ ସ୍ତରରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍ଵୟଂଶାସିତ ସଂସ୍ଥା, ସରକାରୀ ସମିତି ଆଦିରେ ପ୍ରିପେଡ୍ ମିଟର ସ୍ଥାପନ କରାଯିବ | ପ୍ରିପେଡ୍ ମିଟର ବସାଯିବା ପରେ ବଣ୍ଟନ କମ୍ପାନୀ ସରକାରୀ କାର୍ଯ୍ୟାଳୟ ଉପରେ ବକେୟା ଦେୟ ପ୍ରସଙ୍ଗ ଉତ୍ଥାପନ କରିବେ ନାହିଁ | ଅପ୍ରେଲ ୧ ପରଠୁ ସରକାର ବକେୟା ଦେୟ ପାଇଁ ଦାୟୀ ରହିବେ ନାହିଁ ବୋଲି ଶକ୍ତି ବିଭାଗର ଏକ ଅଧିସୂଚନାରେ ପ୍ରକାଶ ପାଇଛି |

ଏହା ସହିତ ସମସ୍ତ ବିଭାଗ, ବିଭାଗ ମୁଖ୍ୟ, ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳମାନଙ୍କୁ ପ୍ରିପେଡ୍ ମିଟର ସ୍ଥାପନ ନିମନ୍ତେ ସଂପୃକ୍ତ ବଣ୍ଟନ କମ୍ପାନୀ କତ୍ତୃପକ୍ଷଙ୍କ ସହ ପରାମର୍ଶ କରି କାର୍ଯ୍ୟ କରିବାକୁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି |