ମାଟ୍ରିକ ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତି

matric-examମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାରା ପରିଚାଳିତ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷାର ପରିଚାଳନାର ପ୍ରସ୍ତୁତି ସମ୍ପର୍କରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ,
ଏସ୍ପି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲା | ଉନ୍ନୟନ କମିଶନର ଶ୍ରୀ ଯୁଗଳ କିଶୋର ମହାପାତ୍ର, ବିଭାଗୀୟ ସଚିବ ଉଷା ପାଢୀ ଏହି ଆଲୋଚନା ପରେ
ସଭାପତି ଦକ୍ଷ ପ୍ରସାଦ ନନ୍ଦ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ପାଇଁ ରାଜ୍ୟରେ ୧୪୯୪ ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି |

ଯାହାକି ଗତବର୍ଷ ଠାରୁ ଅଧିକ କରାଯାଇଛି | ଏହା ବ୍ୟତିତ ୩୦୨ଟି ନୋଡାଲ ସେଣ୍ଟର କରାଯାଇଛି | ସେହିସବୁ ସେଣ୍ଟର ମାନଙ୍କରେ ଷ୍ଟ୍ରଙ୍ଗ ରୁମ୍ କରାଯାଇ ପ୍ରଶ୍ନପତ୍ର ରଖାଯିବ |
ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି | ନକ୍ସଲପ୍ରବଣ ଅଞ୍ଚଳରେ ସ୍ଥାନୀୟ ପୋଲିସ ଥାନା ମାନଙ୍କରେ ପ୍ରଶ୍ନପତ୍ର ରହିବ | ୮୩୮୯ଟି ସ୍କୁଲର ପିଲାମାନେ ପରୀକ୍ଷା ଦେବେ | ୫ ଲକ୍ଷ ୩୨ ହଜାର ରେଗୁଲାର ଛାତ୍ରଛାତ୍ରୀ ଏବଂ ୫୮ ହଜାର ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ | ଚଳିତ ବର୍ଷ ଖାତା ଦେଖା କାର୍ଯ୍ୟ ସକାଳ ୯ ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଚାଲିବ |

Share in top social networks!
Powered By Indic IME