ଶ୍ରୀ ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ: ଆଜିଠାରୁ ମରାମତି

20 LINGARAJ SIBARATRI JAGARA JATRA.ASHOKଶ୍ରୀ ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଥିବା ଅଷ୍ଟଧାତୁ କଳସର ମରାମତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ | ଏଥିପାଇଁ ପୂର୍ବାହ୍ନ ୧୦ ଟାରୁ ୧୨ ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ବନ୍ଦ ରହିବ | ସୂଚନା ଅନୁଯାୟୀ ଦଧିନଉତି ଉପରେ ଅଷ୍ଟଧାତୁ କଳସରେ ୮ ଇଞ୍ଚ ଲମ୍ବ ଓ ୧ ଇଞ୍ଚ ଚଉଡାର ଫାଟ ରହିଛି | କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ୨ଥର ଅନୁଧ୍ୟାନ ପରେ ଏହାର ମରାମତି ପାଇଁ ନିଷ୍ପତ୍ତି ହୋଇଥିଲା | ଓଡିଶା ନିର୍ମାଣ ନିଗମର କର୍ମଚାରୀ ଓ କୁଶଳୀ କାରିଗରଙ୍କ ସହଯୋଗରେ ଫାଟର ମଝି ଓ ତଳ ଭାଗରେ ପଟି ଦିଆଯିବ |

ଏଥି ପାଇଁ ପ୍ରତ୍ନତତ୍ତ୍ଵ ବିଭାଗ କୋର କମିଟି ସଦସ୍ୟ ପିଏଲ୍ ମହାପାତ୍ରଙ୍କ ନେତୃତ୍ଵରେ ଏକ ୭ ଜଣିଆ କମିଟି ଆସିବେ | ସେମାନେ ଅନୁଧ୍ୟାନ କରିବା ପରେ ବ୍ୟୟ ଅଟକଳ କରାଯିବ | ବ୍ୟୟ ବରାଦ ପରେ ନୟାଗଡ ଓ ଖୋର୍ଦ୍ଧାର ଅଭିଜ୍ଞ କାରିଗରଙ୍କ ସହାୟତାରେ ଏହା ମରାମତି ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

Share in top social networks!
Powered By Indic IME