ବିଦ୍ୟୁତ୍ ଶୁଳ୍କ ଏବଂ କ୍ଷୀର ବୃଦ୍ଧିକୁ ନେଇ ଜନସାଧାରଣ ହନ୍ତସନ୍ତ ହେବେ

01 ELECTRIC REGULETERY COMITEE HEARING.ASHOK (2)ରାଜ୍ୟରେ ଆସନ୍ତା ଏପ୍ରିଲ ମାସରୁ ବିଦ୍ୟୁତ୍ ଦର ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି | ବିଦ୍ୟୁତ୍ କମ୍ପାନୀ ମାନେ ବିଦ୍ୟୁତ୍ କ୍ଷତି ଦର୍ଶାଉଥିବାବେଳେ ବିଦ୍ୟୁତ୍ ଚୋରି ଜନିତ କ୍ଷତି ମଧ୍ୟ ରାଜ୍ୟରେ ସର୍ବାଧିକ ତାହା ସରକାର ଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ | ବିଭିନ୍ନ କମ୍ପାନୀ ମାନଙ୍କ ଠାରେ ବ ବିଦ୍ୟୁତ୍ ବିଲ୍ ବକେୟା ଥିବାସତ୍ତ୍ୱେ ସେମାନଙ୍କଠାରୁ ସରକାର ହଜାର ହଜାର କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଆଦାୟ କରିବାରେ ସକ୍ଷମ ହୋଇନାହାନ୍ତି ବରଂ ଟାଳଟୁଳି ନୀତି ଅବଲମ୍ବନ କରୁଛନ୍ତି |

ଶହ ଶହ କୋଟି ଟଙ୍କାର ବିଦ୍ୟୁତ୍ ଚୋରି ହେଉଥିବା ବେଳେ କମ୍ପାନୀ ମାନଙ୍କର ସେଥିପ୍ରତି ନିଘା ନାହିଁ | ବିଦ୍ୟୁତ୍ କ୍ଷତିକୁ ଭରଣା କରିବା ପାଇଁ ସାଧାରଣ ଜନତାଙ୍କ ଉପରେ ବିଦ୍ୟୁତ୍ ବିଲ୍ କୁ ବୃଦ୍ଧିକୁ ନେଇ ଜାତୀୟ ସମାଜବାଦି ବିଚାର ମଞ୍ଚ ଦୃଢ ବିରୋଧ କରୁଛି | ସେହିପରି କ୍ଷୀର ଦର ୨ଟଙ୍କା ବୃଦ୍ଧିକୁ ମଧ୍ୟ ପାର୍ଟିର ରାଜ୍ୟ ସଭାପତି ତଥା ଓଡିଶା ଜଣ ସାମୁଖ୍ୟର ଉପାଧ୍ୟକ୍ଷ ଭାସ୍କର ଚନ୍ଦ୍ର ମହାନ୍ତି, ପାର୍ଟିର ମହାସଚିବ ତଥା ମୁଖପାତ୍ର ଏବଂ ପୁରୁଣା ଭୁବନେଶ୍ଵର ଯୁବ ସଂଗଠନର ସଭାପତି ପ୍ରଦୀପ ସେନାପତି, ପ୍ରଭାତ କୁମାର ମହାନ୍ତି, ଭୁବନେଶ୍ଵର ଜିଲ୍ଲା ସଭାପତି ବୈକୁଣ୍ଠ ନାୟକ, ସାଧାରଣ ସମ୍ପାଦକ ପ୍ରଭାକର ବିଶ୍ଵାଳ ପ୍ରମୁଖ ୧ଟଙ୍କା ଚାଉଳ ଯୋଗାଣର କ୍ଷତିକୁ ଭାରନା କରିବା ପାଇଁ ସାଧାରଣ ଜନତାଙ୍କ ଉପରେ ଏହି ବୃଦ୍ଧି ଲଦି ଦିଆଯାଇଥିବାରୁ ତୁରନ୍ତ ଦର ବୃଦ୍ଧି ପ୍ରାତ୍ୟାହାର କରିବା ପାଇଁ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି |

Share in top social networks!
Powered By Indic IME