ରାଜନାଥଙ୍କୁ ସାକ୍ଷାତ କଲେ ଜୁଏଲ୍

17394_S_Jual-Oramରାଜ୍ୟ ବିଜେପି ସଭାପତି ଜୁଏଲ୍ ଓରାମ ବିଜେପିର ରାଷ୍ଟ୍ରୀୟ ସଭାପତି ରାଜନାଥ ସିଂହଙ୍କୁ ନୂଆଦିଲ୍ଲୀର ଅଶୋକରୋଡ଼ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି | ଓଡିଶାର ସାଂପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ନେଇ ଶୀଘ୍ର ନିଷ୍ପତ୍ତି ନେବାକୁ କହିଛନ୍ତି ବୋଲି ଏହି ସାକ୍ଷାତ ପରେ ଜୁଏଲ୍ ଗଣମାଧ୍ୟମ ପରତିନିଧିମାନଙ୍କୁ ଜଣାଇଛନ୍ତି | ପୁଣି କହିଛନ୍ତି ଯେ ରାଜନାଥ ସିଂହ ଆସନ୍ତା ୭ ଦିନ ପର୍ଯ୍ୟନ୍ତ କାର୍ଯ୍ୟବ୍ୟସ୍ତ ଥିବା ଯୋଗୁଁ ଓଡିଶା ପ୍ରସଙ୍ଗ ପାଇଁ ସମୟ ନେବେ |

ଓଡିଶାରେ ବିଜେପି ପ୍ରସଙ୍ଗରେ ନିଷ୍ପତ୍ତି ନେବା ପୂର୍ବରୁ କେନ୍ଦ୍ରର ବରିଷ୍ଠ ନେତା ମାନଙ୍କ ମତାମତ ଲୋଡିବେ ବୋଲି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି | ଓଡିଶା ବ୍ୟତିତ ରାଜସ୍ଥାନ ଓ ଉତ୍ତରାଖଣ୍ଡ ରାଜ୍ୟରେ ବିଜେପିର ସାଙ୍ଗଠନିକ ନିର୍ବାଚନ ସମ୍ପର୍କରେ ମଧ୍ୟ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ପକ୍ଷରୁ ନିଷ୍ପତ୍ତି ନିଆଯାଇପାରି ନାହିଁ |

Share in top social networks!
Powered By Indic IME