ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ସାମ୍ବାଦିକ ସଂଘର ଶୋକସଭା

ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରମେଶ ଶର୍ମା (୬୪) ଙ୍କ ଗୁରୁବାର ଦିନ ପରଲୋକ ହୋଇଯାଇଛି | ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଶୁକ୍ରବାର ଦିବା ୧୦ଟା ସମୟରେ ସ୍ଥାନୀୟ ବ୍ରାହ୍ମଣ ଭବନରେ ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି |

ଏହି ସଭାରେ ସାମ୍ବାଦିକ ସୁରଥ ବେହେରା ସଭାପତିତ୍ଵ ନେଇଥିବା ବେଳେ ସଭାର ଇଂରାଜୀ ଖବର ନିୱ ଇଣ୍ଡିଆନ୍ ଏକ୍ସପ୍ରେସ ର ଜିଲ୍ଲାର ପ୍ରତିନିଧି ସଞ୍ଜୟ କୁମାର ମିଶ୍ର ଯୋଗଦେଇ ସ୍ଵର୍ଗୀୟ ରମେଶ ଶର୍ମାଙ୍କ ସାଙ୍ଗରେ ବିତାଇଥିବା ସମୟ ସମସ୍ତଙ୍କ ଆଗରେ ବର୍ଣନା କଲେ | ଏହି ସଭାରେ ବରିଷ୍ଠ ସାମ୍ବାଦିକ ମୌଜ ଆଧାର ଶର୍ମା ସ୍ଵର୍ଗୀୟ ରମେଶ ଶର୍ମା ଯେପରି ନିଜ କାର୍ଯ୍ୟାଳୟ ସମୟରେ ସମସ୍ତଙ୍କୁ ଏକତ୍ରିତ ଦୁର୍ନୀତି ବିରୋଧ କରିବା ସହ ସାହସିକତା କରି ନିଜର ଖବର କାଗଜରେ ସତ୍ୟ ଘଟଣା ପ୍ରଚାର କରୁଥିବା ଉଦାହରଣ ଦେଇଥିଲେ, ଓ ଆଗାମୀ ଦିନରେ କିପରି ସମସ୍ତ ସାମ୍ବାଦିକ ଏକାଠି ହୋଇ ସମସ୍ତ ସାମ୍ବାଦିକତାର ମୁଖ୍ୟ ଉଦେଶ୍ୟକୁ କାର୍ଯ୍ୟ ରୂପେ ପରିଣତ କରିବେ |

ଏଠାରେ ଉଲ୍ଲେଖ କରାଗଲା ଯେ ସ୍ଵର୍ଗୀୟ ରମେଶ ଶର୍ମା ବିଗତ ୩୫ ବର୍ଷ କାଳ ନିଜର ସାମ୍ବାଦିକତା ନିଷ୍ଠା ଓ ନିସ୍ଵାର୍ଥରେ କରିଆସୁଥିଲେ | ସେ ଅନେକ ସମୟରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧ କରି ନିଜର ସାମ୍ବାଦିକତା ଜରିଆରେ ବିରୋଧ କରିଆସୁଥିଲେ | ଏହି ସାମ୍ବାଦିକ ସଂଘର ଶୋକସଭାରେ ବରିଷ୍ଠ ସାମ୍ବାଦିକ ମୌଜ ଆଧାର ଶର୍ମା, ଗୁରୁଦାୟାଲ ହଂସ, ସୁବାସ ବେହେରା, ସୁରଦାସ ବାଗ, ଜୋବାନାନନ୍ଦ ମହାନ୍ତି, କୁଶଲ ସିଂ ଠାକୁର, ସୁକଦେବ ମହାନ୍ତି, ଶିବ ପ୍ରସାଦ ବାଗ, ସାନ୍ତାନୁ ବିଭାଗ ପ୍ରମୁଖ ନିଜର ମନ୍ତବ୍ୟ ରଖିଥିଲେ |

Share in top social networks!
Powered By Indic IME