ରାଜ୍ୟସ୍ତରୀୟ ଯୁବ ରେଡ୍କ୍ରସ୍ ପରାମର୍ଶଦାତା ସମାବେଶ; ଅନ୍ୟର ସେବାରେ ଜୀବନର ସାର୍ଥକତା ରହିଛି-ରାଜ୍ୟପାଳ

ପ୍ରେମ ସବୁ ରୋଗର ମହୌଷଧ#ା ଏହା ମାଧ୍ୟମରେ ଅନେକଙ୍କ ମୁହଁରେ ହସ ଫୁଟାଇ ହେବା
ଅନ୍ୟର ସେବାରେ ନିଜ ଜୀବନର ସାର୍ଥକତା ରହିଛିା ଦୟା, ପ୍ରେମ, କରୁଣା ଓ ଶ୍ରଦ୍ଧା ହେଉଛି ମଣିଷର
ଭୂଷଣ ଏବଂ ଏହାକୁ ହାସଲ କରିବା ପାଇଁ ପ୍ରତ୍ୟେକ ନିଜ ନିଜ ସ୍ତରରେ ସାଧନା କରିବାକୁ ରାଜ୍ୟପାଳ
ତଥା ଭାରତୀୟ ରେଡ୍କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ
ପରାମର୍ଶ ଦେଇଛନ୍ତିା
ଆଜି ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ପରାମର୍ଶଦାତା ସମାବେଶରେ
ଉଦ୍ବୋଧନ ଦେଇ ରାଜ୍ୟପାଳ କହିଲେ ଯେ ରେଡ୍କ୍ରସ ସମଗ୍ର ପୃଥ#ବୀରେ ସେବାର ଏକ ପ୍ରତୀକ
ହୋଇପାରିଛିା ରେଡ୍କ୍ରସ୍ର ଆଦର୍ଶ ଓ କର୍ମଧାରା ମାନବତାବାଦର ପ୍ରସାର କରୁଛିା ରେଡ୍କ୍ରସର
କାର୍ଯ୍ୟଧାରାରେ କର୍ମ-ଜ୍ଞାନ-ଭକ୍ତି ଯୋଗର ପ୍ରୟୋଗ ରହିଛିା ଏଭଳି ଏକ ଭାବଧାରାର ବ୍ୟାପକ ପ୍ରସାର
ଓ କାର୍ଯ୍ୟାନ୍ୱୟନ ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତିା
ସମଗ୍ର ବ୍ରହ୍ମାଣ୍ଡରେ ପ୍ରତ୍ୟେକ ପ୍ରତ୍ୟେକଙ୍କ ସହ ସମ୍ବଧ#ତା ଜଡ଼ ମଧ୍ୟରେ ମଧ୍ୟ ଚେତନା ବିଦ୍ୟମାନ
ା ଏଣୁ ହାର୍ଦ୍ଦିକ ଆବେଗ ସହ ପ୍ରତ୍ୟେକଙ୍କୁ ଆପଣେଇବାକୁ ରାଜ୍ୟପାଳ ପ୍ରଫେସର ଲାଲ ପରାମର୍ଶ
ଦେଇଛନ୍ତିା
ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଲେ ଯେ ଭାରତ ହେଉଛି ଏକ ଯୁବ
ଦେଶା ଜନସଂଖ୍ୟାର ପ୍ରାୟ ୫୦ ଶତାଂଶ ୨୫ ବର୍ଷରୁ କମ୍ ବୟସ ବର୍ଗରେ ଅଛନ୍ତିା ଏଭଳି ସ୍ଥିତିର
ସୁଯୋଗ ନେଇ ଯୁବ ଶକ୍ତିକୁ ସେବାମୂଳକ କାର୍ଯ୍ୟରେ ସଂଶ୍ଳିଷ୍ଟ କରାଗଲେ ଦେଶର ଅଶେଷ ପ୍ରଗତି ସାଧ#ତ
ହୋଇପାରିବା
ଭାରତୀୟ ରେଡ୍କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଂପାଦିକା ମେଜର ଡ.
କଳ୍ପନା ଦାସ ଓଡ଼ିଶାରେ ରେଡ୍କ୍ରସର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୁବ ପରାମର୍ଶଦାତା ସମାବେଶର ଆଭିମୁଖ୍ୟ
ସଂପର୍କରେ ସୂଚନା ଦେଇଥ#ଲୋ ସମାବେଶରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ
ଶାଶ୍ୱତ ମିଶ୍ର ଉପସ୍ଥିତ ଥ#ଲୋ କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ ସସ୍ମିତା ସାମନ୍ତ ବକ୍ତବ୍ୟ ପ୍ରଦାନ
କରିଥ#ଲୋ ଏହି ଅବସରରେ ରାଜ୍ୟପାଳ ବାର୍ଷିକ ବିବରଣୀ ଓ ନିଉଜ୍ ଲେଟରକୁ ଉନ୍ମୋଚନ କରିଥ#ଲୋ