ନିର୍ବାଚନ ଇସ୍ତାହାରରେ ଚାଷୀ କଲ୍ୟାଣକୁ ଆମେ ଏକ ନମ୍ବରରେ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆମର ନିର୍ବାଚନ ଇସ୍ତାହାରରେ ଚାଷୀ କଲ୍ୟାଣକୁ ଆମେ ଏକ ନମ୍ବରରେ
ରଖିଛୁ । ଆମର କାଳିଆ ଯୋଜନାରେ ଏ ପର୍ଯ୍ୟନ୍ତ ୪୦ଲକ୍ଷ ଚାଷୀ ଉପକାର ପାଇଲେଣି । ମୁଁ ଆପଣଙ୍କୁ କଥା
ଦେଉଛି, ବିଜୁ ଜନତା ଦଳ ସରକାର ଗଠନର ପ୍ରଥମ ଦିନରେ ହିଁ ବାକି ଥିବା ୨୫ଲକ୍ଷ ଚାଷୀ କାଳିଆ
ଯୋଜନାର ଦୁଇଟି କିସ୍ତି ୧୦,୦୦୦ ଟଙ୍କା ଏକଥରକେ ପାଇବେ । କେହି ଜଣେ ବି ଚାଷୀ ବଞ୍ଚôତ ହେବେ
ନାହିଁ । ଏବେ ନୁହେଁ କି କେବେ ନୁହେଁ । କେନ୍ଦ୍ରର ବଡ଼ ବଡ଼ ନେତାମାନେ ୫ବର୍ଷରେ ଥରେ ବି ଆସିଲେନି
ନବରଙ୍ଗପୁର । ଭୋଟ ପରେ ବି ଆସିବେ ନାହିଁ । ଏବେ କେବଳ ଭୋଟ ପାଇଁ ଆସିଛନ୍ତି । ମୋର ପ୍ରିୟ
ଭାଇଭଉଣୀମାନେ, ଆପଣମାନେ ଜବାବ ମାଗନ୍ତୁ । କେବିକେ ଯୋଜନା କାହିଁକି ବନ୍ଦ କଲେ? ଏସ୍‍ସି/ଏସ୍‍ଟି
ପିଲାଙ୍କ ଛାତ୍ରବୃତ୍ତି କାହିଁକି ବନ୍ଦ କଲେ? ମହାନଦୀ ପାଣି କାହିଁକି ବନ୍ଦ କଲେ? ଚାଷୀ ବୀମାରେ କାହିଁକି ଚାଷୀ
ହଇରାଣ? କୁଆଡେ଼ ଗଲା ୧୦ କୋଟି ଚାକିରି? କୁଆଡେ଼ ଗଲା ନବରଙ୍ଗପୁର ପାଇଁ ନୂଆ ରେଳ ଲାଇନ୍‍?
କୁଆଡେ଼ ଗଲା ସବୁ ଜମିକୁ ପାଣି? ଓଡ଼ିଶା ଖର୍ଚ୍ଚ କଲା ୨୦ ହଜାର କୋଟି ଟଙ୍କା, କେନ୍ଦ୍ର ଦେଲା ୨୫୦ କୋଟି
ଟଙ୍କା । କୋଉଠି ଥିଲେ ବନ୍ୟା, ବାତ୍ୟା, ମରୁଡ଼ି ସମୟରେ? ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆପଣଙ୍କ ସେବା କରି
ଚାଲିବି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ । ଦୁଇଥର । ଥରେ ଏମ୍‍ଏଲ୍‍ଏ
ପାଇଁ ଓ ଆଉଥରେ ଏମ୍‍ପି ପାଇଁ । ଧନ୍ୟବାଦ ।