ମୁଖ୍ୟମନ୍ତ୍ରୀ ୩୩% ମହିଳା ସଂରକ୍ଷଣ କହୁଥିଲା ବେଳେ ଦୁର୍ଷ୍କମକାରୀଙ୍କୁ ସୁରକ୍ଷା ଦେଉଥିବା ନେତାଙ୍କୁ ଟିକେଟ କେମିତି ଦେଲେ ?: ବିଜେପି

ବେବିନା ଧର୍ଷଣ ମାମଲାରେ ସମ୍ପୃକ୍ତି ଥିବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବିଜୁ ଜନତା ଦଳ ପିପିଲିରୁ ନିର୍ବାଚନ ଟିକଟ ଦେଇଛି । ଯେତେବେଳେ ବେବିନା ଗଣଦୁର୍ଷ୍କମ ମାମଲାରେ ଦୋଷୀମାନଙ୍କୁ କ୍ରାଇମବ୍ରାଂଚ ଜାଣିଶୁଣି ସାହାଯ୍ୟ କରି ତଥ୍ୟ ପ୍ରମାଣ ଉପସ୍ଥାପନା ନକରି ଅଦାଲତରୁ ଖସାଇ ଦେଲା ସେତେବେଳେ ମନ୍ତ୍ରୀ ପ୍ରଦୀପ ମହାରଥୀ ବାବୁ ସତ୍ୟର ଜୟ ହୋଇଛି ବୋଲି କହିଥିଲେ । ବିଧାନସଭା ଭିତରେ ପ୍ରଦୀପ ମହାରଥୀ ବିଜେପିର ମହିଳା ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଅଶାଳୀନ ମନ୍ତ୍ୟବ ଦେଇଥିଲେ ଯାହା ସଭ୍ୟ ସମାଜରେ କେହି କାହାକୁ କହି ପାରିବେ ନାହିଁ । ଏକ ସାଧାରଣ ସଭାରେ ପ୍ରଦୀପ ମହାରଥୀ ବୁଲେଟ ଟ୍ରେନ ଉପରେ ଭାଷଣ ଦେଉଥିଲା ବେଳେ ଅଶାଳିନ ମନ୍ତ୍ୟବ ଦେଇଥିଲେ । ଯେଉଁ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କଥା ଉଠାଇଥିଲେ ସେ କିପରି ଭାବେ ଏଭଳି ବ୍ୟକ୍ତି ବିଶେଷଙ୍କୁ ଟିକେଟ ଦେଲେ ଯେଉଁମାନେ ମହିଳାଙ୍କୁ ସମ୍ମାନ ଦେଇ ଶିଖିନାହାନ୍ତି । ନବୀନ ମହିଳାଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଓ ଭୋଟ ପାଇଁ ବାୟା ହେଉଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନିରେ ଅଭିଯୋଗ କରିଛନ୍ତି ବିଜେପି ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।
ଲେଖାଶ୍ରୀ କହିଛନ୍ତି ଯେ, ସେହିପରି ପୁରୀ ବିଧାନସଭା ଆସନରେ ମହେଶ୍ୱର ମହାନ୍ତିଙ୍କୁ ଟିକେଟ ଦିଆଯାଇଛି । ବିଧାନସଭାର ଜଣେ ମହିଳା ମାର୍ଶାଲକୁ ଅସଦାଚରଣ କରିଥିବାର ଅଭିଯୋଗ ମହେଶ୍ୱର ମହାନ୍ତିଙ୍କ ନାଁରେ ଅଛି । ସେହିପରି ତାଳେଚର ଆସନ ପାଇଁ ବ୍ରଜ ପ୍ରଧାନଙ୍କୁ ନବୀନ ବାବୁ ଟିକେଟ ଦେଇଛନ୍ତି ଯାହାଙ୍କ ନାଁରେ ଯୈ÷ାନ ନିଯ୍ୟାତନା ଅଭିଯୋଗ ଅଛି ଏବଂ ମାମଲା ବିଚାରଧିନ ଅଛି । ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ସ୍ୱାର୍ଥର କଥା କହିବା ଶହେ ମୂଷା ଖାଇ ବିଲେଇର ତୀର୍ଥ ଯାତ୍ରା ସହ ସମାନ ।
୨୦୦୦ରୁ ୨୦୧୪ ଭିତରେ ୪ଟି ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଶ ପ୍ରତିଶତ ମହିଳା ପ୍ରାର୍ଥୀ ଦେଇ ନଥିଲା ବିଜୁ ଜନତା ଦଳ ? ସେହିପରି ଓଡିଶାର ଲୋକସଭା ନିର୍ବାଚନରେ ୨୦୦୯ ମସିହାରେ ଜଣେ ବି ମହିଳା ପ୍ରାର୍ଥୀ ଦେଇ ନ ଥିଲା ବିଜେଡି । ନବୀନଙ୍କ ୨୦ ଜଣିଆ ମନ୍ତ୍ରୀମଣ୍ଡଳରେ ମାତ୍ର ଜଣେ ମହିଳା ମନ୍ତ୍ରୀ ଥିଲେ । ମହିଳା ବିରୋଧୀ ହିଂସା ମାମଲାରେ ଓଡିଶା ଦେଶରେ ତୃତୀୟ ସ୍ଥାନରେ ଥିଲା ବେଳେ ମହିଳା ହିଂସା ମାମଲାରେ ମାତ୍ର ୬.୨ ପ୍ରତିଶତ ଦୋଷୀ ସାବ୍ୟସ୍ତ ହେଉଛନ୍ତି । ଏବେ ଟିକେଟ ବଂଟାରେ ବିଜୁ ଜନତା ଦଳ ଏପରି ନେତାମାନଙ୍କୁ ଟିକେଟ ଦେଇଛି ଯିଏ ମହିଳା ମାନଙ୍କୁ ଅସଦାଚରଣ କରିଛନ୍ତି, ଧର୍ଷଣକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଅସଲ ଚେହେରାର ଫର୍ଦ୍ଧାଫାଶ ହୋଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଡ.ଯତୀନ ମହାନ୍ତି, ସୋସିଆଲ ମିଡିଆ ସଂଯୋଜିକା କସ୍ତୁରୀ ମିଶ୍ର, ସୁଜାତା ପାଢୀ, ଚିତ୍ରଲେଖା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME