ଶାସକ ବିଜେଡି ନିର୍ବାଚିତ ପ୍ରତିନିଧିମାନଙ୍କୁ ପ୍ରଲୋଭିତ କରୁଥିବାରୁ ରାଜ୍ୟ ପୋଲିସ ମହାନିଦେ୍ର୍ଧଶକଙ୍କ ପାଖରେ ଫେରାଦ ହେଲା ବିଜେପି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ ପରେ ଶାସକ ଦଳର ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ବିଜୟ ରଂଜନ ସିଂ ବରିହା ବରଗଡର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେପିର ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଜୋର ଜବରଦସ୍ତ ପ୍ରଲୋଭିତ କରାଇ ତାଙ୍କ ଘରକୁ ଡାକି ବିଜୁ ଜନତା ଦଳରେ ସାମିଲ ହେବା ପାଇଁ ପ୍ରତି ଜିଲ୍ଲା ପରିଷଦଙ୍କୁ ୬ ଲକ୍ଷ ଟଙ୍କା ଲାଂଚ ଦେଇ ବିଜେଡିରେ ସାମିଲ କରାଇବା ପାଇଁ ଧମକ ଦେଉଛନ୍ତି । ଯେଉଁମାନଙ୍କୁ ଶ୍ରୀ ସିଂ ପଣବନ୍ଦୀ କରିଥିଲେ ସେଥିରୁ ବିଜେପିର ୨ ଜଣ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତି ସୁଷମା ଭୋଇ ଏବଂ ଶ୍ରୀମତି ସସ୍ମିତା ଦସନ ତାଙ୍କ ଗ୍ରହଣରୁ ଖସି ଆସିଲେ । ସେମାନ ସମସ୍ତଙ୍କୁ ପ୍ରଲୋଭିତ କରାଇବା ସହ ପରିବାର ବର୍ଗଙ୍କୁ ଧମକ ଚମକ ଦେଇ ତାଙ୍କୁ ବିଜୁ ଜନତା ଦଳରେ ସାମିଲ କରାଉ ଥିଲେ ଶ୍ରୀ ସିଂ ଓ ଶ୍ରୀ ବରିହା । ବିଜୁ ଜନତା ଦଳ ଦ୍ୱାରା ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରାଯାଇଛି । ଏହାର ସମସ୍ତ ତଥ୍ୟ ପ୍ରମାଣ ସହ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ପୋଲିସ ମହାନିଦେ୍ର୍ଧଶକଙ୍କୁ ଭେଟି ଏହି ଘଟଣାର ତଦନ୍ତ କରିବା ସହ ଦୃଢ କାର୍ଯ୍ୟନୁÂାନ ଗ୍ରହଣ କରିବାକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ।
ଏଥି ସହ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପିର ସମସ୍ତ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ସୁରକ୍ଷା ଯୋଗାଇବା ବିଜେପିର ଏହି ପ୍ରତିନିଧି ଦଳ ଦାବି କରିଛି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଏବଂ ନିର୍ବାଚନ ପ୍ରକୋÂର ସଂଯୋଜକ ଶ୍ରୀ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।