ତୃତୀୟ ନଦୀ ସମ୍ମିଳନୀରେ ‘ନଦୀ ପାଇଁ ଯୁବଶକ୍ତି’ ଅଭିଯାନ ଆରମ୍ଭ

ବାରିପଦା: ମାର୍ଚ୍ଚ ୨୪ ଓ ୨୫ ତାରିଖରେ ୱାଟର୍ ଇନିସିଏଟିଭ୍ସ୍ ଓଡିଶା, ବସୁନ୍ଧରା, ଗ୍ରାମ ସ୍ୱରାଜ ସମେତ ୩୫ଟି ସହଯୋଗୀ ସଂଗଠନ ପକ୍ଷରୁ ଆୟୋଜିତ ତୃତୀୟ ଓଡିଶା ନଦୀ ସମ୍ମିଳନୀରେ ନଦୀ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ନଦୀ-ଜଂଗଲ-ଗୋÂୀ ବନ୍ଧନକୁ ସୁଦୃଢ଼ କରିବାରେ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଏକ ସ୍ୱତନ୍ତ୍ର ଯୁବସମ୍ମିଳନୀ ୟୁଥ୍ ଫର୍ ରିଭର୍ ଅବସରରେ ୱାଟର୍ ଇନିସିଏଟିଭ୍ସ୍ ଓଡିଶାର ଆବାହକ ତଥା ଓଡିଶା ନଦୀ ସମ୍ମିଳନୀ ଆୟୋଜକ କମିଟିର ମୁଖ୍ୟ ରଂଜନ ପଣ୍ଡସ୍କହିଥିଲେ ଯେ ସଂପ୍ରତି ଯୁବବର୍ଗ ଓ ଶିକ୍ଷିତ ସମାଜ ଜଳବାୟୁ ପରିବର୍ତ୍ତନର ନକରାତ୍ମକ ପ୍ରଭାବ ସଂପର୍କରେ ଚିନ୍ତା ପ୍ରକଟ କରୁଛନ୍ତି । ସେମାନଙ୍କ ଚିନ୍ତାର ସଦୁପଯୋଗ କରି ଜଳବାୟୁ ପରିବର୍ତ୍ତନ ସହ ଲଢେଇ ପାଇଁ ଜରୁରୀ ପ୍ରାକୃତିକ ଜଂଗଲ ଏବଂ ନଦୀ ସୁରକ୍ଷା କାର୍ଯ୍ୟ ରେ ମୂଳ ଅଧିବାସୀମାନଙ୍କ ଭୁମିକାକୁ ମାନ୍ୟତା ଦେବା ସହ ସେମାନଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବାକୁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ ।
ନିକଟରେ ଆରମ୍ଭ କରାଯାଇଥିବା ୟୁଥ୍ ଫର୍ ୱାଟର୍ ଅଭିଯାନ ଜରିଆରେ ଆଗାମୀ ଦିନରେ ଯୁବବର୍ଗର ହଜାର ହଜାର ସଦସ୍ୟଙ୍କୁ ଏକଜୁଟ୍ କରାଯିବ ଏବଂ ନଦୀ ଓ ଜଂଗଳ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସେମାନଙ୍କ ପ୍ରୟାସର ଉପଯୋଗ କରାଯିବ ବୋଲି ଶ୍ରୀ ପଣ୍ଡା କହିଥିଲେ । ପ୍ରାକୃତିକ ଜଂଗଲ, ନଦୀ, ଝରଣାର ସଂରକ୍ଷଣ ଦିଗରେ ମୂଳ ଅଧିବାସୀମାନେ ଶ୍ରେÂ ସୁରକ୍ଷାଦାତା ବୋଲି ପ୍ରାମାଣିତ ହୋଇସାରିଥିବା ବେଳେ ଏବେ ସେମାନଙ୍କ ପାଖରୁ ସେହି ଜ୍ଞାନ ନୂଆ ପିଢିକୁ ପ୍ରଦାନ କରାଯିବା ସହ ନଦୀ, ଜଂଗଲ ଏବଂ ପର୍ଯ୍ୟାବରଣର ସୁରକ୍ଷା ପାଇଁ ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି ପାଇଁ ସମୟ ଉପସ୍ଥିତ ହୋଇଛି ବୋଲି ଶ୍ରୀ ପଣ୍ଡା କହିଥିଲେ ।
ଯୁବବର୍ଗ ପ୍ରାକୃତିକ ସମ୍ବଳର ସୁରକ୍ଷା କ୍ଷେତ୍ରରେ ଥିବା ମୂଳ ସମସ୍ୟାକୁ ବୁଝିବା ଦରକାର ବୋଲି ବସୁନ୍ଧରାର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ମାନସ ରଂଜନ ମିଶ୍ର କହିଥିଲେ । ସେମାନେ ଏଦିଗରେ ସ୍ୱରୋତ୍ତଳନ କରିବା ସହ ନିଜର ଚିନ୍ତା ପରିସର ଏବଂ ପହଂଚକୁ ଆହୁରି ବ୍ୟାପକ କରିବାକୁ ସାମାଜିକ ଗଣମାଧ୍ୟମ ଶ୍ରେÂ ମାଧ୍ୟମ ବୋଲି କହିଥିଲେ । ବହୁ ଅଂଚଳରେ ଏମିତି ଲୋକ ଅଛନ୍ତି, ଯେଉଁମାନେ ୭୦ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଜଂଗଲ ସୁରକ୍ଷା ପାଇଁ କାମ କରୁଛନ୍ତି । ତେଣୁ ଏହି ସମୟରେ ମାର୍ଗଦର୍ଶନ ଏବଂ ଜ୍ଞାନ ପ୍ରଦାନ ସହ ଯୁବବର୍ଗକୁ ନେତୃତ୍ୱ ହସ୍ତାନ୍ତର ପାଇଁ ସେ ମତ ଦେଇଥିଲେ ।
ସୁସ୍ଥ ନଦୀ, ସୁସ୍ଥ ଗୋÂୀ ପାଇଁ ସୁସ୍ଥ ଜଂଗଲର ସୁରକ୍ଷା ନିମନ୍ତେ ପରିବେଶବାଦ ସଂପର୍କୀତ ଏକ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ସମ୍ମିଳନୀରେ ଆହ୍ୱାନ ଦିଆଯାଇଥିଲା । ଦୁର୍ଭାଗ୍ୟର କଥା, ପରିବେଶବାଦ କେବଳ ବୃକ୍ଷରୋପଣରେ ସୀମିତ ରହିଯାଇଛି । ଜୈବ-ବିବିଧତା ଦୃଷ୍ଟିରୁ ଯଥାର୍ଥ ଗଛ ଲଗାଇବା ଜରୁରୀ ହୋଇଥିବା ବେଳେ ପ୍ରାକୃତିକ ଜଙ୍ଗଲ ଏବଂ ଜଳସମ୍ପଦର ସୁରକ୍ଷା ଅତ୍ୟାବଶ୍ୟକ । ଆଜିର ନୂଆ ପିଢ଼ିକୁ ଏହି ଶିକ୍ଷା ଦେବା ଉଚିତ୍ ବୋଲି ଶ୍ରୀ ପଣ୍ଡା କହିଥିଲେ ।
କୋଲକାତା ଡେଭେଲପମେଣ୍ଟ ରିସର୍ଚ୍ଚ କମୁ୍ୟନିକେସନ ଏଣ୍ଡ ସର୍ଭିସେସ୍ର ପ୍ରଖ୍ୟାତ ପରିବେଶବିତ୍ ଅଦେ୍ର୍ଧନ୍ଦୁ ଚାଟାର୍ଜୀ ମତପୋଷଣ କରିଥିଲେ ଯେ ଜଙ୍ଗଲ କେବଳ ପଶୁଙ୍କ ପାଇଁ ବୋଲି କହି ଜଂଗଲ ଅଧିବାସୀଙ୍କୁ ଉଚ୍ଛେଦ କରିଦେଲେ ପଶୁ ଏବଂ ଜଙ୍ଗଲ ସୁରକ୍ଷିତ ରହିବ ବୋଲି ଆମର ଥିବା ଧାରଣାକୁ ପରିତ୍ୟାଗ କରିବା ଉଚିତ । ଜଂଗଲ, ଜଂଗଲର ପଶୁପକ୍ଷୀ, ଜଂଗଲ ଅଧିବାସୀ, ଜଳସଂପଦ ଆଦିର ପରସ୍ପର ସହ ସଂପର୍କ ରହିଛି । ଏଭିତରୁ ଜଣେ ଅନ୍ୟକୁ ଛାଡି ରହିପାରିବନି । ଏକ ନିୟୁତ ଆଦିବାସୀ ଏବଂ ଜଂଗଲର ମୂଳ ଅଧିବାସୀଙ୍କୁ ଜଂଗଲରୁ ଉଚ୍ଛେଦ ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିଦେ୍ର୍ଧଶ ପ୍ରତ୍ୟାହାର ପାଇଁ ସେ ଯୁକ୍ତି ବାଢ଼ିଥିଲେ ।
ଜଂଗଲ କେବଳ ଅଙ୍ଗାରକାମ୍ଳଜାନ ଶୋଷେନି । ଜଂଗଲ ଲକ୍ଷ ଲକ୍ଷ ସ୍ଥାନୀୟ ଏବଂ ମୂଳ ଅଧିବାସୀଙ୍କ ଜୀବନ ଏବଂ ଜୀବିକାର ଉତ୍ସ । ଜଂଗଲ ନଦୀକୁ ରିଚାର୍ଜ କରେ ଏବଂ ଜଳ ନିରାପତ୍ତା ଦିଗରେ ଉଲ୍ଲେଖନୀୟ ଭୂମିକା ନିଭାଇଥାଏ ବୋଲି ଉଦୟପୁରରୁ ଆସିଥିବା ଫାଉଣ୍ଡେସନ୍ ଅଫ୍ ଇକୋଲୋଜିକାଲ୍ ସିକୁ୍ୟରିଟିର ବରିÂ ପର୍ଯ୍ୟାବରଣ ବିଶେଷଜ୍ଞ ସତୀଶ ଶର୍ମା ପ୍ରକାଶ କରିଥିଲେ । ଜଂଗଲକୁ ନଷ୍ଟ କରିଦିଆଗଲେ ନଦୀ ଗୁଡିକ ମରିଯିବ ଏବଂ ଏହା ସହ ଜଡିତ ବହୁ ପ୍ରଥାର ମଧ୍ୟ ମୃତୁ୍ୟ ହୋଇଯିବ । ଏହା ହାପିନେସ୍ ଇଣ୍ଡେକ୍ସକୁ ନିମ୍ନଗାମୀ କରିବ । ଗ୍ରାମ ସମୂହ, ଯୁବବର୍ଗ, ଶିକ୍ଷାବିତ୍, ବିଶେଷଜ୍ଞ, ସାମାଜିକ ସଂଗଠନକୁ ଏକାଠି କରି ନଦୀ ସୁରକ୍ଷା ନିମନ୍ତେ ଈଣ୍ଟିଗ୍ରେଟେଡ୍ ଇକୋଲୋଜିକାଲ୍ ରିଭର ବେସିନ୍ ମଡେଲକୁ ବର୍ତ୍ତମାନ ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି ସେ କହିଥିଲେ ।
ମହିଳାମାନେ ଜଂଗଲର ନିରବ ସୁରକ୍ଷାଦାତ୍ରୀ ହୋଇଆସିଛନ୍ତି । ମାତ୍ର ଆଜି ଯାଏଁ ସେମାନଙ୍କ ଅବଦାନକୁ ମାନ୍ୟତା ମିଳିନି ବୋଲି ୱାଟର୍ ଏଡ୍ ଇଣ୍ଡିଆର ବିଶାଖା ଭଞ୍ଜ ପ୍ରକାଶ କରିଥିଲେ । କେମିତି ଜଳର ଉପଯୋଗ କରାଯିବ, ଯେମିତି ଭୂତଳ ଜଳସ୍ତରକୁ ସୁରକ୍ଷିତ କରିହେବ, ସେ ସଂପର୍କିତ ପାରମ୍ପାରିକ ଜ୍ଞାନରେ ମହିଳାମାନେ ସମୃଦ୍ଧ । ଜଳ ସଂରକ୍ଷଣ ସଂପର୍କରେ ଆଲୋଚନା କଲାବେଳେ ଆମେ ମହିଳାଙ୍କ ଭାବନାକୁ ଅନୁଧ୍ୟାନ କରିବା ଉଚିତ୍ ବୋଲି ୱାଟର ଇନିସିଏଟିଭ୍ ଓଡିଶା ପକ୍ଷରୁ ଚଳିତ ବର୍ଷ ପ୍ରଦାନ କରାଯାଇଥିବା ଓଡିଶା ୱାଟର ଅନର୍ସ୍ ଅନ୍ ୱିମେନ୍କୁ ପ୍ରଶଂସା କରିବା ଅବସରରେ ସେ କହିଥିଲେ ଯେ “ମହିଳା ସଂରକ୍ଷଣକାରୀଙ୍କୁ ଚିହ୍ନଟ ଓ ମାନ୍ୟତା ପ୍ରଦାନ ଏହି ଲକ୍ଷ୍ୟକୁ ବହୁ ଆଗକୁ ନେବ ଏବଂ ଏହାକୁ ଅନ୍ୟମାନେ ଉଦାହରଣ ହିସାବରେ ଅନୁକରଣ କରିବେ” ।
ଉଲ୍ଲେଖଯୋଗ୍ୟକି ସମ୍ମିଳନୀର ଆରମ୍ଭ ଦିନରେ କୋରାପୁଟର ମାଳତି ନାୟକ ଏବଂ ନୟାଗଡ଼ର ଡେଙ୍ଗାଝରି ମହିଳା ଜଂଗଲ ସୁରକ୍ଷା ଏବଂ ପରିଚାଳନା କମିଟିକୁ ତୃତୀୟ ଓଡିଶା ଜଳ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଜଳ ଏବଂ ଜଂଗଲ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ବ୍ୟକ୍ତିଗତ ଉପଲବ୍ଧି ପାଇଁ ମାଳତି ନାୟକଙ୍କୁ ଓଡିଶା ଜଳଯୋଦ୍ଧା ସମ୍ମାନ -୨୦୧୯ ପ୍ରଦାନ କରାଯାଇଥିବା ବେଳେ ଉଲ୍ଲେଖନୀୟ ସାମୂହିକ ପ୍ରୟାସ ପାଇଁ ଡେଙ୍ଗାଝରି ମହିଳା ଜଂଗଲ ସୁରକ୍ଷା ଓ ପରିଚାଳନା କମିଟିକୁ ଆଜିର ଭଗିରଥ ସମ୍ମାନ -୨୦୧୯ ପ୍ରଦାନ କରାଯାଇଥିଲା ।
ନିୟୁତ ନିୟୁତ ଆଦିବାସୀ ଏବଂ ଜଙ୍ଗଲ ଅଧିବାସୀଙ୍କୁ ସେମାନଙ୍କ ଜଂଗଲରୁ ଉଚ୍ଛେଦ ନକରିବାକୁ ସୁପ୍ରିମକୋର୍ଟରେ ସରକାର ଅପିଲ୍ କରନ୍ତୁ କାରଣ ସେମାନଙ୍କ ଉପସ୍ଥିତି ପାଇଁ ଜଙ୍ଗଲ ସୁରକ୍ଷିତ ରହିବା ସହ ଜୈବ ବିବିଧତା ରକ୍ଷା ହୋଇପାରୁଛି ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା । ସେମାନଙ୍କ ଉଚ୍ଛେଦ ଭାରତର ପ୍ୟାରିସ୍ କ୍ଲାଇମେଟ୍ ଗୋଲକୁ କ୍ଷତି ପହଞ୍ଚାଇବ ବୋଲି ସମ୍ମିଳନୀରେ ଭାଗନେଇଥିବା ସମସ୍ତେ ଅନୁଭବ କରିଥିଲେ ।
ନୀତି ନିର୍ଦ୍ଧାରଣରେ ହସ୍ତକ୍ଷେପ ଠାରୁ ଜଳନୀତି ଓ ଜଂଗଲ ନୀତି ମଧ୍ୟରେ ସଂଯୋଗ ସ୍ଥାପନ ଏବଂ ମୂଳ ଅଧିବାସୀଙ୍କ ଭୂମିକା ଓ ଅଧିକାର ଆଦି ପ୍ରସଙ୍ଗରେ ଏଠାରେ ଆଲୋଚନା କରାଯାଇଥିବା ବେଳେ ସାମାଜିକ ସଂଗଠନଗୁଡିକ ଜଂଗଲ, ନଦୀ, ଗୋÂୀ ଅଧିକାର ସୁରକ୍ଷା ପ୍ରସଙ୍ଗରେ କାମ କରିବାକୁ ଏଠାରେ ସଂକଳ୍ପ ନେଇଥିଲେ ।