ବିଜେପିରେ ସାମିଲ ହେଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର

 ବିଗତ ୫ବର୍ଷ ମଧ୍ୟରେ ଓଡିଶାର ଶାସନ ଅତ୍ୟନ୍ତ ନୀଚ୍ଚ ସ୍ତରକୁ ଚାଲିଯାଇଛି : ପ୍ରକାଶ ମିଶ୍ର
 ପ୍ରକାଶ ମିଶ୍ରଙ୍କ ବିଜେପିରେ ଯୋଗଦାନ ପରେ ଓଡିଶାର କିଛି ଲୁଟେରା ଏବଂ ଦୁର୍ନିତିଗ୍ରସ୍ତ ରାଜନେତାଙ୍କର ନିଦ ହଜିଯାଇଥିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
 ବିଜୁ ପଟ୍ଟନାୟକଙ୍କ ନାଁକୁ ବିକି ବିଜେଡି ଶାସନ କରୁଛି : ଡା.ଦାମୋଦର ରାଉତ

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେପିରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି ପୂର୍ବତନ ପୋଲିସ ଓ ସିଆରପିଏଫ ଡିଜି ଏବଂ ଉତରାଖଣ୍ଡ ରାଜ୍ୟପାଳଙ୍କ ପୂର୍ବତନ ପରାମର୍ଶ ଦାତା ପ୍ରକାଶ ମିଶ୍ର । ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିÂ ନେତା ବିଶ୍ୱଭୂଷଣ ହରିଚନ୍ଦନ ଏବଂ ଡା. ଦାମୋଦର ରାଉତଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ମିଶ୍ରଙ୍କୁ ଦଳରେ ସ୍ୱାଗତ କରିଛନ୍ତି ।
ଦୀର୍ଘ ୪୧ ବର୍ଷ ମୁଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରିଛି । ସେଥିରୁ ଅଧା ସମୟ ମୁଁ ଓଡିଶାରେ କଟାଇଛି । ବିଗତ ୫ବର୍ଷ ମଧ୍ୟରେ ଓଡିଶାର ଶାସନ ଅତ୍ୟନ୍ତ ନୀଚ୍ଚ ସ୍ତରକୁ ଚାଲିଯାଇଛି । ଓଡିଆଙ୍କ ଆତ୍ମସମ୍ମାନକୁ ଯେଉଁ ଆଘାତ ଦିଆଯାଉଛି, ତାହାର ପ୍ରତିକାର କରିବାର ସମୟ ଆସିଛି । ଅନ୍ୟପଟେ ଗତ ୫ ବର୍ଷରେ ମୋଦୀଙ୍କ ନେତୃତ୍ୱରେ ଦେଶର ବିକାଶ ହୋଇଛି । ମୁଁ ମୋଦୀଙ୍କ ସହ କାର୍ଯ୍ୟ କରିଛି । ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା ପାଇଁ ଅତ୍ୟନ୍ତ ଚିନ୍ତିତ ଏବଂ ସେ ଦିଗରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ସାମିଲ ହୋଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ପ୍ରକାଶ ମିଶ୍ରଙ୍କ ବିଜେପିରେ ଯୋଗଦାନ ପରେ ଓଡିଶାର କିଛି ଲୁଟେରା ଏବଂ ଦୁର୍ନିତିଗ୍ରସ୍ତ ରାଜନେତାଙ୍କର ନିଦ ହଜିଯାଇଥିବ । ପ୍ରକାଶ ମିଶ୍ର ଯେତେବେଳେ ପୋଲିସ ଡିଜି ଥିଲେ ସେତେବେଳେ ରାଜ୍ୟରେ ହୋଇଥିବା ଚିଟ ଫଣ୍ଡ ଦୁର୍ନୀତିର ତଦନ୍ତ କରିବା ଆରମ୍ଭ କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ନିଜେ ଦୁର୍ନିତିରେ ଛନ୍ଦି ହୋଇଯିବା ଭୟରେ ତାଙ୍କୁ ଦାୟୀତ୍ୱରୁ ହଟାଇ ଦେଇଥିଲେ । ଏପରିକି ୨୦୧୪ ନିର୍ବାଚନ ବେଳେ ବିଜୁ ଜନତା ଦଳ ତାଙ୍କୁ ପୋଲିସ ଗାଡିରେ ଟଙ୍କା ବାଂଟିବା ପାଇଁ ବାଧ୍ୟ କରିଥିଲେ । ଯାହାକୁ ପ୍ରକାଶ ମିଶ୍ର ମାନିନଥିଲେ । ଏଭଳି ଜଣେ ସ୍ୱଛ ପୋଲିସ ଅଧିକାରି ଆଜି ବିଜେପିରେ ଯୋଗଦେବା ଫଳରେ ବିଜେପି ଆହୁରି ଶକ୍ତିଶାଳି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ରାଜ୍ୟରେ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ନାଁକୁ ବିକି ବିଜେଡି ଶାସନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଚାରିପଟେ ବୁଲୁଥିବା କିଛି ନେତା ରାଜ୍ୟ ରାଜକୋଷକୁ ଲୁଟି ଚାଲିଛନ୍ତି । ରାଜ୍ୟରେ ଦୁର୍ନୀତି ଓ ଭଷ୍ଟ୍ରାଚାର ବଢିବାରେ ଲାଗିଛି । କାଳିଆ ଯୋଜନା କଳା ଯୋଜନାରେ ପରିଣତ ହୋଇଛି । ଚାଷୀ ନୁହେଁ ବରଂ ବିଜେଡି ଦଳର ନେତମାନେ ଏହି ଯୋଜନାର ଲାଭ ଉଠାଇଛନ୍ତି । ଅନ୍ୟପଟେ କେନ୍ଦ୍ରସରକାରଙ୍କ ଅନୁଦାନକୁ ରାଜ୍ୟସରକାର ଖର୍ଚ୍ଚ କରିନପାରି ସବୁ ସମୟରେ କେନ୍ଦ୍ର ଉପରକୁ ଦୋଷ ଲଦି ଚାଲିଛନ୍ତି । ଏହାର ଜବାବ ଓଡିଶାବାସୀ ଦେବେ ବୋଲି ବରିÂ ନେତା ଡା. ଦାମୋଦର ରାଉତ କହିଛନ୍ତି ।
ଏହି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଓ ନୟନ କିଶୋର ମହାନ୍ତି, ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME