ଆନନ୍ଦ ଉହ୍ଲାସର ସହ ଦିଲ୍ଲୀବାସୀ ପାଳିଲେ ‘ଓଡ଼ିଶା ପର୍ବ-୨୦୧୯’

• ଉତ୍ସବରେ ଲକ୍ଷାଧିକ ଜନତାଙ୍କ ସମାଗମ
• ଦିଲ୍ଲୀ ଏବଂ ଏନ୍ସିଆର୍ରେ ଆଶାନୁତୀତ ପ୍ରତିକ୍ରିୟା
• ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝାରଖଣ୍ଡର ମହାମହିମ ରାଜ୍ୟପାଳ ଶ୍ରୀମତି ଦ୍ରୈାପଦୀ ମୁର୍ମୁ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଡଃ ଅରିଜିତ ପଶାୟତ ଏବଂ ଓଡିଶୀ ନୃତ୍ୟ ପ୍ରବୀଣା ତଥା ମାନ୍ୟବର ସାଂସଦ, ରାଜ୍ୟସଭା ପଦ୍ମ ବିଭୂଷଣ ଡଃ ସୋନାଲ୍ ମାନସିଂହ ଉପସ୍ଥିତ
• ପଦ୍ମ ବିଭୂଷଣ ଡଃ ସୋନାଲ୍ ମାନସିଂହ ଓ ଗ୍ରୁପ୍ ଦ୍ୱାରା ମନମୁଗ୍ଧକର ଓଡ଼ିଶୀ ନୃତ୍ୟ ପରିବେଷଣ
• ଓଡିଶାର ଖ୍ୟାତନାମା ଗାୟକ ଗାୟିକା ତାନସେନ ସିଂ, ସୈାରିନ ଭଟ୍ଟ ଓ ଚେଲସୀ ବେଉରାଙ୍କ ଚିତାକର୍ଷକ ସଙ୍ଗୀତ ସନ୍ଧ୍ୟା
ନୂଆଦିଲ୍ଲୀ: ଭାରତର ପ୍ରାଣକେନ୍ଦ୍ର ରାଜଧାନୀ ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ଲନ୍ଠାରେ ୩ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ‘ଓଡ଼ିଶା ପର୍ବ-୨୦୧୯’ ରେ ଦେଖିବାକୁ ମିଳିଛି ଦର୍ଶକମାନଙ୍କ ଅଦ୍ଭୂତପୂର୍ବ ପ୍ରତିକ୍ରିୟା । ଅନେକ ଦର୍ଶକ ଏପରିକି ବିଦେଶରୁ ମଧ୍ୟ ଦର୍ଶକ ଆସି ଏହି ଉତ୍ସବରେ ଓଡ଼ିଶାର ଅସଲ ସ୍ୱାଦକୁ ଚାଖିବା ସହ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଲୋକାଚାରୀ ସ୍ୱାଦ ମଧ୍ୟ ଅନୁଭବ କରିପାରିଛନ୍ତି । ଉତ୍ସବରେ ଲକ୍ଷାଧିକ ଜନତା ସମ୍ପ୍ରତି ଓଡ଼ିଶାର ପ୍ରାଚୀନ ନୈାବାଣଜ୍ୟ ଇତିହାସରୁ ଆରମ୍ଭ କରି ସମକାଳୀନ ସମୟ ପର୍ଯ୍ୟନ୍ତର ଯାତ୍ରା ତଥା ଭବିଷ୍ୟତର ଓଡିଶା ଗଠନର ଲକ୍ଷ୍ୟକୁ ଦେଖି ବେଶ୍ ଖୁସି ଏବଂ ରୋମାଂଚିତ ହୋଇଥିଲେ ।
ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ଦ୍ୱାରା ଆୟୋଜନ କରାଯାଇଥିବା ‘ଓଡ଼ିଶା ପର୍ବ -୨୦୧୯’, ଓଡ଼ିଶାର ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ବ୍ୟଞ୍ଜନକୁ ବିଶ୍ୱଦରବାରରେ ପରିଚିତ କରାଇବା ପାଇଁ ନୂଆଦିଲ୍ଲୀ, ଇଣ୍ଡିଆ ଗେଟ୍ ଲନ୍ ନଂ ୫ ଠାରେ ମାର୍ଚ୍ଚ ୧୫ ତାରିଖ, ୨୦୧୯ରୁ ଏହା ଆରମ୍ଭ କରାଯାଇଥିଲା । ଆଜିର ଏହି ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝାରଖଣ୍ଡର ମହାମହିମ ରାଜ୍ୟପାଳ ଶ୍ରୀମତି ଦ୍ରୈାପଦୀ ମୁର୍ମୁ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଡଃ ଅରିଜିତ ପଶାୟତ ଏବଂ ଓଡିଶୀ ନୃତ୍ୟ ପ୍ରବୀଣା ତଥା ମାନ୍ୟବର ସାଂସଦ, ରାଜ୍ୟସଭା ପଦ୍ମ ବିଭୂଷଣ ଡଃ ସୋନାଲ୍ ମାନସିଂହ, ଓଡ଼ିଆ ସମାଜର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଓ ଟ୍ରଷ୍ଟି ଶ୍ରୀ ହିରଣ୍ୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଶ୍ରୀମତି ଦ୍ରୈାପଦୀ ମୂର୍ମୁ କହିଥିଲେ ଯେ, ଓଡିଶା ଏକ ସହସ୍ର କିର୍ତ୍ତୀରାଜର ଭୂମି । ଓଡିଶା କଳା, ସଂସ୍କୃତି, ଖାଦ୍ୟ, ହସ୍ତକଳାକୁ ଲୋକଲୋଚନକୁ ଆଣିବା ପାଇଁ ଏହି ଓଡିଶା ପର୍ବ ଏକ ବିଶାଳ କାର୍ଯ୍ୟକ୍ରମ । ଓଡିଶାର କଳାକାରମାନଙ୍କୁ ଉସôାହିତ କରିବା ପାଇଁ ଏହା ଏକ ବଡ ମାଧ୍ୟମ । ଓଡିଶାର ଇତିହାସ ଯେତିକି ଗୈାରବମୟ, ଓଡିଶାର ଭବିଷ୍ୟତ ସେତିକି ଗୈାରବମୟ ହେବ ବୋଲି ମୋର ବିଶ୍ୱାସ ।
ଓଡ଼ିଆ ସମାଜର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଏହି ଉଦ୍ୟାପନୀ ଅବସରରେ କହିଥିଲେ ଯେ, ଓଡିଶା ପର୍ବ ଏକ ବ୍ରାଣ୍ଡ ଭାବେ ପରିଚିତ ହୋଇଛି । ଜାତୀୟ ସ୍ତରରେ ଓଡିଆମାନଙ୍କୁ ପରିଚିତ କରାଇପାରିଛି । ଆଗାମୀ ଦିନରେ ଏହା ଆହୁରି ବଡ ଆକାରର କରାଯିବା ନେଇ ସେ ତାଙ୍କ ବକ୍ତବ୍ୟ ରଖିଥିଲେ ।
ଓଡ଼ିଶା ପର୍ବର ଏହି ଅନ୍ତିମ ଦିବସର ସାଂସ୍କୃତିକ ସନ୍ଧ୍ୟା ଫୁ୍ୟଜନ ପାରମ୍ପରିକ ମୁଖା ନୃତ୍ୟ ଓ ପଶୁ ମୁଖା ନୃତ୍ୟ ଦ୍ୱାରା ଆରମ୍ଭ କରାଯାଇଥିଲା । ପଦ୍ମ ବିଭୂଷଣ ଗୁରୁ ଡଃ ସୋନାଲ୍ ମାନସିଂହ ଓ ଗ୍ରୁପଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟ କଳିଙ୍ଗ ରଙ୍ଗ ଦର୍ଶକଙ୍କ ମନ ମୋହିବାରେ ବେଶ୍ ସକ୍ଷମ ହୋଇପାରିଥିଲା । ଓଡିଶାର ଖ୍ୟାତନାମା ଗାୟକ ଗାୟିକା ତାନସେନ ସିଂ, ସୈାରିନ ଭଟ୍ଟ ଓ ଚେଲସୀ ବେଉରାଙ୍କ ଚିତାକର୍ଷକ ସଙ୍ଗୀତ ସନ୍ଧ୍ୟା ସଙ୍ଗୀତପ୍ରେମୀଙ୍କୁ ବେଶ୍ ବିଭୋର କରିଥିଲା । ରସରକେଲି- ପଶ୍ଚିମ ଓଡିଶାର ପ୍ରମୁଖ ନୃତ୍ୟ କଳା, ନୃତ୍ୟ ମାଧ୍ୟମରେ ସମର କଳା ପ୍ରଦର୍ଶନୀ, ଫ୍ରି ଷ୍ଟାଇଲ ନୃତ୍ୟ ଆଶାର ଆଲୋକ, ଛଉ ନୃତ୍ୟ ଶୈଳୀରେ ପାରମ୍ପରିକ ନୃତ୍ୟାଭିନୟ ମହିଷାସୁର ମର୍ଦ୍ଧିନି ମା ଦୁର୍ଗା, ଝୁମର ଆଦିବାସୀ ନୃତ୍ୟ ଯାତ୍ରା ଦେଖା କେ, ଓଲିଉଡ ନୃତ୍ୟ ପର୍ବପର୍ବାଣୀ ଆଦି ଅନ୍ତିମ ସନ୍ଧ୍ୟାର ଥିଲା ଅନ୍ୟାନ୍ୟ ଆକର୍ଷଣ ।
ଏହି ତିନି ଦିନିଆ ଉତ୍ସବରେ ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ, ଯାହା କି କେବଳ ଯେ ଓଡ଼ିଆ ଲୋକଙ୍କ ପୁରାତନ ସ୍ମୃତିକୁ ଉଜାଗର କରିଥିଲା ତାହା ନୁହେଁ, ଏଥିସହିତ ଦିଲ୍ଲୀବାସୀଙ୍କ ଭାବନା ସହିତ ଏହା ଜଡ଼ିତ କରିଥିଲା । ପାଟିରୁ ଲାଳ ବାହାରିବା ଭଳି ସୁସ୍ୱାଦୁ ବ୍ୟଞ୍ଜନ, ଆମିଷ ରୁ ନିରାମିଷ ଓଡ଼ିଆ ଥାଳି ଠାରୁ ଆରମ୍ଭ କରି ଅନନ୍ୟ ସାମୁଦ୍ରିକ ଖାଦ୍ୟ ଆଗନ୍ତୁକଙ୍କ ବେଶ ପସନ୍ଦ ମୁତାବକ ହୋଇପାରିଥିଲା । କେହି କେହି ଫୁଡ୍ କୋର୍ଟରେ ଘଂଟା ଘଂଟା ଧରି ଲମ୍ବା ଧାଡ଼ି ଲଗାଇଥିବା ବେଳେ ଅନେକ ଦର୍ଶକ ଷ୍ଟେଜ୍ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ସ୍ୱତନ୍ତ୍ର ଓଡ଼ିଆ ଭୋଜନର ପ୍ରଂଶସା କରିଥିଲେ ।
ଏହି ଅବସରରେ ଜଣେ ହସ୍ତଶିଳ୍ପ ବ୍ୟବସାୟୀ କହିଛନ୍ତି ଯେ, ଆମକୁ ମୋଟାମୋଟି ଭାବେ ଏକ ଭଲ ପ୍ରତିକ୍ରିୟା ମିଳିଛି ଏବଂ ଆମେ ଆମର ଅନେକ ହସ୍ତଶିଳ୍ପ ବିକ୍ରି କରିବାରେ ସଫଳ ହୋଇପାରିଛୁ’ । ଉତ୍ସବକୁ ଆସିଥିବା ଜଣେ ଖାଦ୍ୟ ବିକ୍ରେତା କହିଛନ୍ତି ଯେ, ଆମେ ଏହି ତିନି ଦିନିଆ ଉସôବରେ ଦିଲ୍ଲୀବାସୀ ତଥା ଦିଲ୍ଲୀରେ ରହୁଥିବା ଓଡିଆମାନଙ୍କ ମନରେ ଓଡିଆ ଖାଦ୍ୟ ପ୍ରତି ରହିଥିବା ଅହେତୁକ ଭଲପାଇବା ଦେଖି ବେଶ୍ ଆନନ୍ଦିତ । ସୁଦୂର ଓଡିଶାରୁ ଆସି ଆମେ ଏଠାର ଲୋକମାନଙ୍କୁ ଓଡିଆ ଖାଦ୍ୟ ପରଷିପାରିଥିବାରୁ ଆୟୋଜକଙ୍କୁ ଧନ୍ୟବାଦ ଦେଉଅଛୁ ।
ଓଡ଼ିଶା ପର୍ବର ଏହି ତୃତୀୟ ସଂସ୍କରଣ ପୂର୍ବ ବର୍ଷ ପରି ୨ ଲକ୍ଷ ୬୦ ହଜାର ବର୍ଗଫୁଟ କ୍ଷେତ୍ର ମଧ୍ୟରେ ପରିବ୍ୟାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ଉଜ୍ଜିବୀତ କରିବା ସହ ଭବିଷ୍ୟତର ଓଡିଶା ଗଠନ ପାଇଁ ଥିବା ଲକ୍ଷ୍ୟକୁ ରୂପ ଦେବା ପାଇଁ କରିଥିଲା ଅଦମ୍ୟ ପ୍ରୟାସ । ଏହି ପ୍ରଦର୍ଶନୀର ପ୍ରବେଶଦ୍ୱାରଟିକୁ ପାରମ୍ପରିକ ବୋଇତ ଶୈଳୀରେ ନିର୍ମାଣ କରାଯାଇଥିଲା ଯାହାକି ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ମନେପକାଇ ଦେଇଥିବାବେଳେ ଏହି ପ୍ରବେଶ ଦ୍ୱାରରେ ଚିତ୍ରିତ ସୂର୍ଯେ୍ୟାଦୟ ପୂର୍ବଭାରତର ବିକାଶକୁ ପ୍ରତିପାଦିତ କରୁଥିଲା, ବିଶେଷ ଭାବେ ଏହା ଓଡ଼ିଶାର ବିକାଶକୁ ଦର୍ଶାଉଥିଲା । ଏକ ସମୃଦ୍ଧ ଏବଂ ପରିସ୍ଫୁଟ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ପଦ୍ମଫୁଲର ପ୍ରଚ୍ଛଦପଟ୍ଟରେ ଏକ ବିଶାଳ ମଞ୍ଚର ନିର୍ମାଣ କରାଯାଇଥିଲା ଯେଉଁଠାରେ ପ୍ରତ୍ୟେକ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିଲା । ଏଠାରେ ନିର୍ମିତ ଓଡ଼ିଶାର ଭୁବନେଶ୍ୱରସ୍ଥିତ ପ୍ରମୁଖ ମୁକ୍ତେଶ୍ୱର ମନ୍ଦିର, ପୁରାତନ ସମୟରେ ଗମନାଗମନର ମାଧ୍ୟମ ଶଗଡ଼ ଗାଡ଼ି, ପାଲିଙ୍କି, ଚା’ କେଟିଲ୍ ଆଦିର କ୍ଷୁଦ୍ରକୃତି ଓଡ଼ିଶାର ଗ୍ରାମୀଣ ପରିବେଶର ଅନୁଭବ ପ୍ରଦାନ କରୁଥିବା ବେଳେ ପ୍ରତି ସ୍ଥାନରେ ଦର୍ଶକମାନେ ସେଲଫି ଫଟୋ ଉଠାଇବାର ସୁଯୋଗ ପାଇଥିଲେ । ଓଡ଼ିଶାର ନୌବାଣିଜ୍ୟ ସମୟରେ ସାଧବ ପୁଅମାନେ ସାତଦରିଆ ପାରିରୁ ଆଣୁଥିବା ମୂଲ୍ୟବାନ ପଦାର୍ଥକୁ ସାଇତି ରଖିବା ପାଇଁ ତଥା ପ୍ରତ୍ୟେକ ଓଡ଼ିଆ ପରିବାରର ପରିଚୟ ଓ ପାରମ୍ପରିକ ଭଣ୍ଡାର ‘ସିନ୍ଦୁକ’ର କ୍ଷୁଦ୍ରାକୃତିରେ ସୁସଜ୍ଜିତ ସୌରକିରଣ ଭବିଷ୍ୟତର ଓଡ଼ିଶା ଗଠନର ଲକ୍ଷ୍ୟକୁ ବେଶ୍ ଚମକôାର ଭାବେ ଦର୍ଶାଉଥିଲା । ‘ଉକ୍ରଳ ଉଦୟ’ ବିଷୟବସ୍ତୁ ଆଧାରିତ ୩ଡି ଫିଲ୍ମ ଟି ଏହି କାର୍ଯ୍ୟକ୍ରମର ହୋଇଥିଲା ମୁଖ୍ୟ ଆକର୍ଷଣ ।
ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଉପରେ ପର୍ଯ୍ୟବେଷିତ ଏହି ଉତ୍ସବରେ ୮୦ ରୁ ଊଦ୍ଧ୍ୱର୍ ହସ୍ତତନ୍ତ, ହସ୍ତକଳା, ଯାତ୍ରା କାର୍ଯ୍ୟକ୍ରମ ଏବଂ ଖାଦ୍ୟ ଷ୍ଟଲ ଖୋଲାଯାଇଥିଲା । ଉତ୍ସବରେ ବହୁସଂଖ୍ୟାରେ ଆଗନ୍ତୁକଙ୍କ ଏହି ଷ୍ଟଲଗୁଡ଼ିକରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା ଏବଂ ଓଡ଼ିଶାର କଳା ଏବଂ ଶିଳ୍ପର ପ୍ରସିଦ୍ଧ କାରୁକାର୍ଯ୍ୟକୁ ଦେଖି ବେଶ୍ ଖୁସି ଅନୁଭବ କରିଥିଲେ । ମହିଳାମାନେ ବିଶେଷ କରି କିଶୋରୀମାନେ ଢୋକରା ପ୍ରସ୍ତୁତ ଅଳଙ୍କାର ଷ୍ଟଲ, ଶାଢୀ, କୁର୍ତା, ଚାନ୍ଦୁଆ, ଝୋଟରୁ ପ୍ରସ୍ତୁତ ସାମଗ୍ରୀ ଆଦି ଷ୍ଟଲରେ ଭିଡ଼ ଜମାଇଥିବା ବେଳେ ଅନେକ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ପ୍ରତିକ୍ରିୟା ସକରାତ୍ମକ ଥିବା ଅନେକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବ୍ୟବସାୟୀ କହିଛନ୍ତି, ଯେଉଁମାନେ ଦର୍ଶକ ଓ ଅତିଥିମାନଙ୍କ ଠାରୁ ସେମାନଙ୍କ ସୃଜନୀ ପାଇଁ ବେଶ୍ ପ୍ରଂଶସା ପାଇଛନ୍ତି । ପରିବେଶ ପୂର୍ଣ୍ଣ ଭାବେ ଉତ୍ସବମୁଖର ଥିଲା ଏବଂ ନିଶ୍ଚିତ ଭାବେ ଲୋକଙ୍କ ମନରେ ଅନେକ ସମୟ ପର୍ଯ୍ୟନ୍ତ ଏହି ପର୍ବ ଉଜାଗର ହୋଇ ରହିବ ।