‘ଓଡ଼ିଶା ପର୍ବ-୨୦୧୯’ ଦ୍ୱିତୀୟ ସନ୍ଧ୍ୟାର ଭରପୂର ମଜା ନେଲେ ଦିଲ୍ଲୀବାସୀ

• ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଏବଂ ସମ୍ମାନିତ ଅତିଥି ଭାବେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଙ୍ଗନା ପଦ୍ମଶ୍ରୀ ଗୀତା ମହାଲିକଙ୍କ ଯୋଗଦାନ

ଓଡ଼ିଶାର ଗୌରବମୟ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ସ୍ୱାଦକୁ ଉଜ୍ଜୀବିତ କରିବା ପାଇଁ ଦିଲ୍ଲୀସ୍ଥିତ ଇଣ୍ଡିଆଗେଟ୍ ଲନ୍ ନଂ ୫ଠାରେ ‘ଓଡ଼ିଆ ସମାଜ’, ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ-୨୦୧୯’ ର ତୃତୀୟ ସଂସ୍କରଣର ଦ୍ୱିତୀୟ ସନ୍ଧ୍ୟାରେ ଦେଖିବାକୁ ମିଳିଛି ବିଶାଳ ଜନସମାଗମ । ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବରେ ଦିଲ୍ଲୀବାସୀ ସାମୁଦି୍ରିକ ରାଜ୍ୟ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ରାନ୍ଧଣା, ନୃତ୍ୟ ଏବଂ ସଙ୍ଗୀତର ମଜା ଉଠାଇବାର ସୁଯୋଗ ପାଇପାରିବେ । ଏହି ପର୍ବରେ ପ୍ରଦର୍ଶିତ ହେଉଛି ଭବିଷ୍ୟତର ଓଡ଼ିଶା ଗଠନର ଲକ୍ଷ୍ୟ ।

ଦ୍ୱିତୀୟ ସନ୍ଧ୍ୟାର ଏହି ଭବ୍ୟ ସମାରୋହରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଗରିମାମୟ ଓଡିଶାର ଗାଥା ସମ୍ବନ୍ଧରେ କହିଥିଲେ ଯେ, ଯେତେବେଳେ ବିଶ୍ୱ କଥା କୁହାଯାଏ, ଲୋକମାନେ ଭୋ÷÷ଗୋଳିକ ଭାବେ, କ୍ଷେତ୍ର ଭାବେ କୁହନ୍ତି ଯେ, ଏହା ଭାରତର ଏକ ରାଜ୍ୟ, ଏହା ବ୍ରହ୍ମାଣ୍ଡ ମଧ୍ୟରେ ଏକ ସ୍ଥାନ । ମାତ୍ର ମୋତେ ଲାଗେ, ଏହା ହିଁ ସମଗ୍ର ବ୍ରହ୍ମାଣ୍ଡ ଅଟେ, ସମଗ୍ର ବ୍ରହ୍ମାଣ୍ଡ ଓଡିଶା ମଧ୍ୟରେ ଅବସ୍ଥିତ । ଏକ କଥା ଭାବ, ଯଦି ଆମେ ରାଜନୈତିକ ଭାବେ ବିଚାର କରିବା, ବିଶ୍ୱର ସର୍ବଶ୍ରେÂ ନେତା ନେତାଜୀ ମଧ୍ୟ ଓଡିଶାର କଟକ ଜିଲାର ଅଟନ୍ତି । ଓଡିଶା ସର୍ବଦା ଜଗରୁକ ହୋଇ ବିପ୍ଳବ କରିଛି । ଏହା ମହାନ୍ ବିପ୍ଳବୀମାନଙ୍କର ଏକ ସୈାରଜଗତ । ଏହା ଏକ ପବିତ୍ର ଭୂମି । ଉତ୍ତର-ପୂର୍ବ ଦିଗରେ ହେବ ଭାରତର ଉଦୟ ଏବଂ ଓଡିଶା ସମସ୍ତଙ୍କୁ କରିବ ଆକର୍ଷିତ ଏବଂ ସ୍ୱାଗତ । ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଏଭଳି ଏକ ବିଶାଳ ଆୟୋଜନ ନିମନ୍ତେ ଆୟୋଜକଙ୍କ ଭୂୟସୀ ପ୍ରଶଂସା କରିଥିଲେ ।

ଓଡ଼ିଆ ସମାଜର ସଭାପତି ଶ୍ରୀଯୁକ୍ତ ସିଦ୍ଧାର୍ଥ ପ୍ରଧାନ ଉଦବୋଧନ ଦେଇ କହିଥିଲେ ଯେ, ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଏହିଭଳି ଜନସମାଗମ ହୋଇଥିବାର ଦେଖି ଆମେ ବେଶ୍ ଖୁସି ଅନୁଭବ କରୁଛୁ । ଓଡ଼ିଶା ପର୍ବର ଦୁଇଟି ସଂସ୍କରଣର ଅଦ୍ଭୁତପୂର୍ବ ସଫଳତା ପରେ, ଆମେ ଆମ କଠିନ ପରିଶ୍ରମ ଏବଂ ପ୍ରତିଶ୍ରୁତିକୁ ଫଳପ୍ରସୂ କରାଇ ଦିଲ୍ଲୀବାସୀଙ୍କୁ ଏକ ନିଆରା ଅନୁଭବ ଦେବା ପାଇଁ ଚାହିଁଥିଲୁ । ଏହି ଉତ୍ସବ ମାଧ୍ୟମରେ ଓଡ଼ିଶାର ଗୈାରବମୟ ସଂସ୍କୃତି ଓ ଐତିହ୍ୟର ସମାହାର ତଥା ଭବିଷ୍ୟତର ଓଡ଼ିଶା ଗଠନର ଲକ୍ଷ୍ୟକୁ ଆମେ ଆପଣଙ୍କ ନିକଟରେ ପହଞ୍ଚାଇପାରିଛୁ । ଏହି ଉତ୍ସବରେ ଦିଲ୍ଲୀବାସୀ ଓଡ଼ିଶାର ନିପୁଣ ହସ୍ତତନ୍ତ, କଳାକୃତି ଆଦି ଦେଖିବାର ସୁଯୋଗ ପାଇବା ସହ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ଯେପରିକି ଦହିବରା, ଓଡ଼ିଆଥାଳି, ଓଡ଼ିଶାର ପୂରପ୍ରାନ୍ତରୁ ଆସିଥିବା ସୁସ୍ୱାଦୁ ପିଠା ଓ ମିଠା, ଏବଂ ବିଶେଷତଃ ଓଡ଼ିଶାର ଲୋକପ୍ରିୟ କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଉଥିବା ଦେଖି ଆମେ ନିଜକୁ ଗୌରବାନ୍ୱିତ ଅନୁଭବ କରୁଛୁ ।
ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି ସନ୍ଧ୍ୟାରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଙ୍ଗନା ପଦ୍ମଶୀ୍ର ଗୀତା ମହାଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

୨ୟ ଦିବସର ବିଶେଷ ଆକର୍ଷଣ-

ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟାଭିନୟ ଭକ୍ତ ପ୍ରହ୍ଲାଦ, ଢେମ୍ସା ଆଦିବାସୀ ନୃତ୍ୟ ଓ ଧୀବର ଛଉ ନୃତ୍ୟ ଉପସ୍ଥିତ ଜନତାଙ୍କୁ କରିଥିଲା ମନ୍ତ୍ରମୁଗ୍ଧ । ଗୁରୁ କସ୍ତୁରୀ ପଟ୍ଟନାୟକଙ୍କ ଶିଷ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟ ସଂରଚନା କାଞ୍ଚି ଅଭିଯାନ, ଲୋକପ୍ରିୟ ଗାୟିକା ଶ୍ରିମତୀ ସୁସ୍ମିତା ଦାଶଙ୍କ ଦ୍ୱାରା ପ୍ରସ୍ତୁତ ମଧୁର ଓଡ଼ିଆ ଗୀତ ‘ଆମ ରସଗୋଲା’, ଆଧୁନିକ ମିଶ୍ମାଶ୍ ନୃତ୍ୟ ‘ମୋ ଓଡ଼ିଶା-୨୯୩୬’ , ଚିରସବୁଜ ରଙ୍ଗବତୀ ଗୀତ, ବୀରତ୍ୱର ଗାଥା ପାଇକେଲି ନୃ୍ତ୍ୟ, ପୂର୍ବ ଏବଂ ପଶ୍ଚିମର ଯୁଗଳବନ୍ଦୀ ଲୋକନୃତ୍ୟ ନାରୀଶକ୍ତି ଆଦି ଆଜି ସନ୍ଧ୍ୟାର ଥିଲା ମୁଖ୍ୟ ଆକର୍ଷଣ । ଓଡ଼ିଶାର ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାର ଏବଂ ଗାୟିକା ସୁମନ ଦାଶଙ୍କ ଦ୍ୱାରା ଲାଇଭ ମୁ୍ୟଜିକାଲ ସୋ’ ଦର୍ଶକଙ୍କୁ ମତୁଆଲା କରିଥିଲା ।
ଏହି ପ୍ରଦର୍ଶନୀର ପ୍ରବେଶଦ୍ୱାରଟିକୁ ପାରମ୍ପରିକ ବୋଇତ ଶୈଳୀରେ ନିର୍ମାଣ କରାଯାଇଛି ଯାହାକି ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ମନେ ପକାଉଥିବା ବେଳେ ଏହି ପ୍ରବେଶ ଦ୍ୱାରରେ ଚିତ୍ରିତ ସୂର୍ଯେ୍ୟାଦୟର ପୂର୍ବଭାରତର ବିକାଶକୁ ପ୍ରତିପାଦିତ କରୁଛି, ବିଶେଷ ଭାବେ ଏହା ଓଡ଼ିଶାର ବିକାଶକୁ ଦର୍ଶାଉଛି । ଏକ ସମୃଦ୍ଧ ଏବଂ ପରିସ୍ଫୁଟ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ପଦ୍ମଫୁଲର ପଚ୍ଛଦପଟ୍ଟରେ ଏକ ବିଶାଳ ମଞ୍ଚର ନିର୍ମାଣ କରାଯାଇଛି । ଏଠାରେ ନିର୍ମିତ ଓଡ଼ିଶାର ଭୁବନେଶ୍ୱରସ୍ଥିତ ପ୍ରମୁଖ ମୁକ୍ତେଶ୍ୱର ମନ୍ଦିରର କ୍ଷୁଦ୍ରାକୃତି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଥିବା ବେଳେ ଏହି ଫ୍ରେମରେ ଦର୍ଶକ ସେଲ୍ଫି ଫଟୋ ଉଠାଇବାର ମଜା ନେଉଛନ୍ତି । ପୁରାତନ ସମୟରେ ଗମନାଗମନର ଏକ ମାଧ୍ୟମ ଶଗଡ଼ ଗାଡ଼ି, ପାଲିଙ୍କି, ଚା’ କେଟିଲ୍ ଆଦିର କ୍ଷୁଦ୍ରକୃତି ଓଡ଼ିଶାର ଗ୍ରାମୀଣ ପରିବେଶର ଅନୁଭବ ପ୍ରଦାନ କରୁଥିବା ବେଳେ ପ୍ରତି ସ୍ଥାନରେ ଦର୍ଶକମାନେ ଫଟୋ ଉଠାଇବାର ମଜା ନେଉଛନ୍ତି । ଓଡ଼ିଶାର ନୌବାଣିଜ୍ୟ ସମୟରେ ସାଧବ ପୁଅମାନେ ସାତଦରିଆ ପାରିରୁ ଆଣୁଥିବା ମୂଲ୍ୟବାନ ପଦାର୍ଥକୁ ସାଇତି ରଖିବା ପାଇଁ ତଥା ପ୍ରତ୍ୟେକ ଓଡ଼ିଆ ପରିବାରର ପରିଚୟ ଓ ପାରମ୍ପରିକ ଭଣ୍ଡାର ‘ସିନ୍ଦୁକ’ର କ୍ଷୁଦ୍ରାକୃତିରେ ସୁସଜ୍ଜିତ ସୌରକିରଣ ଭବିଷ୍ୟତର ଓଡ଼ିଶା ଗଠନର ଲକ୍ଷ୍ୟକୁ ଦର୍ଶାଉଛି । ‘ଉକ୍ରଳ ଉଦୟ’ ବିଷୟବସ୍ତୁ ଆଧାରିତ ଏକ ୩ଡି ଫିଲ୍ମ ଏହି କାର୍ଯ୍ୟକ୍ରମର ହୋଇଛି ମୁଖ୍ୟ ଆକର୍ଷଣ । ସୁନ୍ଦର କଳାକୃତିର ବିକ୍ରି ଏବଂ ପ୍ରଦର୍ଶନୀ ତଥା ଉକ୍ରୃଷ୍ଟ ହସ୍ତକଳା, ସୁସ୍ୱାଦୁ ଓଡ଼ିଆ ବ୍ୟଞ୍ଜନ, ଲୋକନୃତ୍ୟ ଏବଂ ସଙ୍ଗୀତ ପରିବେଷଣ ହେଉଛି ଏହି ଭବ୍ୟ ସମାରୋହର ଅନ୍ୟାନ୍ୟ ମୁଖ୍ୟ ଆକର୍ଷଣ ।
ଓଡ଼ିଶା ପର୍ବର ଏହି ତୃତୀୟ ସଂସ୍କରଣ ମଧ୍ୟ ପୂର୍ବ ବର୍ଷ ପରି ୨ ଲକ୍ଷ ୬୦ ହଜାର ବର୍ଗଫୁଟ କ୍ଷେତ୍ର ମଧ୍ୟରେ ପରିବ୍ୟାପ୍ତ ହୋଇଛି । ଯେଉଁଠାରେ ଭବିଷ୍ୟତର ଓଡ଼ିଶା ଗଠନ ନିମନ୍ତେ ଥିବା ଲକ୍ଷ୍ୟ ପ୍ରଦର୍ଶିତ ହେଉଛି ଏବଂ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ସମ୍ବଳିତ ଇତିହାସ ସହିତ ଓଡ଼ିଶା ପ୍ରାଚୀନ ଭାରତର କିପରି ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ରୂପେ ପରିଗଣିତ ହେଉଥିଲା, ସେ ସମ୍ପର୍କରେ ପ୍ରଦର୍ଶନ କରାଯାଉଛି । ଏହି ପର୍ବରେ ପ୍ରାୟ ୮୦ରୁ ଊଦ୍ଧ୍ୱର୍ ବ୍ୟଞ୍ଜନ, ହସ୍ତତନ୍ତ ଏବଂ କଳାକୃତି ଆଦି ଷ୍ଟଲ ସ୍ଥାନ ପାଇଛି । ଦିଲ୍ଲୀ ଏବଂ ଏନ୍ସିଆର୍ ର ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଓଡ଼ିଶା ପର୍ବ ୨୦୧୯ ର ଚାନ୍ଦୁଆ ଏବଂ ଝୋଟରୁ ପ୍ରସ୍ତୁତ ଘରୋଇ ବ୍ୟବହାର୍ଯ୍ୟ ବସ୍ତୁ ଏବଂ ସାଜସଜ୍ଜା ଷ୍ଟଲରେ ।

ଏହି ଉତ୍ସବ ଦିନ ୧୨ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ମାର୍ଚ୍ଚ ୧୭ ତାରିଖ, ରବିବାର ପର୍ଯ୍ୟନ୍ତ ଚାଲିବ । ଆସନ୍ତାକାଲି ହେବାକୁ ଥିବା ଏହି ତିନିଦିନିଆ ପର୍ବର ଉଦ୍ୟାପନୀ ଦିବସରେ ଆହୁରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦିଲ୍ଲୀବାସୀଙ୍କ ମନ ମୋହିବ । ଏହି ପର୍ବରେ ଯୋଗଦାନ ନିମନ୍ତେ କୌଣସି ପ୍ରବେଶ ଶୁଳ୍କ ରଖାଯାଇ ନାହିଁ ।

Share in top social networks!
Powered By Indic IME