ନୂଆଦିଲ୍ଲୀରେ ଆରମ୍ଭ ହେଲା ଓଡ଼ିଶା ପର୍ବ-୨୦୧୯

ଏକ ଭବ୍ୟ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ ହେଉଛି ଭବିଷ୍ୟତର ଓଡ଼ିଶା ଗଠନର ଲକ୍ଷ୍ୟ
• ଉଦ୍ଘାଟନ କଲେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ । ସମ୍ମାନିତ ଅତିଥି ଭାବେ ଯୋଗଦେଲେ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର
• ୧୭ ମାର୍ଚ୍ଚ, ୨୦୧୯ ପର୍ଯ୍ୟନ୍ତ ଦିଲ୍ଲୀବାସୀଙ୍କୁ ଓଡ଼ିଶା ଏବଂ ଏହି ମାଟିର ମହକ ସହ ପରିଚୟ କରାଇବ ଓଡ଼ିଶା ପର୍ବ
• ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟନୀ ସନ୍ଧ୍ୟାର ବିଶେଷ ଆକର୍ଷଣ

ନୂଆଦିଲ୍ଲୀ: ଓଡ଼ିଶାର ଗୌରବମୟ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ସ୍ୱାଦକୁ ଉଜ୍ଜୀବିତ କରିବା ପାଇଁ ‘ଓଡ଼ିଶା ପର୍ବ-୨୦୧୯’ ର ତୃତୀୟ ସଂସ୍କରଣ ଆଜି ଆରମ୍ଭ ହୋଇଛି ଭାରତର ପ୍ରାଣକେନ୍ଦ୍ର ରାଜଧାନୀ ଦିଲ୍ଲୀର ଲନ୍ ନଂ-୫, ଇଣ୍ଡିଆ ଗେଟ୍ଠାରେ । ଓଡ଼ିଶା ପର୍ବ, ଓଡ଼ିଆ ସମାଜ, ନୂଆଦିଲ୍ଲୀ ଦ୍ୱାରା ଆୟୋଜନ କରାଯାଇଛି । ଦିଲ୍ଲୀ ଏନ୍ସିଆର୍ର ପ୍ରତି ଅଂଚଳରେ ଥିବା ଅଧିବାସୀ ଏହି ସୁନ୍ଦର ସାମୁଦି୍ରକ ରାଜ୍ୟର ଅନନ୍ୟ ସଂସ୍କୃତି, ଐତିହ୍ୟ, ପରମ୍ପରା, ସୁସ୍ୱାଦୁ ବ୍ୟଞ୍ଜନ ଏବଂ ଅନ୍ୟାନ୍ୟ ଆମୋଦଦାୟକ ଦ୍ରବ୍ୟର ଆନନ୍ଦ ନେଇପାରିବେ । ଆସନ୍ତା ୧୭ ମାର୍ଚ୍ଚ, ୨୦୧୯ ପର୍ଯ୍ୟନ୍ତ ସମୃଦ୍ଧ ଐତିହ୍ୟ ସହିତ ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏହି ଓଡ଼ିଶା ପର୍ବରେ ।

ଦିଲ୍ଲୀ ଦରବାରରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଯୋଗଦେଇଥିବା ବେଳେ ଓଡ଼ିଆ ସମାଜ ପରିବାର ଏହି ଉଦ୍ଘାଟନୀ ସନ୍ଧ୍ୟାରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଓଡିଶାର ସମୃଦ୍ଧ ନୈାବାଣିଜ୍ୟ ଇତିହାସକୁ ମନେପକାଇ ଶ୍ରୀ ପ୍ରଣବ ମୁଖାର୍ଜୀ କହିଥିଲେ ଯେ, ପ୍ରଥନ ଶତାବ୍ଦୀରେ ନୈାବାଣିଜ୍ୟ କ୍ଷେତ୍ରରେ ଓଡିଶା ପ୍ରସିଦ୍ଧି ଲାଭ କରିଥିଲା । ସେଥିପାଇଁ ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ନୈାବାଣିଜ୍ୟ ରେ ଲିପ୍ତ ଥିଲା ।
ଚିନ୍ ମହାସାଗରଠୁ ନେଇ ଭାରତ ମହାସାଗର ପର୍ଯ୍ୟନ୍ତ ଓଡିଆଙ୍କ ଆଧିପତ୍ୟ ଥିଲା । କେବଲ ଜଳଭାଗ ନୁହେଁ, ସ୍ଥଳଭାଗରେ ମଧ୍ୟ ଓଡିଶା ବାଣିଜ୍ୟ କ୍ଷେତ୍ରରେ ସୁପ୍ରସିଦ୍ଧି ଲାଭ କରିଥିଲା । ମୋତେ ଏହା ଜାଣି ଖୁସି ଲାଗୁଛି ଯେ, ଓଡିଆ ସମାଜ, ନୂଆଦିଲ୍ଲୀ ଏହି ପର୍ବ ୨୦୧୭ ମସିହାଠାରୁ ଗତ ଦୁଇ ବର୍ଷ ଧରି ପାଳନ କରିଆସୁଛି, ଯାାହାକି ଦିଲ୍ଲୀଠାରେ ଥିବା ଓଡିଆବାସୀଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛି । ସମସ୍ତ କ୍ଷେତ୍ରରେ ଓଡିଶାର ଗୈାରବମୟ ଇତିହାସ ରହିଛି । ମୁଁ ଆଜି ଏଭଳି ଏକ ବିଶାଳ ଆୟୋଜନର ଅଂଶବିଶେଷ ହେବାର ସୁଯୋଗ ପାଇଥିବାରୁ ବେଶ୍ ଗୈାରବାନ୍ୱିତ ମନେକରୁଛି ।

ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ସିଦ୍ଧାର୍ଥ ପ୍ରଧାନ, ଓଡ଼ିଆ ସମାଜର ସଭାପତି କହିଥିଲେ ଯେ, ଗତ ଦୁଇଟି ସଂସ୍କରଣର ସଫଳ ସମାପ୍ତି ପରେ ଓଡିଶା ପର୍ବର ଏହା ତୃତୀୟ ସଂସ୍କରଣ । ପ୍ରତିବର୍ଷ ଏହି ପର୍ବରେ ଯୋଗଦେଉଥିବା ଦର୍ଶକଙ୍କ ଉକ୍ରଣ୍ଠା ତଥା ଓଡ଼ିଶାକୁ ଭଲ ପାଉଥିବା ଲୋକମାନଙ୍କ ଶ୍ରଦ୍ଧା ଓ ଭଲ ପାଇବା ଆମକୁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ଉତ୍ସାହ ପ୍ରଦାନ କରୁଛି । ଚଳିତ ବର୍ଷ ମଧ୍ୟ ଆମେ ସେହି ସମାନ ମନୋଭାବ ନେଇ ପୁନର୍ବାର ଏହି କାର୍ଯ୍ୟକ୍ରମ ଆୟୋଜନ କରିପାରିଥିବାରୁ ବେଶ୍ ଗୌରବାନ୍ୱିତ ମନେକରୁଛୁ । ଏହି ପର୍ବ ମାଧ୍ୟମରେ ଦିଲ୍ଲୀବାସୀଙ୍କୁ ଆମେ ଓଡିଶାର ଗୌରବମୟ ସଂସ୍କୃତି ଓ ଐତିହ୍ୟ ସହ ପରିଚୟ କରାଇବା ସହ ଚଳିତବର୍ଷ ଆମେ ଭବିଷ୍ୟତର ଓଡ଼ିଶା ଗଠନ ନିମନ୍ତେ ଥିବା ଲକ୍ଷ୍ୟକୁ ଉପସ୍ଥାପନ କରିବା ନିମନ୍ତେ ଉଦ୍ୟମ କରିଛୁ । ଏହି ଭବ୍ୟ ସମାରୋହରେ ଦର୍ଶକ ଆମ ଗରିମାମୟ ସଂସ୍କୃତିର ଝଲକ ପାଇବା ସଙ୍ଗେ ସଙ୍ଗେ ଏଠାରେ ଉପଲବ୍ଧ ଓଡ଼ିଶାର ବଛା ବଛା ସହରର ସୁସ୍ୱାଦୁ ବ୍ୟଞ୍ଜନ ଆଗନ୍ତୁକଙ୍କୁ ବେଶ୍ ଆମୋଦିତ କରିବ ବୋଲି ଆମର ବିଶ୍ୱାସ । ଆମର ସମସ୍ତ ଷ୍ଟଲ ବୁଲନ୍ତୁ ଏବଂ ତିନିଦିନବ୍ୟାପୀ ଆୟେଜିତ ଏହି ପର୍ବର ଭରପୁର ଆନନ୍ଦ ନିଅନ୍ତୁ ।

ଉଦ୍ଘାଟନୀ ଦିବସର ପ୍ରଥମ ସନ୍ଧ୍ୟାରେ ଓଡ଼ିଶାର ମନୋରଞ୍ଜନ ଜଗତର ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି ଉପସ୍ଥିତ ଦର୍ଶକଙ୍କୁ ବେଶ୍ ବିମୋହିତ କରିଥିଲା । ‘ଦେବଧାରା’ ଗ୍ରୂପ ଦ୍ୱାରା ପ୍ରସ୍ତୁତ ଗଣନାୟକ ପଞ୍ଚକମ୍, ଓଡ଼ିଶାର ଭୂମିଆ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ରଙ୍ଗାରଙ୍ଗ ନୃତ୍ୟ ମହୁରିଆ ଦାଦା, ପାରମ୍ପରିକ ମୁଖାନୃତ୍ୟ, ମୋକ୍ଷ ଓଡ଼ିଶୀ ନୃତ୍ୟ ଏବଂ ଗୁରୁ ମଧୁମିତା ରାଉତ ଓ ଶିଷ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ଓ ଭରତନାଟ୍ୟମର ଫୁ୍ୟଜନ ‘ତନ୍ଦାନୁ’ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏତଦ୍ବ୍ୟତୀତ ପୁରାତନ ଆଦିବାସୀ ନୃତ୍ୟ ପଶୁମୁଖା ନୃତ୍ୟ ଆଦି ସହ ଦିବଂଗତ ସଙ୍ଗୀତକାର ଶ୍ରୀ ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ତାଙ୍କ ସୁପୁତ୍ର ଶ୍ରୀ ମିତ୍ରଭାନୁ ମହାନ୍ତିଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ସଙ୍ଗୀତ ଭିତ୍ତିକ ପ୍ରସ୍ତୁତି ‘ସ୍ମୃତି ପସରା’ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ଏହାପରେ ଓଡ଼ିଶାର ପ୍ରମୁଖ ଗାୟକ ଗାୟିକା ପଙ୍କଜ ଜାଲ୍ ଏବଂ ଅସୀମା ପଣ୍ଡାଙ୍କ ଗୌରବମୟ ସମ୍ବଲପୁରୀ ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା ।

ମାର୍ଚ୍ଚ ୧୬ ତାରିଖ ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଷୀ ଲାଲ ମୁଖ୍ୟଅତିଥି ରୂପେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ପର୍ବର ଏହି ତୃତୀୟ ସଂସ୍କରଣ ମଧ୍ୟ ପୂର୍ବ ବର୍ଷ ପରି ୨ ଲକ୍ଷ ୬୦ ହଜାର ବର୍ଗଫୁଟ କ୍ଷେତ୍ର ମଧ୍ୟରେ ପରିବ୍ୟାପ୍ତ ହୋଇଛି । ଯେଉଁଠାରେ ଭବିଷ୍ୟତର ଓଡ଼ିଶା ଗଠନ ନିମନ୍ତେ ଥିବା ଲକ୍ଷ୍ୟ ପ୍ରଦର୍ଶିତ ହେଉଛି ଏବଂ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ସମ୍ବଳିତ ଇତିହାସ ସହିତ ଓଡ଼ିଶା ପ୍ରାଚୀନ ଭାରତର କିପରି ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ରୂପେ ପରିଗଣିତ ହେଉଥିଲା, ସେ ସମ୍ପର୍କରେ ପ୍ରଦର୍ଶନ କରାଯାଉଛି । ଏହି ପର୍ବରେ ଉକ୍ତ ଐତିହାସିକ ଗରିମାକୁ ପୁନର୍ବାର ସ୍ଥାପନ କରାଯିବାକୁ ନେଇଥିବା ଲକ୍ଷ୍ୟକୁ ପ୍ରଦର୍ଶିତ କରାଯାଉଛି ।
ଏହି ପ୍ରଦର୍ଶନୀର ପ୍ରବେଶଦ୍ୱାରଟିକୁ ସୂର୍ଯେ୍ୟାଦୟ ସଦୃଶ ନିର୍ମାଣ କରାଯାଇଛି -ଯାାହାକି ପୂର୍ବଭାରତର ବିକାଶକୁ ପ୍ରତିପାଦିତ କରୁଛି, ବିଶେଷ ଭାବେ ଏହା ଓଡ଼ିଶାର ବିକାଶକୁ ଦର୍ଶାଉଛି । ଏକ ସମୃଦ୍ଧ ଏବଂ ପରିସ୍ଫୁଟ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ପଦ୍ମଫୁଲର ପଚ୍ଛଦପଟ୍ଟରେ ଏକ ବିଶାଳ ମଞ୍ଚର ନିର୍ମାଣ କରାଯାଇଛି । ‘ଉକ୍ରଳ ଉଦୟ’ ବିଷୟବସ୍ତୁ ଆଧାରିତ ଏକ ୩ଡି ଫିଲ୍ମ ଏହି କାର୍ଯ୍ୟକ୍ରମର ହୋଇଛି ମୁଖ୍ୟ ଆକର୍ଷଣ ।
ଉତ୍ସବରେ ହସ୍ତକଳା ଏବଂ ହସ୍ତତନ୍ତ ଭାଗଟିର ଅନ୍ୟ ସମସ୍ତ ଭାଗ ମଧ୍ୟରୁ ଅଧିକ ଚାହିଦା ରହିଛି, କାରଣ ଓଡ଼ିଶାର ପୁରସ୍କାରପ୍ରାପ୍ତ କାରିଗର ଏବଂ ବୁଣାକାର ପ୍ରତିଯୋଗୀମୂଳକ ମୂଲ୍ୟରେ ପାରମ୍ପରିକ ହସ୍ତତନ୍ତ ଶାଢୀ, ଡ୍ରେସ କପଡ଼ା, କଳାକୃତି, ହାତ ତିଆରି ଆଭୂଷଣ ଆଦି ପ୍ରଦର୍ଶନ ତଥା ବିକ୍ରୟ କରୁଛନ୍ତି ।
ଓଡ଼ିଶାର ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ଯେପରିକି ଐତିହାସିକ କଟକ, ବ୍ରହ୍ମପୁର ଏବଂ ସମ୍ବଲପୁର ସହରର ଷ୍ଟ୍ରୀଟ୍ଫୁଡ୍, ଓଡ଼ିଆ ଥାଳି ଏବଂ ରାଜ୍ୟର ସମସ୍ତ ଭାଗରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ମିଷ୍ଟାନ୍ନ ଆଦି ଦିଲ୍ଲୀବାସୀଙ୍କ ନିକଟରେ ଏହି ଓଡ଼ିଶା ପର୍ବ ପହଞ୍ଚାଇ ପାରୁଥିବାରୁ ବେଶ୍ ଗୌରବାନ୍ୱିତ ମନେକରୁଛି । ଏହାମଧ୍ୟରୁ ଅନେକ ଖାଦ୍ୟ ଦିଲ୍ଲୀ ଏବଂ ଏନ୍ସିଆର୍ବାସୀ ଖାଦ୍ୟପ୍ରେମୀମାନଙ୍କୁ ଏକ ନିଆରା ସ୍ୱାଦ ପ୍ରଦାନ କରିବ ।
ଏହି ଉତ୍ସବ ଦିନ ୧୨ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଉଭୟ ୧୬ ଏବଂ ୧୭ ତାରିଖ, ୨୦୧୯ ପର୍ଯ୍ୟନ୍ତ ଚାଲିବ । ଏହି ଉତ୍ସବରେ ଯୋଗଦାନ ନିମନ୍ତେ କୌଣସି ପ୍ରବେଶ ଶୁଳ୍କ ରଖାଯାଇ ନାହିଁ ।

Share in top social networks!
Powered By Indic IME