ଦ ୱିଜ୍ଡମ୍ ଟ୍ରି ଗ୍ଲୋବାଲ ସ୍କୁଲ ପକ୍ଷରୁ ବିଶ୍ୱ ମହିଳା ଦିବସ; ପ୍ରାଥମିକ ଶିଶୁ ଶିକ୍ଷା ଉପରେ ବକ୍ତବ୍ୟ ରଖିଲେ ଗୌରୀ ଈଶ୍ୱରନ

ବିଶ୍ୱ ମହିଳା ଦିବସ ଅବସରରେ ଦ ୱିଜ୍ଡମ୍ ଟ୍ରି ଗ୍ଲୋବାଲ୍ ସ୍କୁଲ କିଣ୍ଡରଗାର୍ଟେନ୍ ତରଫରୁ ଆଜି ସ୍ଥାନୀୟ ହୋଟେଲ କ୍ରାଉନ୍ ଠାରେ “ପ୍ରାଥମିକ ଶିଶୁ ଶିକ୍ଷା:
ସାର୍ବଜନୀନ ପ୍ରଣାଳୀ ଓ ଅଭ୍ୟାସ” ଶୀର୍ଷକ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ଭାରତର ବିଶିଷ୍ଟ ଶିକ୍ଷାବିତ୍ ପଦ୍ମଶ୍ରୀ ଗୌରୀ ଈଶ୍ୱରନ୍ ସମ୍ବାଦ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶିକା ତନୟା ପଟ୍ଟନାୟକଙ୍କ ସହ ଉକ୍ତ ପ୍ରସଙ୍ଗ ଉପରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ ଓ
ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।
ନିଜର ବକ୍ତବ୍ୟରେ ଗୌରୀ କହିଥିଲେ ଯେ, ଭାରତରେ ପ୍ରାଥମିକ ଶିଶୁ ଶିକ୍ଷା ଆଜି କେବଳ
ଅଜାଆଇ, ଜେଜେବାପା ଜେଜେମା’ କାହାଣୀ ଶୁଣା କିମ୍ବା ସ୍କୁଲର ଶ୍ରେଣୀ ଗୃହ ମଧ୍ୟରେ ଆବଦ୍ଧ
ହୋଇ ରହିନାହିଁ । ବରଂ ଅତ୍ୟାଧୁନିକ ବୈଷୟିକ କୌଶଳ ଓ ବିଭିନ୍ନ କ୍ରୀଡ଼ା କୌତୁକ
ଶିଶୁମାନଙ୍କର ସମ୍ପୂର୍ଣ ବିକାଶ ଦିଗରେ ସହାୟକ ହୋଇପାରୁଛି । ଭୁବନେଶ୍ୱରରେ ଦ ୱିଜ୍ଡମ୍ ଟ୍ରି
ଗ୍ଲୋବାଲ୍ ସ୍କୁଲ ଏ ଦିଗରେ କିପରି ଅଗ୍ରଣୀ ଭୂମିକା ଗ୍ରହଣ କରିଛି ତାହାର ସୂଚନା ଦେଇଥିଲେ
ଗୌରୀ ଈଶ୍ୱରନ ।
ଏହି ଅବସରରେ ସ୍କୁଲର ଏକ୍ଜେକ୍ୟୁଟିଭ୍ ଟ୍ରଷ୍ଟି ପଞ୍ଚମୀ ମାନୁ ଉକିଲ କହିଲେ ଯେ ବିଶ୍ୱ ମହିଳା
ଦିବସରେ ଆମେ ଗୌରୀ ଈଶ୍ୱରନଙ୍କୁ ନ୍ଖr ଗହଣରେ ପାଇଥିବାରୁ ଅତ୍ୟନ୍ତ ଆନନ୍ଦିତ । ଦ ୱିଜ୍ଡମ୍
ଟ୍ରି ଗ୍ଲୋବାଲ୍ ସ୍କୁଲ ଭୁବନେଶ୍ୱରରେ ପ୍ରାଥମିକ ଶିଶୁ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା
ଗ୍ରହଣ କରିଛି । ବିଶେଷ କରି କାର୍ଯ୍ୟରତ ମା’ ମାନଙ୍କୁ ଛୁଆ ଜନ୍ମ ପରେ ନିଜ କାର୍ଯ୍ୟକ୍ଷେତ୍ରକୁ
ଫେରିବା ପାଇଁ ସୁଯୋଗ ସୃଷ୍ଟି କରିବା ସହ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ
ଭୂମିକା ନିର୍ବାହ କରୁଛି । ଜନ୍ମଠାରୁ ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କର ମସ୍ତିଷ୍କର ବିକାଶ
ଘଟିଥାଏ । ତେଣୁ ଏହି ସମୟରେ କେଉଁ ପ୍ରକାର ଶିକ୍ଷା ପ୍ରଣାଳୀ ଶିଶୁମାନଙ୍କ ନିମନ୍ତେ ଉପଯୁକ୍ତ
ତାହା ଉପରେ ସେ ଆଲୋକପାତ କରିଥିଲେ ।
ଏହି ଅବସରରେ ଭୁବନେଶ୍ୱରରେ ପ୍ରାଥମିକ ଶିଶୁ ଶିକ୍ଷା କ୍ଷେତ୍ରରେ ଯେଉଁ ମହିଳାମାନେ
ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରଛନ୍ତି, ସେମାନଙ୍କୁ ସ୍କୁଲ ତରଫରୁ ସମ୍ମାନିତ କରାଯାଇଥିଲା ।
ସେମାନେ ହେଲେ- ହାପି ଆୱାର୍ସ ସ୍କୁଲର ପୁଷ୍ପା ଧାୱନ ଓ ନିଧି ଧାୱନ, ବ୍ଲସମ୍ ସ୍କୁଲସର ନାଦିଆ
ମଗବେଲପୋର, ରୁଚିକା ସ୍କୁଲର ବିମଲଜିତ ଦୁଆ, ମଦର୍ସ ପବ୍ଲିକ ସ୍କୁଲର ପଲ୍ଲୀ ପଟ୍ଟନାୟକ,
ଡିପିଏସ୍ କଲିଙ୍ଗର ମାଲା ମିଶ୍ର, କିଟ୍ ଇଣ୍ଟରନାସନାଲ ସ୍କୁଲର ମୋନାଲିସା ବଳ, ବ.ିଏମ୍.ପ.ିଏସ୍
ତକ୍ଷିଳାର ସିକତା ଦାସ, ଲିଟିଲ ଷ୍ଟେପ୍ ପ୍ଲେ ସ୍କୁଲର ସୁଧା ମିଶ୍ର ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା
ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର ।
ଦ ୱିଜ୍ଡମ୍ ଟ୍ରି ଗ୍ଲୋବାଲ ସ୍କୁଲର ପ୍ରତିÂାତା-ଅଧ୍ୟକ୍ଷ ଶ୍ରୀ ଜଗଦ୍ଧୀଶ ପ୍ରସାଦ ନାୟକ ଉଭୟ ଅତିଥି
ପଦ୍ମଶ୍ରୀ ଗୌରୀ ଈଶ୍ୱରନ୍ ଓ ଶ୍ରୀମତୀ ତନୟା ପଟ୍ଟନାୟକଙ୍କୁ ସ୍ୱାଗତ-ସମ୍ବର୍ଦ୍ଧନା ଜଣାଇଥିଲେ ।
ରାଜ୍ୟରେ ଏକ ବିଶ୍ୱସ୍ତରୀୟ ଶିକ୍ଷାନୁÂାନ ଗଢ଼ିବାର ସ୍ୱପ୍ନ ଦେଖିବା ସହ ଏହି ସ୍କୁଲର
ଛାତ୍ରଛାତ୍ରୀମାନେ କିପରି ନିଜକୁ ଗ୍ଲୋବାଲ ସିଟିଜେନ୍ ଭାବେ ପ୍ରତିÂିତ କରିପାରିବେ ତାହା
ତାଙ୍କର ନିରନ୍ତର ପ୍ରୟାସ ରହିବ ବୋଲି ପ୍ରକାଶ କରିଥିଲେ ।
ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ପ୍ରମୁଖ ଶିକ୍ଷାନୁÂାନଗୁଡ଼ିକର ଶିକ୍ଷକ-ଶିକ୍ଷୟିତ୍ରୀ ତଥା
ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ମହାନ୍ତି କାର୍ଯ୍ୟକ୍ରମ
ପରିଚାଳନା କରିଥିଲେ ଓ ପ୍ରଶାସିକା ସ୍ୱାଗତିକା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME