“ଆମର ଆତ୍ମିକ ଉତ୍ତରଣ ଓ ଅଭୀପ୍ସାର ପୂର୍ତ୍ତି ପାଇଁ ପୁସ୍ତକ ଜରୁରୀ’: ମନୋଜ ଦାସ


ସୁଖର ଅନୁଭବ ଓ ଶାନ୍ତି ପାଇଁ ଆମେ ପ୍ରୟାସ କଲାବେଳେ ବିଘ୍ନ ଓ ପ୍ରତିବନ୍ଧକ ଆସୋ ଆମେ ସଂହତିର ସ୍ୱପ୍ନ ଦେଖୁ କିନ୍ତୁ ତାହା ବିପନ୍ନ ହୁଏା ସାହିତ୍ୟ ମାଧ୍ୟମରେ ମଣିଷ ଜାତିକୁ ବିଭିନ୍ନ ସମୟରେ ଚେତାବନୀ ମିଳିଛିା ବହୁ ଭାଷାରେ ଅଭିବ୍ୟକ୍ତ ଭାରତୀୟ ଓ ବିଶ୍ୱ ସାହିତ୍ୟ ମଣିଷର ଅଭୀପ୍ସା ଓ ତା’ର ପରିପୂରଣରେ ପ୍ରତିବନ୍ଧକଗୁଡ଼ିକ ଦୂର କରିବା ପାଇଁ ସନ୍ଦେଶ ଯୋଗାଇ ଆସିଛିା ଆମର ଆତ୍ମିକ ଉତ୍ତରଣ ଓ ଅଭୀପ୍ସାର ପୂର୍ତ୍ତି ପାଇଁ ପୁସ୍ତକ ଜରୁରୀ ବୋଲି ପ୍ରସିଦ୍ଧ ସାହିତି୍ୟକ, ସାଧକ ଓ ଚିନ୍ତକ ପ୍ରଫେସର ଚିନ୍ତକ ପ୍ରଫେସର ମନୋଜ ଦାସ ପ୍ରକାଶ କରିଛନ୍ତିା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗତ ୨୦ ତାରିଖରୁ ଆରମ୍ଭ ହୋଇଥ#ବା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର ଉଦ୍ଯାପନ ସମାରୋହରେ ମୁଖ୍ୟ ଅତିଥ# ଭାବେ ଯୋଗଦେଇ ପ୍ରଫେସର ଦାସ ଏହି ରାଜ୍ୟସ୍ତରୀୟ ମେଳାକୁ ଏକ ବିଶିଷ୍ଟ ଓ ବ ିରଳ ଆୟୋଜନ ଭାବରେ ବର୍ଣ୍ଣନା କରିଛନ୍ତିା
ପ୍ରଫେସର ଦାସ କହିଛନ୍ତି ଯେ ଭାଷାର ଭବିଷ୍ୟତ ନେଇ ଆମର ଚିନ୍ତା ନାହିଁ କିନ୍ତୁ ସାହିିତ୍ୟର ଭବିଷ୍ୟତ ନେଇ ଚିନ୍ତା ବଳବତ୍ତର ରହିଛିା ଭୟଙ୍କର ଆଚରଣ ପ୍ରକାଶ କରିବା ପାଇଁ ମଧ୍ୟ ଭାଷା ରହିବା କିନ୍ତୁ ସମଗ୍ର ମାନବିକତାର ନିମ୍ନଗାମୀ ହାରାହାରି ଚେତନାକୁ ଉତ୍ତରିତ କରିବା ପାଇଁ ପୁସ୍ତକ ଅପରିହାର୍ଯ୍ୟା ଆଜି ମଣିଷ ନିଶା ଓ ବିଷାଦର ତାଡ଼ନାରେ ଅସାଡ଼ ହୋଇଛିା ବିବର୍ତ୍ତନ ଶକ୍ତି ମଣିଷ ଜାତି ପାଖରୁ ସମର୍ଥନ ପ୍ରତ୍ୟାହାର କରିବାର ଲକ୍ଷଣ ଦେଖାଦେଇଛିା ପ୍ରଫେସର ଦାସ କହିଲେ ଆମର ସମସ୍ୟା ସଂହତିର ସମସ୍ୟାା ମନକୁ ଆୟତ୍ତ କରିବାର ଶକ୍ତି ପୁସ୍ତକ ଯୋଗାଏ ଓ ଏହା ଚେତନାର ଉତ୍ତରଣ କରାଏା ସାହିତ୍ୟର ଭବିଷ୍ୟତ ବିଷୟରେ ସନ୍ଦେହର ଉତ୍ତର ହେଉଛି କେବଳ ମଣିଷର ଅନ୍ତର୍ନିହିତ ଶକ୍ତି ସହିତ ଉପଯୁକ୍ତ ସଂପର୍କ ସ୍ଥାପନା ଆମେ ଏହି ଶକ୍ତି ପାଖରେ ବେଠିକ୍ ଭାବରେ ଆତ୍ମସମର୍ପଣ କରିଛୁ କିନ୍ତୁ ଠିକ୍ ଭାବରେ ଯିବାକୁ ଧର୍ଯ୍ୟ ଓ ସାହସ ହରାଇଛୁା ଚେତନାର ଅବକ୍ଷୟ ବର୍ତ୍ତମାନର ବିଡ଼ମ୍ବନାା ଅନ୍ତଃସତ୍ତା ସହ ସଂପର୍କ ରକ୍ଷା କରିବା ଓ ଶକ୍ତି ତଥା ଆତ୍ମବିଶ୍ୱାସର ସହିତ ଆଗାମୀ କାଲିର ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ପୁସ୍ତକ ହିଁ ଅପରାହାର୍ଯ୍ୟ ବୋଲି ପ୍ରଫେସର ଦାସ କହିଥ#ଲୋ
ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ପୁସ୍ତକ ମହୋତ୍ସବକୁ ପରବର୍ତ୍ତୀ ସମୟରେ ଅଧ#କ ବର୍ଣ୍ଣାଢ଼୍ୟ ଓ ମହତ୍ତ୍ୱପୂର୍ଣ୍ଣ କରି ଗଢ଼ିତୋଳିବା ପାଇଁ ସବୁ ପ୍ରକାଶକମାନଙ୍କ ସହଯୋଗ ଓ ସହଭାଗିତା ଅବ୍ୟାହତ ରହିବ ବୋଲି କହିବା ସହିତ ଏପରି ମେଳା ସାଙ୍ଗକୁ ସରକାର ପ୍ରତି ଜିଲ୍ଲାରେ ପୁସ୍ତକ ମହୋତ୍ସବ ପାଇଁ ଆୟୋଜନ କରିଛନ୍ତି ବୋଲି କହିଥ#ଲୋ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ କୋଲକାତା ଆନ୍ତର୍ଜାତିକ ପୁସ୍ତକ ମେଳା ଆୟୋଜନ କମିଟିର ସଂପାଦକ ଶ୍ରୀ ତି୍ରଦିବ୍ ଚାଟାର୍ଜୀ ବିଶିଷ୍ଟ ଅତିଥ# ଭାବେ ଯୋଗଦେଇ ଏହି ରାଜ୍ୟସ୍ତରୀୟ ପୁସ୍ତକମେଳା ନିମନ୍ତେ ଯଥାର୍ଥ ସମୟ ନିର୍ଘଣ୍ଟ ନିର୍ଣ୍ଣୟ, ଯଥେଷ୍ଟ ପ୍ରଚାର, ପ୍ରକାଶକମାନଙ୍କଠାରୁ ପୁସ୍ତକ କ୍ରୟ ନିମନ୍ତେ ସରକାରୀ ଅନୁଦାନ ପ୍ରଦାନ ଓ ସ୍ୱତନ୍ତ୍ର ପରିଚାଳନା ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ପରାମର୍ଶ ଦେଇ ପରବର୍ତ୍ତୀ ସମୟରେ ଏହି ଉତ୍ସବ ଅଧ#କ ତାତ୍ପର୍ଯ୍ୟପୂର୍ଣ୍ଣ ହେବ ବୋଲି ଆଶାପ୍ରକଟ କରିଥ#ଲୋ ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥ#ବାବେଳେ କାର୍ଯ୍ୟକ୍ରମରେ ଅର୍ଚ୍ଚନା ନାୟକଙ୍କ ଲିଖ#ତ “ପଣ୍ଡିତ ଗୋପବନ୍ଧୁ ଦାସ’, ଡା. ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଲିଖ#ତ “ବିସ୍ତାରିତ ବିଶ୍ୱାସ’, ସୃଜନ ପ୍ରକାଶିତ ମନୋରଞ୍ଜନ ପାଣିଗ୍ରାହୀଙ୍କ ଲିଖ#ତ “ସାନ ଅନୁଭବ’, ବନୋଜ ତି୍ରପାଠୀ ଓ ଭାରତ ମାଝୀ ସଂପାଦିତ “ଗାନ୍ଧୀ’, ସାଧନା ମିଶ୍ର ଓ ବିଷ୍ଣୁ ଚରଣ ରାଉତ ଅନୂଦିତ “ନାରୀ ମର୍ଯ୍ୟାଦା’, ଅବ୍ରାର୍ ମହମ୍ମଦଙ୍କ ଲିଖ#ତ “ମାଇଁ ସୋସିଆଲ୍ ଗାଇଡାନ୍ସ ଲିଟରେଚର ଟପିକସ୍’, ଅନୁପ କିଶୋର ଦାସ ଓ ଦେବାଶିଷ ସାହୁ ସଂପାଦିତ “ମନୋଜ କିଶୋର ସଂକଳନ’ ଓ ରବିନାରାୟଣ ସେନାପତିଙ୍କ ଲିଖ#ତ “ବିଜିତ ଆବେଗ’ ପୁସ୍ତକ ଅତିଥ#ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥ#ଲାା ଡ. ମୃତୁ୍ୟଞ୍ଜୟ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ମୁଖ୍ୟ ଗ୍ରନ୍ଥାଗାରିକ ଶ୍ରୀ ସନ୍ତୋଷ ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥ#ଲୋ
ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ଲିପ୍ସା ଦାସ, ମନସ୍ୱିନୀ ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ. ଜୟନ୍ତୀ ରଥ, ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ତମସାରାଣୀ ଦାସମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥ#ବାବେଳେ କଳାହାଣ୍ଡିର ଶିଳ୍ପୀମାନେ ଚିତ୍ତାକର୍ଷକ “ବଜାଶାଲ୍ ନୃତ୍ୟ’ ପରିବେଷଣ କରିଥ#ଲୋ

Share in top social networks!
Powered By Indic IME