ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀର ବିଜେପି ନେତାଙ୍କ କଂଗ୍ରେସରେ ଯୋଗଦାନ

ଢେ଼ଙ୍କାନାଳ ଜିଲ୍ଲାର ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀର ବରିÂ ବିଜେପି ନେତା ନିରାକାର ପଧାନ, ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ସଂପାଦକ ଶ୍ରୀ ସୁମନ୍ତ କୁମାର ସ୍ୱାଇଁ ଓ ଓଡିଶା ରାଜ୍ୟ ଗାଡି ଚାଳକ ଶ୍ରମିକ ମହାସଂଘର କୋଷାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ସେମାନଙ୍କର ଶତାଧିକ ସମର୍ଥକମାନଙ୍କ ସହ କଂଗ୍ରେସ ବିଚାରଧାରା, ଜାତୀୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ବଳିÂ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଆଜି କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଏହି ଯୋଗଦାନ ସମାବେଶରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ, ନେତୃବୃନ୍ଦ ଓ ସେମାନଙ୍କର ସମର୍ଥକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ କଂଗ୍ରେସ ଦଳରେ ବିଧିବଧ ଭାବେ ଗ୍ରହଣ କରିନେଇଥିଲେ । ଏହି ମିଶ୍ରଣ ପର୍ବରେ ପିସିସି ଉପସଭାପତି ତଥା ଢେଙ୍କାନାଳ ଜିଲ୍ଲା କଂଗେସ ପ୍ରଭାରୀ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ପାଣିଗ୍ରାହୀ, ପିସିସି ସଂପାଦକ ତଥା ମୁଖପାତ୍ର ପଦ୍ମାକର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ସାଧାରଣ ନିର୍ବାଚନରେ ସେମାନେ ମିଳିମିଶି କଂଗ୍ରେସ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ନେତୃବୃନ୍ଦ ଏବଂ ସେମାନଙ୍କ ସାଥୀମାନେ ନିଜ ପ୍ରତିକି୍ରୟାରେ ପ୍ରକାଶ କରିଥିଲେ ।

Share in top social networks!
Powered By Indic IME