ଭୁବନେଶ୍ୱର ସାହିତ୍ୟ ସମାଜ ଅଧ#ବେଶନ “ପରିବାରରୁ ହିଁ ମାତୃଭାଷାର ମହିମା ପ୍ରକଟ ହୁଏ ଓ ପ୍ରସାରିତ ହୁଏ’

ବିଜ୍ଞାନ ଓ କାରିଗରୀ କୌଶଳର ବିକାଶ ସାଙ୍ଗକୁ ଆଜିର ଡିଜିଟାଲ ଦୁନିଆରେ ମାତୃଭାଷା ପ୍ରତି ଆଦର
କମିବାରେ ଲାଗିଥ#ବାବେଳେ କେବଳ ପରିବାରରୁ ହିଁ ମାତୃଭାଷାର ପ୍ରସାର ଓ ଆଦୃତି ସମ୍ଭବା ଅନ୍ୟପକ୍ଷରେ
ସରକାରୀ ସ୍ତରରେ ତାଲିମପ୍ରାପ୍ତ ମାତୃଭାଷା ଶିକ୍ଷକମାନଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟୋଜିତ କରିବା ମଧ୍ୟ
ଗୁରୁତ୍ୱପୂର୍ଣ୍ଣ ବୋଲି ଭୁବନେଶ୍ୱର ସାହିତ୍ୟ ସମାଜ ପକ୍ଷରୁ ଅନୁଷ୍ଠିତ ଆଲୋଚନାରେ ମତପ୍ରକାଶ ପାଇଛିା
ଆଜି ସନ୍ଧ୍ୟାରେ ସ୍ଥାନୀୟ କୃଷକ ସମାଜରେ ଅନୁଷ୍ଠାନର ସଭାପତି କବି ସୂର୍ଯ୍ୟ ମିଶ୍ରଙ୍କ ପୌରୋହିତ୍ୟରେ
ଅନୁଷ୍ଠିତ ସଭାରେ ମାତୃଭାଷାର ପ୍ରସାର ଓ ଆଦୃତି ନେଇ ରହିଥ#ବା ବିଭିନ୍ନ ସଂଶୟଗୁଡ଼ିକ ଉପରେ ବକ୍ତାମାନେ
ଆଲୋକପାତ କରିବା ସହିତ ପିତାମାତା, ଶିକ୍ଷକ, ଯଥାର୍ଥ ପରିବେଶ, ସରକାରୀ ପ୍ରୋତ୍ସାହନ ଏବଂ ପଠନ ଅଭ୍ୟାସ
ବୃଦ୍ଧି ବଳରେ ହିଁ ମାତୃଭାଷାର ଉନ୍ନତି ସମ୍ଭବ ହେବ ବୋଲି ମତ ଦେଇଥ#ଲୋ ଡକଫର ରାଜୀବ ଷଡଙ୍ଗୀ, ନିରାକାର
ମହାଳିକ, ମଞ୍ଜୁଳା ତି୍ରପାଠୀ, ନାରାୟଣ ଦାସ ମାଓ୍ୱତବାଲ୍, ଶ୍ରୀବାସ ପ୍ରସାଦ ମହାପାତ୍ର, ଉପସଭାପତି ବିନତୀ ଦାଶ
(ମାନୀ) ଓ ଆଶିଷ କୁମାର ରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥ#ଲୋ
ଦ୍ୱିତୀୟ ପର୍ଯ୍ୟାୟରେ ଅନ ଷ୍ଠୁିତ କବିତା ପାଠୋତ୍ସବ ରେ ନିରୁପମା କର ଓ ଅମ୍ବିକା ସ୍ୱାଇଁ ସଂଯୋଜନା
କରିଥ#ବାବେଳେ ମହିହିର କାନ୍ତି ଦାସ, ଭାଗୀରଥୀ ସେଠୀ, ପ୍ରଣବ ମିଶ୍ର, ଦିଲ୍ଲୀପ କୁମାର ବେହୁରା, ପ୍ରିୟରଞ୍ଜନ
ସାହୁ, ଯଶୋବନ୍ତ ସେଠୀ, ମୀନାକ୍ଷୀ ସିଂହ, ନିରୁପମା ଦେବୀ, ଡ. ଅଭୟ ନାରାୟଣ ନାୟକ, ଶରତ କୁମାର
ନାୟକ ପ୍ରମୁଖ କବିତା ପାଠ କରିଥ#ଲୋ ଶେଷରେ ସଂଜୟ ପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥ#ଲୋ

Share in top social networks!
Powered By Indic IME