କବି ସୌରୀନ୍ଦ୍ର ବାରିକଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି , “ଛଳନା ଓ କୃତ୍ରିମତାରୁ ଦୂରରେ ରହି ସେ ସରଳତାର ପୂଜାରୀ ଥ#ଲେ’

ଓଡ଼ିଆ କବିତାକୁ ଦୁର୍ବୋଧ୍ୟତାରୁ ମୁକୁଳାଇ ପାଠକାଭିମୁଖୀ କରିବାରେ କବି ସୌରୀନ୍ଦ୍ର ବାରିକ ସଫଳ
ହୋଇଥ#ଲୋ କବିତା, ଆଲୋଚନା, ଶିଶୁଲେଖା ଓ କଳା ସମୀକ୍ଷଣରେ ବିପୁଳ ପାଠକୀୟତା ଅର୍ଜନ କରିଥ#ଲୋ ସେ
ଜଣେ କବିର ଜୀବନ ଜିଇଁଥ#ଲେ ଓ ମଣିଷପଣିଆକୁ କବି ବ୍ୟକ୍ତିତ୍ୱରେ ରୂପାନ୍ତରିତ କରିପାରିଥ#ଲେ ଏବଂ କବିତାର
ସୌନ୍ଦର୍ଯ୍ୟ ତାଙ୍କ ସୃଷ୍ଟିର ବିଶେଷ ଗୁଣ ଓ ଲକ୍ଷଣ ବୋଲି ବକ୍ତାମାନେ ମତପ୍ରକାଶ କରିଛନ୍ତିା
ଆଜି ସନ୍ଧ୍ୟାରେ ସ୍ଥାନୀୟ ରେଡ୍କ୍ରସ ଭବନ ସମ୍ମିଳନୀ କକ୍ଷରେ “ସୌରୀନ୍ଦ୍ର ସ୍ମ&ୃତି ସଂସଦ’ ଆନୁକୂଲ୍ୟରେ ଅନୁଷ୍ଠିତ
କାର୍ଯ୍ୟକ୍ରମରେ କବି ସୌରୀନ୍ଦ୍ରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରସିଦ୍ଧ କବି ଡ. ସୌଭାଗ୍ୟ କୁମାର ମିଶ୍ର କହିଲେ ଯେ
ସୌରୀନ୍ଦ୍ରଙ୍କ କବିତାରେ ସରଳତା ବାସ୍ତବରେ ଜଟିଳ ବ୍ୟାପାର ଓ ସେ ସରଳତାକୁ ପ୍ରକାଶ କରିବା କଷ୍ଟକରା ସୌରୀନ୍ଦ୍ର
କବିତାକୁ ଉପଭୋଗ କରିବା ଜାଣିଥ#ଲେ ବୋଲି ଡ. ମିଶ୍ର କହିଥ#ଲୋ ଖ୍ୟାତନାମା ସଂଗୀତ ନିର୍ଦ୍ଦେଶକ ତଥା ସୌରୀନ୍ଦ୍ରଙ୍କ
ବନ୍ଧୁ ଶାନ୍ତନୁ ମହାପାତ୍ର ସଂପର୍କ ଓ ସ୍ମ&ୃତି ଉଲ୍ଲେଖ କରି ସୌରୀନ୍ଦ୍ର ମଣିଷପଣିଆର ପ୍ରତୀକ ଥ#ଲେ ବୋଲି ପ୍ରକାଶ
କରିଥ#ଲୋ
ବିଶିଷ୍ଟ ପ୍ରାବନ୍ଧିକ ଡ. ଅଭିରାମ ଦାସ “ସୌରୀନ୍ଦ୍ରଙ୍କ କବିତାରେ ପ୍ରାତ୍ୟହିକତା: ପ୍ରଭାବ ଓ ପ୍ରତିଷ୍ଠା’ ଶୀର୍ଷକ ସ୍ମାରକୀ
ବକ୍ତୃତା ପ୍ରଦାନ କରି କହିଲେ ଯେ ସୌରୀନ୍ଦ୍ର ଯେପରି ବଞ୍ଚ#ଥ#ଲେ ସେପରି ଲେଖୁଥ#ଲୋ ଛଳନା ଓ କୃତି୍ରମତାରୁ ଦୂରରେ
ରହି ସେ ଗୂଢ଼ତମ କଥାକୁ ସରଳ ଓ ପ୍ରାଞ୍ଜଳ ଭାବରେ ପ୍ରକାଶ କରୁଥ#ଲୋ ସାଧାରଣ ମଣିଷ ଜୀବନର ପ୍ରାତ୍ୟହିକତାକୁ
କବିତାରେ ଉପସ୍ଥାପନ କରି ସୌରୀନ୍ଦ୍ର ଯେଉଁ ନୂତନ ଧାରା ନିର୍ମାଣ କରିଥ#ଲେ ତାହା ବ୍ୟାପକ ଗ୍ରହଣୀୟତା ହାସଲ
କରିଛିା
କାର୍ଯ୍ୟକ୍ରମରେ ବିଶିଷ୍ଟ ଆଲୋଚକ, ସ୍ତମ୍ଭକାର ଓ “ପୌରୁଷ’ର ସଂପାଦକ ଡ. ଅସିତ ମହାନ୍ତିଙ୍କୁ “ସୌରୀନ୍ଦ୍ର ସୃଜନ
ସମ୍ମାନ’ ପ୍ରଦାନ କରାଯାଇଥ#ଲାା ସୌରୀନ୍ଦ୍ରଙ୍କ ସ୍ମ&ୃତିରେ ପ୍ରଦତ୍ତ ଏହି ସମ୍ମାନ ତାଙ୍କୁ ଗୌରବାନ୍ୱିତ କରିଛି ବୋଲି ଡ.
ମହାନ୍ତି ସମ୍ମାନର ଉତ୍ତରରେ କହିଥ#ଲୋ ଏହି ଅବସରରେ ସୃଜନ ପ୍ରକାଶିତ ସୌରୀନ୍ଦ୍ରଙ୍କ କବିତା ପୁସ୍ତକ “ମହାଗାନ’ ଓ
ଶ୍ରୀମତୀ ଜ୍ୟୋତ୍ସ୍ନା ବାରକି ଙ୍କ ପୁସ୍ତକ “ଜେଜେ ଆସିଥ#ଲେ ‘ ଅତିଥ#ମାନ ଙ୍କ ଦ୍ୱାରା ଉନ୍ମୋଚିତ ହୋଇଥ#ଲାା ସଂସଦର
ସଭାପତି ଡ. ବିଜୟ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସଦର ସଂପାଦକ ସାହିତ୍ୟ
ଏକାଡେ ମୀ ବିଜେତା କବି ଶ୍ରୀ ର କ୍ଷକ ନାୟକ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେ ଇଥ#ଲୋ ଡ. ଦେବାଶିଷ
ମହାପାତ୍ର, ସଂଜୟ ମହାନ୍ତି ଓ ସୁଧୀର ମଉଡ଼ମଣି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥ#ଲୋ ଉତ୍ସବରେ ପଦ୍ମଭୂଷଣ ଡ.
ରମାକାନ୍ତ ରଥଙ୍କ ସମେତ ବହୁ କବି, ଲେଖକ, ବୁଦ୍ଧିଜୀବୀ, ପ୍ରକାଶକ ଓ ସୌରୀନ୍ଦ୍ରପ୍ରେମୀ ଉପସ୍ଥିତ ରହି ସୌରୀନ୍ଦ୍ରଙ୍କ ପ୍ରତି
ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ନିବେଦନ କରିଥ#ଲୋ

Share in top social networks!
Powered By Indic IME