“ରାଜ୍ୟରେ ପାଠାଗାର ଆନ୍ଦୋଳନର ଆବଶ୍ୟକତା ରହିଛି’: ଡ. ସୀତାକାନ୍ତ ମହାପାତ୍ର

ଶିକ୍ଷାର ହାର ବୃଦ୍ଧି ପାଇବା ସହିତ ପୁସ୍ତକ ପଠନ ହାର ଅନୁରୂପ ଭାବରେ ଗତିଶୀଳ ହେବା ଆବଶ୍ୟକା ଗୋଟିଏ
ଜାତି ଓ ସଂସ୍କୃତିର ସମୃଦ୍ଧି ନିମନ୍ତେ ପୁସ୍ତକ ଅନବଦ୍ୟ ଆୟୁଧା ତେଣୁ, ପୁସ୍ତକ ମେଳା ସହିତ ପାଠାଗାର ଆନ୍ଦୋଳନକୁ
ବ୍ୟାପକ କରାଯିବ ଉଚିତ ବୋଲି ଦିଗ୍ଗଜ ସାହିତି୍ୟକ ପଦ୍ମବିଭୂଷଣ ଡ. ସୀତାକାନ୍ତ ମହାପାତ୍ର ମତବ୍ୟକ୍ତ କରିଛନ୍ତିା ଓଡ଼ିଆ
ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ପୁସ୍ତକ ମହୋତ୍ସବ “ଅକ୍ଷର’ର ଚତୁର୍ଥ ସନ୍ଧ୍ୟା
କାର୍ଯ୍ୟକ୍ରମରେ ଯୋଗଦେଇ ଏହି ମର୍ମରେ ଡ. ମହାପାତ୍ର ବିଜ୍ଞାନ, ସମାଜତତ୍ତ୍ୱ ଓ ନୃତତ୍ତ୍ୱ ଆଧାରିତ ସାହିତ୍ୟ ସୃଷ୍ଟି ଉପରେ
ଗୁରୁତ୍ୱ ଦେଇଛନ୍ତିା
ଜ୍ଞାନପୀଠ ବିଜୟିନୀ ପଦ୍ମଶ୍ରୀ ଡ. ପ୍ରତିଭା ରାୟ କାର୍ଯ୍ୟକ୍ରମରେ ଯୋଗଦେଇ ପୁସ୍ତକ ହିଁ ଚେତନାର ଦର୍ପଣ ଓ
ଭାରତୀୟ ସଂସ୍କୃତି ପୁସ୍ତକକୁ ନେଇ ଗଢ଼ି ଉଠିଛି ବୋଲି ଉଲ୍ଲେଖ କରିଥ#ଲୋ ଲେଖକ, ପ୍ରକାଶକ ଓ ପାଠକଙ୍କ
ତି୍ରକୋଣୀୟ ସଂପର୍କ ଉପରେ ପାଠକ ବୃଦ୍ଧି ସମ୍ଭବ ଏବଂ ଏହା ଦ୍ୱାରା ଆମର ସାଂସ୍କୃତିକ ପରିଚିତି ସୁଦୃଢ଼ ହୋଇପାରିବ
ବୋଲି ଡ. ରାୟ କହିଥ#ଲୋୟୁନେସ୍କୋ ରିପୋର୍ଟ ଉଲ୍ଲେଖ କରି ଡ. ରାୟ କହିଥ#ଲେ ଯେ ଭାରତରେ କେବଳ ସମଗ୍ର
ପୃଥ#ବୀରେ ପ୍ରକାଶିତ ପୁସ୍ତକ ସଂଖ୍ୟାର ଏକ ତୃତୀୟାଂଶ ପୁସ୍ତକ ପ୍ରକାଶ ପାଉଥ#ବାବେଳେ ଆମ ଦେଶରେ ପାଠକ ସଂଖ୍ୟା
ହ୍ରାସ ପାଉଥ#ବା ଦୁର୍ଭାଗ୍ୟ ଜନକା ପାଠକ ବୃଦ୍ଧି ପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛିା ଡିଜିଟାଲ ଦୁନିଆ ପ୍ରତି
ଯୁବଛାତ୍ରମାନଙ୍କର ଆଗ୍ରହ ବୃଦ୍ଧି ପାଇବା ପାଠକ ହ୍ରାସର ଅନ୍ୟତମ କାରଣ ବୋଲି ସେ କହିଥ#ଲୋ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର
ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ସଂଘମିତ୍ରା ଶତପଥୀ ସ୍ୱାଗତ
ଭାଷଣ ଦେଇଥ#ଲୋ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘର ଉପସଭାପତି ଶ୍ରୀ ଗଙ୍ଗାଧର ତି୍ରପାଠୀ ମଧ୍ୟ ବକ୍ତବ୍ୟ
ରଖ#ଥ#ଲୋ
କାର୍ଯ୍ୟକ୍ରମରେ ଇଂ ସଂଜୟ କୁମାର ପଣ୍ଡାଙ୍କ କବିତା ପୁସ୍ତକ “ଭାବ ମଲ୍ଲିକା’ ଓ ଭାନୁମତୀ ସାହୁଙ୍କ ଉପନ୍ୟାସ
“ପଦ୍ମାଳୟା ପ୍ୟାଲେସ୍’ ଅତିଥ#ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥ#ଲାା ଶ୍ରୀ ମିଲନ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା
କରିଥ#ବାବେଳେ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘର ଯୁଗ୍ମ ସଂପାଦକ ଶ୍ରୀ ଅଜିତ କୁମାର ପଣ୍ଡା ଶେଷରେ
ଧନ୍ୟବାଦ ଅର୍ପଣ କରିଥ#ଲୋ
ଆସନ୍ତାକାଲି ଏହି ମହୋତ୍ସବର ସାରସ୍ୱତ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଡ. ରବିନାରାୟଣ ସେନାପତି ଓ ପ୍ରଶାସକ
ତଥା ସଂସ୍କୃତି ଗବେଷକ ଶ୍ରୀ ଆର୍. ବାଲକ୍ରିଷ୍ଣନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛିା