ଦଶମ ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି

ଗୋଟିଏ ଭୁଲ ଥରେ ହେଲେ କ୍ଷମଣୀୟ କିନ୍ତୁ ସେହି ଭୁଲ ବାରମ୍ବାର ହେବା ଏବଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ସହଖେଳ ଖେଳିବା ଅକ୍ଷମଣୀୟ । କେବଳ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ନୁହେଁ, ଏହା ପୂର୍ବରୁ ଓଟିଇଟି ପ୍ରଶ୍ନପତ୍ର, +୨ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଏବଂ ପୂର୍ବବର୍ଷ ମଧ୍ୟ ମାଟି୍ରକ ବୋର୍ଡ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଧରାପଡଲେ ନା କାହା ବିରୋଧରେ କାର୍ଯ୍ୟାନୁÂାନ କରାଗଲା । ଏହା ବୋର୍ଡ କର୍ତ୍ତୃପକ୍ଷ ଏବଂ ବିଭାଗୀୟ ମନ୍ତ୍ରାଳୟର ଅପାରଗତା ବୋଲି ଏବିଭିପି ରାଜ୍ୟ ସଂପାଦକ ଶଶିକାନ୍ତ ମିଶ୍ର କହିଛନ୍ତି । ସରକାର ଏକ ସ୍ୱଚ୍ଛ ପରୀକ୍ଷା ପରିଚାଳନାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ଏହି ଘଟଣାର ଦୋଷୀକୁ ତୁରନ୍ତ ଗିରଫ କରାନଗଲେ ବିଦ୍ୟାର୍ଥୀ ପରିଷଦ ରାଜ୍ୟ ବ୍ୟାପି ଆନେ୍ଦାଳନ କରାଯିବ ବୋଲି ସଂଗଠନ ତରଫରୁ ଚେତାବନି ଦିଆଯାଇଛି ।
ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆଜି ଏବିଭିପି ତରଫରୁ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଓ କରାଯାଇଥିଲା । ଫଳରେ ପୁଲିସ ଓ ଏବିଭିପିର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଏବଂ ଏଥିରେ ୩ ଜଣ ଆହତ ହୋଇଥିବାବେଳେ ୫ ଜଣ ଛାତ୍ରୀ କାର୍ଯ୍ୟକର୍ତ୍ତା ସମେତ ୨୫ ଜଣକୁ ପୁଲିସ ଆରେଷ୍ଟ କରିଥିଲା । ଏଥିରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ରାଜ୍ୟ ସହ ସମ୍ପାଦକ ରତନ କୁମାର ଦିଗଲ, ରାଜ୍ୟ ମିଡିଆ ପ୍ରମୁଖ ସ୍ମୃତିରଂଜନ ବିଶ୍ୱାଳ, ରାଜ୍ୟ ସହ ଛାତ୍ରୀ ପ୍ରମୁଖ ମିତାଲି ମୋହିନୀ ରଥ, ମହାନଗର ସମ୍ପାଦକ ଦୀପକ ସ୍ୱାଇଁ, ମହାନଗର ସଂଯୋଜକ ସଞ୍ଜୟ ମଲ୍ଲିକ, ସହାନଗର ସଂଗଠନ ସମ୍ପାଦକ ପ୍ରଶାନ୍ତ ପାଇକରାୟ, ମହାନଗର ସହ ସମ୍ପାଦକ ସୋମୁ ଦେ, ନଗର ସମ୍ପାଦକ ସମ୍ପିତ ରାଉତ, ଟିଏସଭିପି ସଂଯୋଜକ ପ୍ରିତମ ଦାସ ପ୍ରମୁଖ, ସୌଭାଗ୍ୟ ରାଉତ, ବିଶ୍ୱରଂଜନ ଜେନା, ସୌମ୍ୟରଂଜନ ଭୋଇ, ପ୍ରଦୀପ ମଲ୍ଲିକ, ସପ୍ନାଞ୍ଜଳି ମହାନ୍ତି, ସଙ୍ଗୀତା ସାହୁ, ଦେବରାଜ ମାଝୀ, ମିଲନ ମହାପାତ୍ର, ପ୍ରିୟଦଶନୀ ନାୟକ ଥିଲେ ।

Share in top social networks!
Powered By Indic IME