ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ରା ଝାରସୁଗୁଡ଼ାଠାରେ ରୁନାୟା ରିଫାଇନିଂ ର ଭିତିପ୍ରସ୍ତର ସ୍ଥାପନ

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଝାରସୁଗୁଡ଼ାଠାରେ ୧୯ ଫେବୃୟାରୀ ୨୦୧୯ରେ ରୁନାୟା ରିଫାଇନିଂ ର ଭିତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହା ଏକ ଅବିଶ୍ରାନ୍ତ ପ୍ରକଳ୍ପ ଅଟେ ଯାହା ପ୍ରଥମ ଏକମାତ୍ର ସବୁଜ ଜ୍ଞାନକୌଶଳରେ ନିର୍ମିତ ପ୍ରାଥମିକ ଆଲୁମିନିୟମ ସ୍ମେଲଟର ଯେଉଁଥିରୁ ଆଲୁମିନିୟମ ଏବଂ ଏହାର ପ୍ରକ୍ରିୟାରୁ ଉପôନ୍ନ ଦୂଷିତକୁ ଛଣାଯାଇଥାଏ । ଶ୍ରୀ ଅନନ୍ୟା ଅଗ୍ରୱାଲ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ରୁନାୟା ରିଫାଇନିଂ, ଶ୍ରୀ ବିଭୂତି ଭୂଷଣ ଦାସ, ଜିଲ୍ଲାପାଳ, ଶ୍ରୀଯୁକ୍ତ ଅଭିଜିତ୍ ପତି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବେଦାନ୍ତ ଲିଃ. ଝାରସୁଗୁଡ଼ା ତଥା ଜିଲ୍ଲା ପ୍ରଶାସନ ତଥା ବେଦାନ୍ତ ଲିଃ.ର ଉଚ୍ଚପଦସ୍ଥ ଅଧିକାରୀ ଏହି ସମାରୋହରେ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ନିଜର ବକ୍ତବ୍ୟ ରଖି ଶ୍ରୀଯୁକ୍ତ ଅନନ୍ୟା ଅଗ୍ରୱାଲ, ମୁଖ୍ୟକାର୍ଯ୍ୟ ନିର୍ବାହୀ କହିଲେ, ରୁନାୟାର ଦୃଷ୍ଟିଭଙ୍ଗି ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ପୋଷଣୀୟ ଧାରାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଏହାର ବିକାଶରେ ସମର୍ଥନ କରିବାକୁ ହିଁ ବୁଝାଇଥାଏ । ଆମେ ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ଏକ ନୂତନତ୍ୱ ପୋଷଣୀୟ ଧାରାକୁ ଯୋଗାଇଥାଉ । ଏହା ମୂଲ୍ୟଯୁକ୍ତ ଉପôାଦନ ଉପରେ ଆଂଚଳିକ ତଥା ଆନ୍ତର୍ଜାତିକ ବଜାରରେ ଆଲୁମିନିୟମ କ୍ଷେତ୍ରରେ ଏକ ପ୍ରମୁଖ ତଥା ବିଶେଷତ୍ୱ ନୂତନତ୍ୱର ଧାରା ଅଟେ ।
ସେ ପୁଣି କହିଲେ, ଆମେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତଥା ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କର ଅକୁଣ୍ଠ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରୁଛୁ । ଭାରତକୁ ଏକ “ସବୁଜ ବନ୍ଧୁତ୍ୱ ପରିବେଶର ଜ୍ଞାନକୌଶଳ ତଥା ତତ୍ସମ୍ପର୍କିୟ ଅନେକଗୁଡ଼ିଏ ବିକାଶମୁଖୀ ପୋଷଣୀୟ ଯୋଜନା ସମଗ୍ର ଦେଶରେ ପ୍ରତିÂା କରିବା ଲକ୍ଷ୍ୟ ନେଇ ଆମେ ନିଜକୁ ଏହି କାମେରେ ଉତ୍ସର୍ଗୀକୃତ କରିଛୁ ।”
ରୁନାୟା ରିଫାଇନିଂ ପୋଷଣୀୟ ଧାରାକୁ କାର୍ଯ୍ୟକାରୀ କରୁଥିବା ପେଟେନ୍ଟେଡ଼ଯୁକ୍ତ ଜ୍ଞାନକୌଶଳ ଲାଇସେନ୍ସ ପ୍ରାପ୍ତ ପ୍ରତିÂାନ ଅଟେ । ସମ୍ପୂର୍ଣ୍ଣ ମାତ୍ରାର ବର୍ଜ୍ୟବସ୍ତୁ ଏବଂ ସମ୍ପୂର୍ଣ୍ଣ ଖଲାସ କରିବା ପ୍ରକି୍ରୟାର ଧାରା ଉପରେ ସବୁଜ ପରିକଳ୍ପନାକୁ ଦୃଷ୍ଟିରେ ରଖି ରୁନାୟା ଏହାର ଜ୍ଞାନକୌଶଳ ବ୍ୟବହାର କରିଛି । ଏହି ଜ୍ଞାନକୌଶଳ ସମଗ୍ର ଦକ୍ଷିଣପୂର୍ବ ଏସିଆ କ୍ଷେତ୍ରରେ ପ୍ରଥମ ଥର ପାଇଁ ପ୍ରୟୋଗ କରାଯାଇଛି । ରୁନାୟାର ବାର୍ଷିକ ୩୦,୦୦୦ ଟନ ଆଲୁମିନିୟମ ତରଳ ଧାତବରୁ ମୂଲ୍ୟଯୁକ୍ତ ଉପôାଦନ କ୍ଷମତା ଅଛି । ତରଳ ଧାତବର ଧାରଣ, ଏହାକୁ ଖାଲି କରିବା ତଥା ଏହି ତରଳକୁ ବାହାର କରିବା ଭଳି ଏକ କଷ୍ଟକର ବ୍ୟାପାର ଯାହାକି ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ଏକ ମୁଣ୍ଡବ୍ୟଥାର କାରଣ ରହିଛି, ରୁନାୟା ରିଫାଇନାରୀର ଏହି ପରିକଳ୍ପନା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସବୁଜ ବନ୍ଧୁତ୍ୱ ପରିବେଶର ଜ୍ଞାନକୌଶଳକୁ ଉପସ୍ଥାପିତ କରିବାକୁ ଯାଉଛି । ଏହି ଆଲୁମିନିୟମ ତରଳୀକରଣ ବ୍ୟବସ୍ଥା ଆଲୁମିନିୟମ ଶିଳ୍ପରେ ବହୁସ୍ତରୀୟ ସବୁଜ ବନ୍ଧୁତ୍ୱ ପରିବେଶ ବୃଦ୍ଧି ସଙ୍ଗେ ସଙ୍ଗେ ପଶ୍ଚିମ ଓଡ଼ିଶାର ସମ୍ଭାବ୍ୟ ସହାୟକ ଆଲୁମିନିୟମ ଶିଳ୍ପ ସହିତ ଦେଶର ଅନ୍ୟଭାଗକୁ ଏହା ପ୍ରସାରିତ ହୋଇପାରିଛି ।