ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ରେ ଅନୁଷ୍ଠିତ ହେଲା ମାର୍କେଟିଙ୍ଗ ଆଲୋଚନା ଚକ୍ର

ଆଜି ତା ୧୫.୦୨.୨୦୧୯ ରିଖ ଦିନ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ମାର୍କେଟିଙ୍ଗ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଅବସର ରେ ରିଟେଲ ମାର୍କେଟିଙ୍ଗ ଜଗତ ର ବହୁ ଚର୍ଚ୍ଚିତ ବ୍ୟତିତ୍ୱ ଯୋଗଦେଇଥିଲ।ଏହି ଅଵସର ରେ ବ୍ୟାପାର ଜଗତ ର ବିଭିନ୍ନ ବିଷୟ ସମ୍ପର୍କରେ ଆଲୋଚନା ହୋଇଥିଲା।ଏହି ବିଷୟ ମଧ୍ୟରେ ଇ-ବାଣିଜ୍ୟ,ଉପଭୋକ୍ତା ଆଚରଣ ଇତ୍ୟାଦି ଅନ୍ୟତମ ଥିଲା।
ପ୍ରବନ୍ଧନ ବିଭାଗ ର ଡ଼ିନ ଡ଼ ଶ୍ରୀନିବାସ ସୁବାରଓ ଏହି କାର୍ଯ୍ୟକ୍ରମ ରେ ପୋରହିତ୍ୟ କରିଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟ ରେ ହାଇପାର୍ଥିଙ୍ଗ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବଲରାଜ କର,ଗୋଜିପ ର ସଂସ୍ଥାପକ ଶ୍ରୀ ଆନନ୍ଦ ମିଶ୍ର,ହସ୍ତିକା ହସ୍ତଶିଳ୍ପ ସଂସ୍ଥା ର ସଂସ୍ଥାପକ ଶ୍ରୀ ବିଶ୍ଵଜିତ ସ୍ୱାଇଁ,ରିଦିକ ଓ ଚା ସି ଟି ର ସହ ସଂସ୍ଥାପକ ଶ୍ରୀ ସୃସ୍ତିଜିତ ମିଶ୍ର ଏବଂ ଡ଼ ଅନିତା ସାବତ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ଶ୍ରୀ କର ନିଜର ଅଭିଭାଷଣ ରେ କହିଥିଲେ ଯେ କିପରି ନୂତନ ଉଦ୍ଭାବନ ବ୍ୟାପାର ଜଗତ ର ପ୍ରତିଯୋଗିତା ପ୍ରତ୍ୟକ ଦିନ ବଢାଇ ଚାଲିଛି ଏବଂ ଇଣ୍ଟରନେଟ କିପରି ଏହାକୁ ପରିଚାଳିତ କରୁଅଛି।ଶ୍ରୀ ବିସ୍ୱଜିତ ସ୍ୱାଇଁ କହିଥିଲେ ଯେ ଡାଟା ଆନଳିଟିକ୍ସ କିପରି ବଡ଼ ବଡ଼ ସଂସ୍ଥା କୁ ଉପଭକ୍ତା ଙ୍କ ଆଚରଣ ଜାଣିବାରେ ସହଯୋଗୀ ହେଉଛି ସେ ଛାତ୍ରଛାତ୍ରୀ ଙ୍କୁ ନିଜର କ୍ରମଠୁ ଉପରକୁ ଉଠି ଭାବିବା କୁ ପ୍ରେରଣା ଦେଇଥିଲେ।ଶ୍ରୀ ମିଶ୍ର ନିଜର ଜୀବନ ର ବିଭିନ୍ନ ଅନୁଭବ ବ୍ୟାଖ୍ୟା କରିବା ସହ କିପରି ଛାତ୍ରଛାତ୍ରୀ ମାନେ ବିଭିନ୍ନ ଅସୁବିଧା କୁ ସଫଳତା ର ସହ ମୁକାବିଲା ଆଗକୁ ବଢ଼ିପାରିବେ ସେ ମନ୍ତ୍ର ଦେଇଥିଲେ,ଡ଼ ଅନିତା ସାବତ ଉପଭୋକ୍ତା ମାନେ କିପରି ଭୋଗଳିକ ଇଣ୍ଡିକେସନ ମାଧ୍ୟମରେ କିପରି ବିଭିନ୍ନ ହସ୍ତଶିଳ୍ପ ମାଧ୍ୟମରେ ଜାଣିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ।
ଏହି ଅଵସର ରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ସଭାପତି ଶ୍ରୀମତୀ ରଜିତା କୂଳକର୍ଣ୍ଣି ଭିଡିଓ କନ୍ଫରେନସିଂ ମାଧ୍ୟମରେ କିପରି ମାର୍କେଟିଙ୍ଗ ର ସଫଳ ଉପଯୋଗ କରି ବ୍ୟାପାର କୁ ଆୟତ କରି ହେବ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ।
ଏହି ଏକ ଦିବସିୟ କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର ପତ୍ରବାଚନ ସହିତ ବ୍ୟାପାର ସମ୍ଭନ୍ଧୀୟ ପ୍ରଶ୍ନଉତ୍ତର ହୋଇଥିଲା ଯାହାକି ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନବର୍ଧନ କରିଥିଲା।ଏହି କାର୍ଯ୍ୟକ୍ରମ ର ଉଦଯାପନି ଉତ୍ସବ ରେ ବିଶ୍ୱବିଦ୍ୟାଳୟ ର କୁଳସଚିବ କମୋଡ଼ର ଘନଶ୍ୟାମ ଓଝା ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ଜଣେ ଛାତ୍ର ର କହିବା ଅନୁଯାୟୀ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସଂସ୍ଥାପକ ମାନଙ୍କ ଠାରୁ ସେମାନଙ୍କ ଉଦ୍ୟୋଗ ବିଷୟରେ ଜାଣିବାକୁ ମିଳିଲା ଯାହା କି ଭଭିଷ୍ୟତ ରେ ବହୁତ ଉପାଦୟ ହେବ।
ପରିଶେଷ ରେ ପ୍ରବନ୍ଧନ ବିଭାଗ ର ସହକାରୀ ପ୍ରଧ୍ୟାପକ ଶ୍ରୀ ପୁଷ୍ପେନ୍ଦ୍ର ଖଣ୍ଡେଲୱାଲ ଧନ୍ୟବାଦ ଅର୍ପଣ କରିଥିଲେ।