ଖଣ୍ଡଗିରି ବ୍ୟାଖ୍ୟନ କେନ୍ଦ୍ରରେ ଆୟୋଜିତ ଖଣ୍ଡଗିରି- ଉଦୟଗିରି ମହୋସôବର ଉଦଘାଟନୀ ସନ୍ଧ୍ୟାରେ ଭରପୁର ଦର୍ଶକ

ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଖଣ୍ଡଗିରି-ଉଦୟଗିରି ମହୋସôବର ଆଜି ଥିଲା ଉଦଘାଟନୀ ସନ୍ଧ୍ୟା । ଖଣ୍ଡଗିରି ଓ ଉଦୟଗିରିର ପଥରରେ ରହିଥିବା ଜୈନ ଗୁମ୍ଫା ଭାରତ ତଥା ସାରା ବିଶ୍ୱ ଇତିହାସରେ ପ୍ରସିଦ୍ଧି ଲାଭ କରିଛି । ସେତେବେଳର ଓଡିଶାର ଲୋକପ୍ରିୟ ରାଜା ଐରଖାରବେଳ ଜୈନ ଧର୍ମର ପ୍ରବର୍ତ୍ତକ ରହି ଏହି ପଥର ଶିଳାକୁ ସୁନ୍ଦର ଭାବରେ ଖୋଦିତ କରି ପାହାଡ ଉପରେ ସୈାନ୍ଦର୍ଯ୍ୟର ପରିବେଶ ତିଆରି କରି ଜୈନ ସନ୍ୟାସିମାନଙ୍କୁ ସମର୍ପିତ କରିଥିଲେ । ଓଡ଼ିଶାର ପାରମ୍ପାରିକ ଲୋକ କଳା, ଭାସ୍କର୍ଯ୍ୟକୁ ଲୋକ ଲୋଚନକୁ ଆଣି ଓଡ଼ିଶାକୁ ଦେଶ ଓ ବିଦେଶରୁ ପର୍ଯ୍ୟଟକମାନଙ୍କର ଆଗମନ ସଂଖ୍ୟା ବୃଦ୍ଧି କରିବା ଏହି ଉତ୍ସବର ମୂଳ ଉଦେ୍ଧଶ୍ୟ ।
ଉଦଘାଟନୀ ସଂଧ୍ୟାର ଅତିଥି ଭାବରେ ପ୍ରଦୀପ ପ୍ରଜ୍ୱୋଳନ କରିଥିଲେ ପର୍ଯ‎୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ବିଧାୟକ ଭୁବନେଶ୍ୱର ମଧ୍ୟ ବିଜୟ କୁମାର ମହାନ୍ତି, ପୂର୍ବତନ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ବରମୁଣ୍ଡା କର୍ପୋରେଟର ସୁଜିତ ସ୍ୱାଇଁ; ଘାଟିକିଆ କର୍ପୋରେଟର ଦିଲ୍ଲୀପ ମାଝୀ, ଆଇଗିଣିଆ କର୍ପୋରେଟର ଅସ୍ୱନୀ ସୁନ୍ଦରାୟ ଓ ପୋଖରିପୁଟ କର୍ପୋରେଟର ହୃଦୟବଲ୍ଲବ ସୁନ୍ଦରାଏଙ୍କ ସହିତ ସଂସ୍କୃତି ବିଭାଗର ନିଦେ୍ର୍ଧଶକ ବିଜୟ କୁମାର ନାୟକ, ପର୍ଯ୍ୟଟନ ବିଭାଗର ଯୁଗ୍ମ ନିଦେ୍ର୍ଧଶକ ଉପôଳ କୁମାର ପତି, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ ଓ ଅଜୟ କୁମାର ରାଉତ ଉପସ୍ଥିତ ଥିଲେ ।
ସନ୍ଧ୍ୟାର ପ୍ରାରମ୍ଭିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଥିଲା କଟକରୁ ଆସିଥିବା ଗୁଞ୍ଜନ ଡ଼୍ୟାନ୍ସ ଏକାଡେ଼ମୀ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ । ପରେ ପରେ ରାଉରକେଲାରୁ ଆସିଥିବା ରାକେଶ ଓ ସାଥୀଙ୍କ ଦ୍ୱାରା ହିପହୋପ ଓ ସମକାଳ ନୃତ୍ୟ । ପ୍ରଥମ ସଂଧ୍ୟାର ଶେଷ କାର୍ଯ‎୍ୟକ୍ରମ ଥିଲା ସୁନାମଧନ୍ୟ ଗାୟିକା ଦିପ୍ତିରେଖା ଓ ଓମ କୁମାରଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ସହିତ ମୁ୍ୟଜିକାଲ ବ୍ୟାଣ୍ଡ ଯାହା ଦର୍ଶକମାନଙ୍କୁ ଭରପୁର ଆନନ୍ଦ ପ୍ରଦାନ କରିଥିଲା ।
ଉତ୍ସବର ମୂଖ୍ୟ ଆକର୍ଷଣରେ ଥିଲା ସୁସ୍ୱାଦୁ ଖାଦ୍ୟ ମେଳା, ସ୍ୱୟଂ ସହାୟକ ଗୋÂୀଙ୍କ ନିଜ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସାମଗ୍ରୀ ମେଳା ଏବଂ ଲଳିତ କଳା ଏକାଡେ଼ମୀ ଦ୍ୱାରା ପ୍ରଦର୍ଶିତ ଚିତ୍ରକଳା ପ୍ରଦର୍ଶନୀ ସହିତ ପର୍ଯ୍ୟଟକମାନଙ୍କ ସୂଚନା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ସଂସ୍କୃତି ବିଭାଗ ଦ୍ୱାରା ଷ୍ଟଲର ବ୍ୟବସ୍ଥା କରାଯାଇଛି ।