ମେଲଛାମୁଣ୍ଡା ନାବାଳିକା ଦୁଷ୍କର୍ମ ଘଟଣାରେ ନବୀନଙ୍କ ଇସ୍ତଫା ଦାବି କଲା ମହିଳା କଂଗ୍ରେସ

ସୋହେଲା ଥାନ ଅନ୍ତର୍ଗତ ମେଲଛାମୁଣ୍ଡାର ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀକୁ ଅପହରଣ ଓ ଥାନା ଭିତରେ ପୋଲିସ ଅଧିକାରୀଙ୍କ ଦୁଷ୍କର୍ମ ଘଟଣା ପ୍ରମାଣିତ କରୁଛି ରାଜ୍ୟରେ ଆଇନ୍ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ଏହିଭଳି ଏକ ସ୍ପର୍ଶକାତର ଘଟଣା ଭାରତବର୍ଷରେ ଚହଳ ସୃଷ୍ଟି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗୋଟିଏ ଦିନ ଶାସନରେ ରହିବାର ନାହିଁ ବୋଲି ବରିÂ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନ୍ଗୋ, ପ୍ରଦେଶ କଂଗ୍ରେସ ମୁଖପାତ୍ର ଅଶୋକ ସାମଲ ଓ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଆଜି କଂଗ୍ରେସ ଭବନରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଏହି ଅବସରରେ ଶ୍ରୀ ସାମଲ କହିଛନ୍ତି ଯେ ରାଜ୍ୟ ବିଜେଡି ସରକାର ମା’କୁ ସମ୍ମାନ ନାରା ଲୋକଙ୍କୁ ପ୍ରତାରଣା । ପ୍ରତିଦିନ ଛାତ୍ରୀ, ନାବାଳିକା, ମହିଳା ଅପହରଣ, ଦୁଷ୍କର୍ମ, ହତ୍ୟା ଆଦି ଜଘନ୍ୟ ଅପରାଧିକ ଘଟଣା ଘଟିଚାଲିଥିଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଛନ୍ତି । କନ୍ୟାଶ୍ରମଗୁଡିକ ରାଜ୍ୟରେ କୁମାରୀ ମା’ କେନ୍ଦ୍ର ପାଲଟିଛି । ଏହା ପୂର୍ବରୁ ବହୁ ଘଟଣା ଘଟିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ରାଜନୈତିକ ଚାପରୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁÂାନ ନିଆଯାଇନାହିଁ । ଏଠାରେ ପ୍ରଶ୍ନ ଉଠୁଛି ମେଲଛାମୁଣ୍ଡା ଘଟଣାରେ ଅଭିଯୁକ୍ତ ରିକୁ ନାଗ କେଉଁ ଦଳର କର୍ମୀ? ଜଣେ ସାଧାରଣ ବ୍ୟକ୍ତି କୌଣସି ରାଜନୈତିକ ଦଳର ପୃÂପୋଷକତା ନଥିଲେ ଥାନାବାବୁଙ୍କର ଭଡାଘର ଚାବିକୁ କିପରି ନେଲେ ଏବଂ ସଂପୃକ୍ତ ଥାନାବାବୁ ଏହା ପୂର୍ବରୁ ଏଭଳି କାର୍ଯ୍ୟ କେବେଠୁ କଲେଣି ତାହା ତଦନ୍ତ ସାପେକ୍ଷ । ଏଥିରୁ ଅନୁମେୟ ରାଜ୍ୟରେ ଆଇନ୍ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ମୁଖ୍ୟମନ୍ତ୍ରୀ ନିଦ ପଦବୀରେ ରହିବାର ନୈତିକ ଅଧିକାର ହରାଇଛନ୍ତି । ଆଗାମୀ ୧୪ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ପ୍ରଦାନ ନକଲେ ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଘୋଷଣା କରିଛନ୍ତି ।
ପ୍ରକାଶଥାଉକି ୨୦୧୭ ମସିହାରେ ରାଉରକେଲାର ଜଣେ ୧୬ ବର୍ଷିୟା ନାବାଳିକାକୁ ରାଜସ୍ଥାନରେ ବିକ୍ରୀ କରାଯାଇଥିଲା । ସେ ନାବାଳିକାକୁ ସେଠାକାର ପୋଲିସ ଓଡିଶାକୁ ପଠାଇଥିଲେ ମଧ୍ୟ ଓଡିଶା ପୋଲିସ ତାକୁ ସୁରକ୍ଷା ଦେଇପାରିନଥିଲେ । କିନ୍ତୁ ନାବାଳିକାର ପିତା ଦିଲ୍ଲୀ ପୋଲିସ ପାଖରେ ଅଭିଯୋଗ କଲାପରେ ଦିଲ୍ଲୀ ପୋଲିସ ନାବାଳିକାକୁ ଉଦ୍ଧାର କରିଥିଲା । ରାଜ୍ୟରେ କିଭଳି ଭାବରେ ମହିଳାମାନଙ୍କୁ ସୁରକ୍ଷା ଦେବାର ସରକାର ଅବହେଳା କରୁଛି, ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଜେନା ନବୀନ ସରକାରର କଟୁ ସମାଲୋଚନା କରିଥିଲେ ।

Share in top social networks!
Powered By Indic IME