ଭୋଟର ସଚେତନତା ପାଇଁ ସୁଇପ୍ କମିଟି ବୈଠକ

ଆସନ୍ତା ସାଧାରଣ ନିର୍ବାଚନରେ ଅଧ#କରୁ ଅଧ#କ ସଂଖ୍ୟକ ମତଦାତାଙ୍କ ଅଂଶଗ୍ରହଣ
ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧ#କାରୀ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଆଜି “ସୁଇପ୍
କମିଟି’ ବୈଠକ ଅନୁଷ୍ଠିତ ହୋଇଯାଇଛିା ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ସମସ୍ତ
ସରକାରୀ, ବେସରକାରୀ ଓ କର୍ପୋରେଟ୍ ସଂସ୍ଥାମାନଙ୍କରେ “ଭୋଟର ସଚେତନତା ଫୋରମ୍’
ଗଠନ କରାଯାଇ ସଂପୃକ୍ତ କର୍ମଚାରୀମାନଙ୍କୁ ଇଭିଏମ୍ ସହ ଭିଭିପ୍ୟାଟ୍ ମାଧ୍ୟମରେ ମତଦାନ
ସଂପର୍କରେ ସଚେତନ କରାଯିବା ଯାହାଫଳରେ ମତଦାନ ହାର ବୃଦ୍ଧି ପାଇବା ସହ ଗଣତନ୍ତ୍ର
ସୁଦୃଢ଼ ହେବା ଭୋଟର ତାଲିକାଭୁକ୍ତ ହୋଇନଥ#ବା ବ୍ୟକ୍ତିଙ୍କୁ ଭୋଟଦାନର ମହତ୍ତ୍ୱ ଓ ଦେଶ
ଗଠନରେ ନାଗରିକର କର୍ତ୍ତବ୍ୟ ସଂପର୍କରେ ଅବଗତ କରାଇବା ହେଉଛି ଭୋଟର ସଚେତନ
ଫୋରମ୍ର ମୁଖ୍ୟ ଉଦ୍ଦେଶ୍ୟା
ବୈଠକରେ ଉପସ୍ଥିତ ଥ#ବା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରମୁଖ କର୍ପୋରେଟ୍
ସଂସ୍ଥା ଯଥା ନାଲ୍କୋ, ସେଲ୍, ଓଏମ୍ସି, ଆଇଓସିଏଲ୍, ଏମ୍ସିଏଲ୍ ଏବଂ ଭାରତୀୟ ଷ୍ଟେଟ୍
ବ୍ୟାଙ୍କର ବରିଷ୍ଠ ଅଧ#କାରୀମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧ#କାରୀ ଭୋଟର ସଚେତନତା
କାର୍ଯ୍ୟକ୍ରମ “ସୁଇପ୍’ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥ#ଲୋ
“ସୁଇପ୍’ କାର୍ଯ୍ୟକ୍ରମ ଜରିଆରେ ଭୋଟରମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି
ନିମନ୍ତେ ଟେଲିଭିଜନ୍ ଓ ସିନେମା ହଲ୍ରେ ଭିଡ଼ିଓ ସ୍ପଟ୍, ରେଡ଼ିଓ ଜିଙ୍ଗିଲ୍ସ, ରେଳ
ଷ୍ଟେସନ୍ମାନଙ୍କରେ ଇଭିଏମ୍ ଓ ଭିଭିପ୍ୟାଟ୍ର ଭିଡ଼ିଓ ପ୍ରଦର୍ଶନ ସହ ବ୍ୟାନର, ପୋଷ୍ଟର ଲଗାଇବା,
ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ରାଜ୍ୟର ସମସ୍ତ ହାଟ ଓ ସହରାଞ୍ଚଳର ଜନଗହଳି
ସ୍ଥାନରେ ହୋଡିଂ ଲଗାଇବା, ଟେଲିଫୋନ୍ ବିଲ୍, ଇଲେକ୍ଟି୍ରକ୍ ବିଲ୍ ଓ କ୍ଷୀର ପାଉଚ୍ରେ ଭୋଟ
ସଚେତନତା ବାର୍ତ୍ତା ଯଥା-“ଭୋଟ ଦେବା-ଦେଶ ଗଢ଼ିବା’ ଲେଖା ଛପାଇବା, ରାଜ୍ୟରେ
ଚଳାଚଳ କରୁଥ#ବା ସମସ୍ତ ବସ୍ରେ ଭୋଟର ସଚେତନତା ବାର୍ତ୍ତା ସଂପର୍କିତ ବ୍ୟାନର ଲଗାଇବା
ଉପରେ ମୁଖ୍ୟ ନିର୍ବାଚନ ଅଧ#କାରୀ ଗୁରୁତ୍ୱାରୋପ କରିଥ#ଲୋ ଉପସ୍ଥିତ ଥ#ବା ସବୁ ବିଭାଗର
ବରିଷ୍ଠ ଅଧ#କାରୀମାନେ ଏଥ#ରେ ଏକମତ ହେବା ସହ ଭୋଟର ସଚେତନତା କାର୍ଯ୍ୟକ୍ରମକୁ ସଫଳ
କରିବା ପାଇଁ ସମ୍ମତି ପ୍ରଦାନ କରିଥ#ଲୋ
ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧ#କାରୀ ଅଭୟ କୁମାର ନାୟକ, ସୂଚନା ଓ
ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଯୁଗ୍ମ
ମୁଖ୍ୟ ନିର୍ବାଚନ ଅଧ#କାରୀ ରଘୁରାମ ଆର୍ ଆୟର, ଶିଳ୍ପ ବିଭାଗର ଅତିରିକ୍ତ ସଚିବ ମନୋଜ
କୁମାର ପଟ୍ଟନାୟକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଭୂତିଭୂଷଣ ଦାସ,
ଶକ୍ତି ବିଭାଗର ଅତିରିକ୍ତ ସଚିବ ପି.କେ. ଶତପଥୀ, ଇଡ୍କୋର ଲ୍ୟାଣ୍ଡ ଅଫିସର ସୁମିତ୍ରା କୁମାରୀ
ପଟ୍ଟନାୟକ, ନାଲ୍କୋର ପ୍ରଦୀପ କୁମାର ଏକ୍କା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଡେପୁଟି
ଜେନେରାଲ୍ ମ୍ୟାନେଜର ଗୌତମ ରାୟ, ଚିଫ୍ ମ୍ୟାନେଜର ବିକାଶ ରାୟ ଓ ମାନସ ରଞ୍ଜନ
ଆଚାର୍ଯ୍ୟ, ଆଇଓସିଏଲ୍ର ଲ ମ୍ୟାନେଜର ବି. ରାଉତ ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!
Powered By Indic IME