ଓଡିଶାର ସାଧାରଣ ବଜେଟ୍ ୨୦୧୯-୨୦ ଓ ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ର

ଓଡିଶାର ସାଧାରଣ ବଜେଟ୍ ୨୦୧୯-୨୦ ଓ ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ର
ରତ୍ନେଶ୍ୱର ସାହୁ

“ଓଡିଶା ରାଜ୍ୟ ବଜେଟ୍ ୨୦୧୯-୨୦ କୁ ସାଧାରଣ ଲୋକମାନଂକ ଦୃଷ୍ଟିଭଙ୍ଗିରେ ବିଶ୍ଲେଷଣ କରିବା ଉଦ୍ଦେଶ୍ୟରେ ଏକ ଅଧ୍ୟୟନ କରାଯାଇଥିଲା I
ଗତ ୭ ତାରିଖ ଦିନ ଓଡିଶାର ଅର୍ଥ ମନ୍ତ୍ରୀ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ବଜେଟ୍ ବିଧାନ ସଭାରେ ଉପସ୍ଥାପନ କରିଥିଲେ I ୨୦୧୯-୨୦ ବର୍ଷର ବଜେଟ ଯଦିଓ ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ବଜେଟ୍ ତଥାପି ଏହା ରାଜ୍ୟର ମୋଟ ଘରୋଇ ଉତ୍ପାଦର ମୋଟ ୨୪.୫୩ % I ଯଦି ଆମେ ୨୦୧୩-୧୪ ଆର୍ଥିକ ବର୍ଷର ଆନୁମାନିକ ବଜେଟ୍ କୁ ଦେଖିବା ରାଜ୍ୟର ମୋଟ ଘରୋଇ ଉତ୍ପାଦର ପ୍ରାୟ ୨୦% ମୋଟ ଖର୍ଚ ଥିଲା I
ମୋଟ ଖର୍ଚ୍ଚର ବୃଦ୍ଧିକୁ ହିସାବକୁ ନେଲେ ୨୦୧୮-୧୯ ସଂଶୋଧିତ ଅଟକଳ ତୁଳନାରେ ୨୦୧୯-୨୦ ବର୍ଷରେ ପ୍ରାୟ ୧୦.୪୩ % ବୃଦ୍ଧି ଘଟିଛି I ଯଦି ୨୦୧୮-୧୯ ଆନୁମାନିକ ଅଟକଳକୁ ହିସାବକୁ ନେବା ତାହାହେଲେ ଗତବର୍ଷର ତୁଳନାରେ ୨୦୧୯-୨୦ ବର୍ଷରେ ପ୍ରାୟ ୧୦. ୫୨ % ବୃଦ୍ଧି ଘଟିଛି I କିନ୍ତୁ ଯଦି ଆମେ ଆନୁମାନିକ ଅଟକଳ ଓ ପ୍ରକୃତ ଖର୍ଚ୍ଚ ବିଷୟରେ ଆଲୋଚନା କରିବା ତାହାହେଲେ ୨୦୧୩-୧୪ ଆନୁମାନିକ ଅଟକଳ ତୁଳନାରେ ୨୦୧୩ -୧୪ ପ୍ରକୃତ ଖର୍ଚ୍ଚ ହେଉଛି -୬.୯୨%, ଠିକ୍ ସେହିପରି ୨୦୧୪-୧୫ ଆର୍ଥିକ ବର୍ଷରେ ସେମିତି -୧୬.୮%, ୨୦୧୬-୧୭ ଆର୍ଥିକ ବର୍ଷରେ -୭.୬% ଓ ୨୦୧୭-୧୮ ବର୍ଷରେ – ୮.୭୯% ଅର୍ଥାତ ମୋଟ ବ୍ୟୟ ବରାଦ ଭିତରେ ୨୦୧୩ -୧୪ ମସିହାରେ ୬.୯୨% ଶତକଡା କମ ରହୁଥିଲା ବେଳେ ୨୦୧୭-୧୮ ବର୍ଷରେ ୮.୭୯% କମ ରହିଛି I
ବଜେଟ୍ ର ଆୟକୁ ନଜର ଦେଲେ ଜଣା ପଡ଼େ ଯେ, ୨୦୧୩-୧୪ ବର୍ଷରେ ବାସ୍ତବ ଆୟରେ ମୋଟ ରାଜସ୍ବ ଆୟର ୫୧.୬୩% ରାଜ୍ୟ ନିଜସ୍ବ ଆୟରୁ ସମ୍ମୁଖୀନ ହେଉଥିଲା ବେଳେ ୨୦୧୪-୧୫ ବର୍ଷରେ ୪୮.୯୫%, ୨୦୧୫-୧୬ ବର୍ଷରେ ୪୫.୩୧%, ୨୦୧୬-୧୭ ବର୍ଷରେ ୪୧.୫୮ % ଓ ୨୦୧୭-୧୮ବର୍ଷରେ ୪୨.୬୨% ନିଜସ୍ବ ଅୟରୁ ସମ୍ମୁଖୀନ ହେଉଥିଲେ କିନ୍ତୁ ୨୦୧୯-୨୦ ବଜେଟ୍ ଆକଳନ ଅନୁସାରେ ଏହା ଆହୁରି ୪୦.୬୫% କୁ କମିଯାଇଛି I ରାଜ୍ୟ ପାଇଁ ଏହା ଏକ ଆହ୍ବାନ ଯେ ନିଜସ୍ବ ଆୟ ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡିବ I
ବାର୍ଷିକ ଆର୍ଥିକ ବିବରଣୀ ନଥି ଅନୁସାରେ ସାମାଜିକ ସେବା କ୍ଷେତ୍ରକୁ ବିଶ୍ଲେଷଣ କଲେ ଜଣାଯାଏ ଯେ ସାମାଜିକ ସେବା କ୍ଷେତ୍ର ର ଖର୍ଚ୍ଚ ୨୦୧୩-୧୪ ଆର୍ଥିକ ବର୍ଷର ପ୍ରକୃତ ଖର୍ଚ ର ୩୬.୪୩% ଥିଲା ବେଳେ ଓ ୨୦୧୫-୧୬ବେଳକୁ ୩୪.୮୫%, ୨୦୧୭-୧୮ ବେଳକୁ ୩୪.୬୨% ଓ ୨୦୧୯-୨୦ ଆର୍ଥକ ବର୍ଷର ଆନୁମାନିକ ଅଟକଳର ୩୬.୫୭% I ୨୦୧୪-୧୫, ୨୦୧୫-୧୬, ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷର ସାମାଜିକ ସେବା ବାବଦରେ ଖର୍ଚ୍ଚ ବିଷୟରେ ଆହୁରି ଟିକିଏ ଆଧିକ ଆଲୋଚନା କଲେ ଜଣାପଡେ ଯେ ପ୍ରକୃତ(ବାସ୍ତବ) ଖର୍ଚ୍ଚ, ବଜେଟ୍ ଆକଳନ ତୁଳନାରେ କମ୍ ରହୁଛି I ୨୦୧୪-୧୫ ବର୍ଷରେ -୧୮.୯୫%, ୨୦୧୫-୧୬ ବର୍ଷରେ -୫.୨୩%, ୨୦୧୬-୧୭ ବର୍ଷରେ -୯.୫୩% ରହିଥିଲା ବେଳେ ଓ ୨୦୧୭-୧୮ ପ୍ରକୃତ ଖର୍ଚ୍ଚ ୨୦୧୭-୧୮ ବଜେଟ୍ ଆକଳନ ଅନୁସାରେ ୧୩.୮୩ % କମ୍ ରହୁଛି I
ଯଦି ବାର୍ଷିକ ଆର୍ଥିକ ବିବରଣୀ ନଥି ଅନୁସାରେ ଶିକ୍ଷା କ୍ଷେତ୍ରର ବଜେଟ୍ କୁ ହିସାବକୁ ନେବା ତାହାହେଲେ ଜଣାପଡେ ଯେ, ପ୍ରତିବର୍ଷ ବଜେଟ୍ ରେ ଶିକ୍ଷା କ୍ଷେତ୍ର ପାଇଁ ବ୍ୟୟ ବରାଦ ବଢି ଚାଲିଛି I କିନ୍ତୁ ବାର୍ଷିକ ଆର୍ଥିକ ବିବରଣୀ ନଥିକୁ ଦେଖିଲେ ଜଣାପଡେ ଯେ ୨୦୧୩-୧୪ ବଜେଟ୍ ଆକଳନ ଅନୁସାରେ ମୋଟ ବ୍ୟୟର ୧୪.୮୬%, ୨୦୧୪-୧୫ ବର୍ଷର ୧୪.୯୦%, ୨୦୧୫-୧୬ ବର୍ଷର ୧୪.୭୫%, ୨୦୧୬-୧୭ ବର୍ଷର ୧୪.୭୧%, ୨୦୧୭-୧୮ ଆର୍ଥିକ ବର୍ଷର ମୋଟ ବ୍ୟୟର ୧୫.୩୧% , ୨୦୧୮-୧୯ ଆର୍ଥିକ ବର୍ଷରେ ୧୪.୨୯% ଶିକ୍ଷା କ୍ଷେତ୍ର ପାଇଁ ବ୍ୟୟ ବରାଦ ହୋଇଥିଲା ବେଳେ ଏବର୍ଷ ମୋଟ ବଜେଟ୍ ର ୧୪.୩୯% ଶିକ୍ଷା କ୍ଷେତ୍ର ପାଇଁ ଆକଳନ କରାଯାଇଛି I ଠିକ୍ ସେମିତି ବଜେଟ୍ ଆକଳନ ତୁଳନାରେ ବାସ୍ତବ ଖର୍ଚ୍ଚ କମ୍ ରହୁଛି I ୨୦୧୩-୧୪ ଆର୍ଥିକ ବର୍ଷରେ ବଜେଟ୍ ତୁଳନାରେ ପ୍ରାୟ ୫୨୪ କୋଟି ଟଙ୍କା କମ୍ ଖର୍ଚ୍ଚ ହୋଇଥିଲା ବେଳେ, ୨୦୧୪-୧୫ ବର୍ଷ ରେ ପ୍ରାୟ ୧୭୯୧ କୋଟି, ୨୦୧୫-୧୬ ରେ ୯୫୪ କୋଟି, ୨୦୧୬-୧୭ ରେ ୧୮୪୦ କୋଟି ଟଙ୍କା କମ୍ ଖର୍ଚ୍ଚ ହୋଇଥିଲା ବେଳେ୨୦୧୭-୧୮ ଆର୍ଥିକ ବର୍ଷରେ ୨୧୮୦ କୋଟି କମ୍ ଖର୍ଚ୍ଚ ହୋଇଥିଲା I
ଅନୁଦାନ ଦାବୀ ନଥିକୁ ଦେଖି ବିଦ୍ୟଳୟ ଓ ଗଣଶିକ୍ଷା ବିଭଗର ଖର୍ଚ୍ଚ କୁ ହିସାବ କଲେ ଜଣାଯାଏଯେ, ଏହି ବର୍ଷ ପ୍ରାୟ ୧୬୪୬୭ କୋଟି ଟଂକା ଖର୍ଚ୍ଚ କରାଯିବ ବୋଲି ଆକଳନହୋଇଛି I ୨୦୧୩-୧୪ ଆର୍ଥିକ ବର୍ଷରେ ମୋଟ ବଜେଟ ଖର୍ଚ୍ଚର ୧୧.୯୭%, ୨୦୧୪-୧୫ ରେ ୧୧.୮୧%, ୨୦୧୫-୧୬ରେ ୧୧.୪୩%, ୨୦୧୬-୧୭ରେ ୧୧.୨୪%, ୨୦୧୭-୧୮ରେ ୧୨.୩୬% ପ୍ରକୃତରେ ଖର୍ଚ୍ଚ ହୋଇଥିଲା ବେଳେ ଏହିବର୍ଷ ମୋଟ ବଜେଟ ଖର୍ଚ୍ଚର ୧୨.୪୧% ଆକଳନ କରାଯାଇଛି I
ଆନୁଦାନ ଦାବୀ ନଥିକୁ ଦେଖି ଉଚ୍ଚତ୍ତର ଶିକ୍ଷା ବାବଦରେ ଖର୍ଚ୍ଚ ବିଷୟରେ ଆଲୋଚନା କଲେ ଜଣାପଡେ ଯେ, ୨୦୧୫-୧୬ ବର୍ଷରେ ପ୍ରକୃତ ଖର୍ଚ୍ଚ ପ୍ରାୟ ୧୯୦୭ କୋଟି ଟଙ୍କା ଥିଲା ବେଳେ ୨୦୧୬-୧୭ ବର୍ଷରେ ପ୍ରକୃତରେ ପ୍ରାୟ ୧୯୩୭ କୋଟି,୨୦୧୭-୧୮ ବର୍ଷରେ ୧୭୪୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ ୨୦୧୯-୨୦ ବର୍ଷରେ ଏଥିପାଇଁ ପ୍ରାୟ ୨୩୨୭ କୋଟି ଟଙ୍କା ଖର୍ଚ୍ଚ ଆକଳନ ହୋଇଛି I କିନ୍ତୁ ଯଦି ରାଜ୍ୟର ମୋଟ ବ୍ୟୟକୁ ହିସାବକୁ ନେବା ୨୦୧୫-୧୬ ବର୍ଷରେ ପ୍ରକୃତ ଖର୍ଚ୍ଚର ୨.୪୧% ଉଚ୍ଚତ୍ତର ଶିକ୍ଷା ବାବଦରେ ଖର୍ଚ୍ଚ ହୋଇଥିଲା ବେଳେ, ୨୦୧୬-୧୭ ବର୍ଷର ଆନୁମାନିକ ଅଟକଳର ୨.୨୩% ଉଚ୍ଚତ୍ତର ଶିକ୍ଷା ବାବଦରେ ଖର୍ଚ୍ଚ ହୋଇଥିଲା ବେଳେ ୨୦୧୯-୨୦ ଆର୍ଥିକ ବର୍ଷର ରାଜ୍ୟର ମୋଟ ଆନୁମାନିକ ଖର୍ଚ୍ଚର ୧.୭୫% ଉଚ୍ଚତ୍ତର ଶିକ୍ଷା ବାବଦରେ ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି I
ଆନୁଦାନ ଦାବୀ ନଥିକୁ ଦେଖି ବୈଷୟିକ ଶିକ୍ଷା ବିଷୟରେ ଆଲୋଚନା କଲେ ଜଣାପଡ଼େ ଯେ, ୨୦୧୫-୧୬ ଆର୍ଥିକ ବର୍ଷରେ ବୈଷୟିକ ଶିକ୍ଷା ବାବଦରେ ୧୩୧.୬୯ କୋଟି ଟଙ୍କା ୨୦୧୬-୧୭ ବର୍ଷରେ ୧୫୧.୯୭ କୋଟି ଟଙ୍କା ଓ ୨୦୧୭-୧୮ ଆର୍ଥିକ ବର୍ଷରେ ବାସ୍ତବରେ ୧୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ ଏହିବର୍ଷ ପ୍ରାୟ ୨୪୮ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆକଳନ ହୋଇଛି I
ବାର୍ଷିକ ଆର୍ଥିକ ବିବରଣୀ ନଥି ଅନୁସାରେ ସ୍ବାସ୍ଥ୍ୟ କ୍ଷେତ୍ରର ବଜେଟ୍ କୁ ବିଶ୍ଲେଷଣ କଲେ ଜଣାପଡେ ଯେ, ବଜେଟ୍ ଆକଳନ ରେ ଗତ ବଜେଟ୍ ତୁଳନାରେ ଅଧିକ ବ୍ୟୟ ବରାଦ ରହୁଛି I ୨୦୧୪-୧୫ ଆର୍ଥିକ ବର୍ଷର ବଜେଟ୍ ଆକଳନ ୨୦୧୩-୧୪ ବଜେଟ୍ ଆକଳନ ତୁଳନାରେ ପ୍ରାୟ ୭୭.୬୮% ବଢିଛି, ଠିକ୍ ସେହିପରି, ୨୦୧୫-୧୬ ବର୍ଷର ଆନୁମାନିକ ଅଟକଳ ତୁଳନାରେ ୨୦୧୬-୧୭ ଆନୁମାନିକ ଅଟକଳ ପ୍ରାୟ ୨୩.୬୪%, ୨୦୧୭-୧୮ ଆନୁମାନିକ ଅଟକଳ ତୁଳନାରେ ୨୦୧୮-୧୯ ବଜେଟ୍ ପ୍ରାୟ ୭.୪୮% ବଢିଛି ଠିକ ସେହିପରି ଏହିବର୍ଷ ମଧ୍ୟ ଗତ ବଜେଟ ତୁଳନାରେ ୯.୭୦% ବଢିଛି I କିନ୍ତୁ ଆନୁମାନିକ ଅଟକଳ ଓ ବାସ୍ତବ ଖର୍ଚ୍ଚ ଭିତରେ କେତେ ଫରକ ରହୁଛି ତାହା ଆକଳନ କଲେ ଜଣାପଡେ ଯେ, ୨୦୧୩-୧୪ ବର୍ଷରେ ବାସ୍ତବ ଖର୍ଚ୍ ବଜେଟ୍ ଆକଳନ ତୁଳନାରେ -୯.୮୯%, ୨୦୧୪-୧୫ ବର୍ଷରେ -୧୭.୩୯%, ୨୦୧୫-୧୬ ବର୍ଷରେ -୩.୩୨%, ୨୦୧୬-୧୭ ଆର୍ଥିକ ବର୍ଷରେ ୦.୪୭% ଫରକ ରହୁଥିଲା ବେଳେ ୨୦୧୭-୧୮ ବର୍ଷରେ ୧୩.୧୪% କମ ରହୁଛି I ଯଦି ପ୍ରକୃତରେ କେତେ ଟଙ୍କା କମ୍ ଖର୍ଚ୍ଚ ହୋଇଥିଲା ତାହା ହିସାବକୁ ଆଣିବା ତାହାହେଲେ ୨୦୧୩-୧୪ ବର୍ଷରେ ପ୍ରାୟ ୨୧୫ କୋଟି ଟଙ୍କା କମ୍ ଖର୍ଚ୍ଚ ହୋଇଥିଲା ,୨୦୧୪-୧୫ ବର୍ଷରେ ୬୭୧ ଟଙ୍କା କମ୍ ଖର୍ଚ୍ଚ ହୋଇଥିଲା , ୨୦୧୫-୧୬ ଆର୍ଥିକ ବର୍ଷରେ ୧୨୬ କୋଟି ଟଙ୍କା କମ୍ ଖର୍ଚ୍ଚ ହୋଇଥିଲା ବେଳେ ୨୦୧୬-୧୭ ବର୍ଷ ରେ ପ୍ରାୟ ୨୨ କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଥିଲା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ୭୪୫କୋଟି ଟଙ୍କା କମ୍ ଖର୍ଚ୍ଚ ହୋଇଥିଲା I
ତେଣୁ ମୋଟାମୋଟି ଭାବରେ ଦେଖିଲେ ସାଧାରଣ ଲୋକ ଏହାର ସୁଫଳ କେତେ ପରିମଣରେ ପାଉଛଂତି ତାହା ସମୟ କହିବI

Source: Annual Financial Statement

ମୋଟ ଖର୍ଚ୍ଚରେ କେଉଁ ସେବା ପାଇଁ କେତେ ଶତକଡା?

Source: Annual Financial Statement

2013-14 Ac 2014-15 Ac 2015-16 Ac 2016-17 Ac 2017-18 Ac 2018-19 RE 2019-20 BE
Revenue Deficit(-)/Surplus(+) 3329.1 5862.14 10135.73 9258.86 13366.99 10554.95 8432.79
Fiscal Deficit(-)/Surplus(+) -4633.64 -5478.62 -7062.82 -9377.3 -9359.49 -13935.2 -16193
Primary Deficit(-)/Surplus(+) -1745.45 -2668.35 -3719.52 -5341.88 -4371.15 -8085.2 -9693
Revenue Deficit as % GSDP 1.12 1.87 3.08 2.41 3.08 2.17 1.56
Fiscal Deficit as % of GSDP -1.56 -1.74 -2.15 -2.44 -2.15 -2.87 -2.99
Primary Deficit as % of GSDP -0.59 -0.85 -1.13 -1.39 -1.01 -1.66 -1.79
Source: Budget at a Glance different years

Source: Budget at a Glance different years

Source: Annual Financial Statement

Source: Annual Financial Statement

2013-14 (A) 2014-15 (A) 2015-16 (A) 2016-17 (A) 2017-18 (A) 2018-19 (RE) 2019-20 (BE)
Education Sports Art And Culture 8437.53 10182.95 11557.24 12169.14 14533.91 17894.25 19516.53
Health And Family Welfare 1956.93 3187.31 3680.56 4729.25 4927.11 6132.01 6688.66
Sanitation, Housing & Urban Development 2360.02 2731.31 4088.51 4926.4 5860.33 7811.75 9472.96
SC ST Dev Minorities and Backward Classes welfare 1750.41 1865.36 2416.3 2447.13 2744.94 3398.72 3484.54
Labour And Labour Welfare 146.95 262.16 251.98 118.85 141.87 189.95 211.95
Social Welfare And Nutrition 5611.93 4754.89 5247.69 5874.42 5184.07 7484.87 8635.57
Total Social Services 20446.34 23252.53 27571.71 30601.15 33757.78 43286.95 48517.65
Source: Annual Financial Statement

Source: Annual Financial Statement

Source: Annual Financial Statement
XXX

For further details please contact

Ratneswar Sahu
B.D.Pur, Baragaon, Ganjam
Mobile: +91- 9437106289
Mail: ratneswar77@gmail.com

Share in top social networks!
Powered By Indic IME