ପାରାଦୀପକୁ ପୃଥିବୀର ଗୋଟେ କ୍ରିୟାଶୀଳ ଅଂଚଳ ଭାବେ ତିଆରି କରିବା ସ୍ୱପ୍ନ -ଧର୍ମେନ୍ଦ୍ର ପ୍ରଧାନ

• ଆଗକୁ ଓଡିଶାରେ ଅଧିକ ପୁଞ୍ଜି ବିନିଯୋଗ ହେବ
• ବନ୍ଦର ଓ ରାଜପଥ ନିର୍ମାଣରେ ବ୍ୟାପକ ଖର୍ଚ୍ଚ ବିନିଯୋଗର ଯୋଜନା
• ପାରାଦୀପ ଓଡିଶାର ବିକାଶ ଦୀପ ଏବଂ ଓଡିଶା ଯୁବକଙ୍କ ଭାଗ୍ୟର ଦୀପ ହେବ ବୋଲି ପ୍ରଧାନମନ୍ତ୍ରୀ ପାରାଦୀପ ରିଫାଇନରୀ ରାଷ୍ଟ୍ର ନିମନ୍ତେ ସମର୍ପଣ ସମାରୋହରେ କହିଥିଲେ
• ମୋଦି ସରକାର ଦାୟିତ୍ୱରେ ଆସିବା ପରେ ନୀତିନ ଗଡକରୀଙ୍କ ଦୂରଦୃଷ୍ଟି କାରଣରୁ ପାରାଦୀପ ପୋର୍ଟ ଭାରତବର୍ଷର ଏକ ନମ୍ବର ବନ୍ଦର ହେବାକୁ ଯାଉଛି
• ୫ ବର୍ଷରେ ପାରାଦୀପ ବନ୍ଦରର କ୍ଷମତାରେ ଦ୍ରୁତ ବୃଦ୍ଧି
• ୪୧୫ କିମି ଉପକୂଳ ରାଜପଥ ରାଜ୍ୟ ପାଇଁ ବଡ ଉପହାର
• ପାରାଦୀପରେ ଏକ ବିଶ୍ୱସ୍ତରୀୟ ଏୟାରପୋର୍ଟ ନିର୍ମାଣ ନିମନ୍ତେ ଆଏଓସିଏଲ, ପାରାଦିପ ପୋର୍ଟ ଓ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର
• ଆଇଓସିଏଲ୍ ଏବଂ ଏନଏସଡିସି ମଧ୍ୟରେ ଜଗତସିଂପୁର ଓ ପାରାଦିପ ଅଞ୍ଚଳର ଯୁବକ, ବେରୋଜଗାରୀ ଓ ମହିଳାଙ୍କ ଦକ୍ଷତା ବିକାଶ ନିମନ୍ତେ ସ୍ୱଳ୍ପମିଆଦୀ ପାଠ୍ୟକ୍ରମ ନିମନ୍ତେ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷର
ପାରାଦୀପ ରିଫାଇନରୀରେ ପଲିପ୍ରପିଲିନ୍ (ପିପି) ପ୍ଲାଣ୍ଟ
ପାରାଦୀପ ବନ୍ଦରରେ ସ୍ୱଚ୍ଛ କାର୍ଗୋ ପରିବହନ ନିମନ୍ତେ ବହୁମୁଖୀ ବର୍ଥର ହେଲା ଶୁଭ ଉଦ୍ଘାଟନ
ଏବଂ
ପାରାଦୀପ ରିଫାଇନରୀରେ ମନୋଇଥିନଲ ଗ୍ଲାଇକଲ (ଏମ୍ଇଜି) ପ୍ଲାଣ୍ଟ, ପାରାଦୀପ ବନ୍ଦରରେ ଇକ୍ୱେ ୧,୨,୩ ବର୍ଥର ଯନ୍ତ୍ରୀକରଣ, ପାରାଦୀପରେ ଏଲ୍ପିଜି ଇମ୍ପୋର୍ଟ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ / ଶୁଭ କାର୍ଯ୍ୟାରମ୍ଭ

ମୁଖ୍ୟାଂଶ
• ୩,୧୫୦ କୋଟି ଟଙ୍କା ମୂଲ୍ୟ ବିଶିଷ୍ଟ ବିଶ୍ୱସ୍ତରୀୟ ପ୍ରଲିପ୍ରପିଲିନ୍ (ପିପି) ପ୍ଲାଣ୍ଟ ପୂର୍ବୋତ୍ତର କ୍ଷେତ୍ରଗୁଡ଼ିକର ପ୍ଲାଷ୍ଟିକ ଉଦ୍ୟୋଗଗୁଡ଼ିକୁ ସହଯୋଗ କରିବ ।
• ୫,୬୫୪ କୋଟି ଟଙ୍କା ମୂଲ୍ୟ ବିଶିଷ୍ଟ ମନୋଇଥିଲନ୍ ଗ୍ଲାଇକଲ (ଏମ୍ଇଜି) ପ୍ଲାଣ୍ଟ, ଓଡ଼ିଶାରେ ପଲିଷ୍ଟର ଉଦ୍ୟୋଗ / ଟେକ୍ସଟାଇଲ ପାର୍କକୁ ପ୍ରୋତ୍ସାହନ ଯୋଗାଇବ ।
• ୬୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ୦.୬ ଏମ୍ଏମ୍ଟିପିଏ ଏଲ୍ପିଜି ଇମ୍ପୋର୍ଟ ଟର୍ମିନାଲ, ଓଡ଼ିଶା ଏବଂ ପଡୋଶୀ ରାଜ୍ୟରେ ସ୍ୱଚ୍ଛ ରନ୍ଧନ ଗ୍ୟାସର ଉପଲବ୍ଧତାକୁ ବୃଦ୍ଧି କରିବ ।
• କଣ୍ଟେନର ଏବଂ ସ୍ୱଚ୍ଛ କାର୍ଗୋ ବର୍ଥ, ପାରାଦୀପ ପୋର୍ଟ ଟ୍ରଷ୍ଟର କାର୍ଗୋ ପ୍ରୋଫାଇଲରେ ବିବିଧତା ଆଣିବା ସହ ସ୍ଥାନୀୟ ଉଦ୍ୟୋଗକୁ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିବ ।
• ପାରାଦୀପ ବନ୍ଦରରେ ବର୍ତ୍ତମାନ ଥିବା ବର୍ଥର ଯନ୍ତ୍ରୀକରଣ ଏବଂ ୩୦ ମିଲିୟନ ଟନ କ୍ଷମତା ବୃଦ୍ଧି କୋଇଲା ରପ୍ତାନୀରେ ସୁବିଧା ପ୍ରଦାନ କରିବା ସହ ପ୍ରଦୂଷଣକୁ ମଧ୍ୟ ହ୍ରାସ କରିବ ।
• ନୂତନ ରୋଜଗାର ସୃଷ୍ଟି କରିବା ସହ ସ୍ଥାନୀୟ କ୍ଷେତ୍ରଗୁଡ଼ିକର ସମୃଦ୍ଧି ନିମନ୍ତେ ମଧ୍ୟ ସହାୟକ ହେବ ।
• ପାରାଦୀପ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରୁ ଆଗତ ଅନୁଭୂତି ହେଉଛି ‘ପୂର୍ବ ଭାରତର ଉର୍ଜା ଦ୍ୱାର’
ପାରାଦୀପ: ପାରାଦୀପ ବନ୍ଦର ଭବିଷ୍ୟତରେ ଦେଶର ୧ ନମ୍ବର ବନ୍ଦର ହେବ । କେବଳ ଏକ ନମ୍ବର ହେବନି, ଓଡିଶା ବିକାଶରେ ଗ୍ରୋଥ୍ ଇଞ୍ଜିନ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ସେ କହିଛନ୍ତି ଯେ, ଆଗକୁ ଓଡିଶାରେ ଅଧିକ ପୁଞ୍ଜି ବିନିଯୋଗ ହେବ । ବନ୍ଦର ଓ ରାଜପଥ ନିର୍ମାଣରେ ବ୍ୟାପକ ଖର୍ଚ୍ଚ କରାଯିବ । ସେହିପରି ପାରାଦୀପକୁ କେବଳ ପୂର୍ବ ଭାରତର ବା ଭାରତର ନୁହେଁ, ପୃଥିବୀର ଗୋଟେ କ୍ରିୟାଶୀଳ ଅଂଚଳ ଭାବେ ତିଆରି କରିବାର ତାଙ୍କର ସ୍ୱପ୍ନ ଅଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅବସରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପାରାଦୀପକୁ ଗୋଟିଏ ସମୟରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁ ଆସିଥିଲେ । ପାରାଦୀପ ରିଫାଇନାରୀର ଶୁଭ ଦେବା ପାଇଁ ତକ୍ରାଳୀନ ପ୍ରଧାନମମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଆସିଥିଲେ ଏବଂ ଏହାକୁ ଲୋକାର୍ପଣ କରିବା ପାଇଁ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ । ମାନ୍ୟବର ମୋଦି ଓଡିଆ ଜାତିର ସ୍ପନ୍ଦନ କେନ୍ଦ୍ର ପାରାଦୀପକୁ ପୂର୍ବୋଦୟର କେନ୍ଦ୍ର ବୋଲି କହିବା ସହ ଏହା ବିକାଶ ଦୀପ ଏବଂ ଓଡିଶା ଓ ଯୁବକଙ୍କ ଭାଗ୍ୟର ଦୀପ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଓଡିଆ ଯୁବକ ଏବେ ଚାକିରୀ ଖୋଜିବେ ନାହିଁ ବରଂ ମାଲିକ ବନିବେ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପୂର୍ବରୁ ପାରାଦୀପ ପୋର୍ଟର ବ୍ୟବସାୟ ୬୮ ମିଲିୟନ ମେଟ୍ରିକ୍ ଟନ ଥିଲା ମାତ୍ର ମୋଦି ସରକାର ଦାୟିତ୍ୱରେ ଆସିବା ପରେ ନୀତିନ ଗଡକରୀଙ୍କ ଦୂରଦୃଷ୍ଟି କାରଣରୁ ଏବଂ ଯୋଗ୍ୟ ଅଧିକାରୀଙ୍କ ପରିଶ୍ରମ ବଳରେ ପାରାଦୀପ ପୋର୍ଟ ଭାରତବର୍ଷର ଏକ ନମ୍ବର ବନ୍ଦର ହେବାକୁ ଯାଉଛି । ବନ୍ଦରର ବ୍ୟବସାୟ ୬୮ ମିଲିୟନ ମେଟ୍ରିକ୍ ଟନରୁ ୧୧୦ ପର୍ଯ୍ୟନ୍ତ କାମ ବଢେଇବାର ସୌଭାଗ୍ୟ ଏହି ଟିମକୁ ମିଳିଛି ।
ସ୍ଥାନୀୟ ଅଂଚଳରେ ଥଇଥାନ ସଂପର୍କରେ ମତ ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନୀତି ନିଦେ୍ର୍ଧଶକୁ ପାରାଦୀପ ପୋର୍ଟ ହେଉ କିମ୍ବା ରିଫାଇନାରୀ ହେଉ ପାଳନ କରିବେ । ସବୁ ବିଷୟର ବ୍ୟବସ୍ଥା କମ୍ପାନୀ ଗୁଡିକ କରିବେ । ରାଜ୍ୟ ସରକାର ଗୋଟିଏ ପାଦ ଆଗକୁ ଗଲେ ଭାରତ ସରକାର ଦୁଇ ପାଦେ ଆଗକୁ ଯିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଆଜି ୧୧ ହଜାର କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କିମ୍ବା ଆରମ୍ଭ କରାଯିବ । ଏ ଅଂଚଳରେ ପାରାଦୀପ ପୋର୍ଟକୁ ଏକ ନୂଆ ସ୍ତରକୁ ନେବାରେ ନୀତିନ ଗଡକରୀଙ୍କ ଦୂରଦୃଷ୍ଟି ଅତୁଳନୀୟ । ଏହି ଶିଳ୍ପ ପାଇଁ ବିଶ୍ୱସ୍ତରକୁ ନେବା ପାଇଁ ସେ ଉଦ୍ୟମ କରୁଛନ୍ତି । ଆଜି ଓଡିଶା ପାଇଁ ଦାୟିତ୍ୱ ନେଇ ସେ ବଦାନ୍ୟତା ଦେଖାଇଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
୪୧୫ କିମି ଉପକୂଳ ରାଜପଥ ରାଜ୍ୟ ପାଇଁ ବଡ ଉପହାର ଦିଲ୍ଲୀ ସରକାରର ହେବ ।
ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ପାରାଦୀପ ବିଧାୟକ ଡଃ ଦାମୋଦର ରାଉତ, ଆଇଓସିଏଲ ଅଧ୍ୟକ୍ଷ ଶ୍ରୀ ସଂଜୀବ ସିଂ, ପାରାଦୀପ ଅଧ୍ୟକ୍ଷ ଶ୍ରୀ ରିଙ୍କେଶ ରାୟ, ପୂର୍ବ ତଟ ରେଳପଥ ଓ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଶ୍ରୀ ପି. ଏସ୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସମ୍ପାଦକଙ୍କ ନିମନ୍ତେ ସୂଚନା
ପେଟ୍ରୋକେମିକାଲ୍ସ ସେକ୍ଟର ପରିଦୃଶ୍ୟ
ଆର୍ଥିକ ବିକାଶ ନିମନ୍ତେ ପେଟ୍ରୋକେମିକାଲ୍ସ କ୍ଷେତ୍ର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ କାରଣ ଏହା ସାର୍ବଜନୀନ ଉପôାଦ ଏବଂ ଅନ୍ୟାନ୍ୟ ସମସ୍ତ କ୍ଷେତ୍ର ନିମନ୍ତେ ସକ୍ଷମ ସମାଧାନ ପ୍ରଦାନ କରିଥାଏ ।
ଭାରତରେ ପେଟ୍ରୋକେମିକାଲ୍ସ ର ବିକାଶ କ୍ଷମତା ଅଧିକ ରହିଛି, ଏହା ଦେଖାଯାଏ ଯେ, ସମଗ୍ର ଦେଶରେ ମୁଣ୍ଡପିଛା ପଲିମର ଖର୍ଚ୍ଚ ୧୦ କେଜି ରହିଛି, ଯାହା କି ସମଗ୍ର ବିଶ୍ୱର ହାରାହାରି ୩୫ ଠାରୁ ଖୁବ କମ୍ । ୟୁଏସ୍ଏରେ ଏହା ୯୦ କେଜି ଏବଂ ଚୀନରେ ରହିଛି ୪୬ କେଜି । ଭାରତ ସରକାରଙ୍କ କ୍ରମିକ ଯୋଜନା କାରଣରୁ ପେଟ୍ରୋକେମିକାଲ୍ସର ଚାହିଦା ଉପରେ ଏହାର ପ୍ରଭାବ ଅଧିକ ପଡ଼ିଛି । ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମରୁ ନିର୍ମାଣ କ୍ଷେତ୍ରକୁ ଅଧିକ ମଜଭୁତ କରିବ ବୋଲି ଆଶା କରାଯାଉଛି ଏବଂ ଭିତ୍ତିଭୂମି, କୃଷି ଏବଂ ଜଳସେଚନ ଉପରେ ବଢୁଥିବା ଗୁରୁତ୍ୱ ସହିତ, ପ୍ଲାଷ୍ଟିକର ଚାହିଦା ମଧ୍ୟ କ୍ରମଶଃ ବୃଦ୍ଧି ଘଟି ଚାଲିଛି ।
ଭାରତରେ ପେଟ୍ରୋକେମିକାଲ୍ସ ଉପôାଦନର ବ୍ୟବହାର ବର୍ତ୍ତମାନ ସକଳ ଘରୋଇ ଉପôାଦ (ଜିଡିପି)ରେ ଦେଢ ଗୁଣା ବୃଦ୍ଧି ଘଟୁଛି । ଦେଶର ସ୍ଥିର ଉର୍ଜା ବିକାଶ ପଥ ସହିତ, ଏହା ଆଶା କରାଯାଉଛି ଯେ, ଆସନ୍ତା ବର୍ଷରେ ପେଟ୍ରୋକେମିକାଲ୍ସ ଉପôାଦଗୁଡ଼ିକର ଦୁଇଗୁଣା ବୃଦ୍ଧି ଘଟିବ । ଭବିଷ୍ୟତ ନିମନ୍ତେ ପ୍ରସ୍ତୁ୍ତିର ଅନ୍ୱେଷଣରେ, ଇଣ୍ଡିଆନ୍ ଅଏଲ ପେଟ୍ରୋକେମିକାଲ୍ସ ବ୍ୟବସାୟରେ ପ୍ରମୁଖ ପ୍ରଗତି ଆଣିଛି । ନିଜ ବ୍ୟବସାୟିକ ମଡେଲ ସହିତ ଷ୍ଟାଣ୍ଡ-ଏଲୋନ ରିଫାଇନରୀ ଠାରୁ ଏକୀକୃତ ରିଫାଇନରୀ ତଥା ପେଟ୍ରୋକେମିକାଲ୍ସ ପରିସରରେ ଲାଭ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛି ।
ଇଣ୍ଡିଆନ ଅଏଲ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ପେଟ୍ରୋକେମିକାଲ୍ସ ଉପôାଦକ, ୨.୫ ଏମ୍ଏମ୍ଟିପିଏ କ୍ଷମତା ସମ୍ପନ୍ନ ଏହି କମ୍ପାନୀ ପାନିପଥ ଏବଂ ଭଦୋଦରାଠାରେ ଲାଇନର ଆଲକିଲ ବେନ୍ଜିନ (ଏଲ୍ଏବି), ପୁ୍ୟରିଫାଏଡ ଟେରେଫ୍ଥାଲିକ ଏସିଡ୍ (ପିଟିଏ), ପଲିଥାଇଲେନ, ପଲିପ୍ରପିଲିନ, ଇଥାଲିନ ଗ୍ଲାଇକଲ୍ସ, ଷ୍ଟାଇରେନ ବୁ୍ୟଟାଡାଇନ ରବର ଭଳି ଉପôାଦ ଉପôାଦନ କରୁଛି ।
ପେଟ୍ରୋକେମିକାଲ୍ସ ଉପôାଦନ କ୍ଷେତ୍ରରେ ଇଣ୍ଡିଆନ୍ ଅଏଲ ଏହାର ହରିଆନାସ୍ଥିତ ପାନିପଥ ରିଫାଇନାରୀ କମ୍ପେ୍ଲକ୍ସ ଏକ ବିଶ୍ୱସ୍ତରୀୟ ପରିଚୟ ସୃଷ୍ଟି କରିପାରିଛି । ଏହି ଧାରାରେ ଇଣ୍ଡିଆନ୍ ଅଏଲ ପାରାଦୀପ ରିଫାଇନାରୀ ମଧ୍ୟ ପଲିପ୍ରପିଲିନ, ଇଥିଲିନ ଗ୍ଲାଇକଲ ଏବଂ ପିଏକ୍ସ-ପିଟିଏ ପ୍ଲାଣ୍ଟ ସ୍ଥାପନା କରି ଏକ ଏକୀକୃତ ରିଫାଇନରୀ-ପେଟ୍ରୋକେମିକାଲ କ୍ଷେତ୍ରକୁ ପରିବର୍ତ୍ତନ କରୁଛି । ଏହି ଯନ୍ତ୍ରାଂଶଗୁଡ଼ିକ ପାନିପଥ ରିଫାଇନାରୀ ପ୍ଲାଣ୍ଟ ରେ ଏକ ଲାଭଦାୟକ ଉପାଦାନ ଭାବେ କାର୍ଯ୍ୟ କରୁଛି ।

Share in top social networks!
Powered By Indic IME