ଡେରି ହୋଇପାରେ ହେଲେ ଶେଷରେ ସତ୍ୟର ହୁଏ ବିଜୟ; ପ୍ରଜାତନ୍ତ୍ରରେ ଭିନ୍ନ ସ୍ୱରର ଆବଶ୍ୟକତା ଅଛି

ସତ୍ୟକୁ କିଛି ସମୟ ଜଣେ ଦବେଇପାରିବ ହେଲେ ସତ୍ୟ କେବେ ଲୁଚି ରହେନାହିଁ । ଭିନ୍ନ ସ୍ୱର ଯଦି ସତ୍ୟ ହେଲା ତେବେ ଏହା ନିଶ୍ଚୟ ପଦାକୁ ଆସିବ । ଷୋଡ଼ଶ ଶତାବ୍ଦୀରେ ଗାଲିଲିଓ ଯେଭଳି ଭିନ୍ନ ରାସ୍ତାରେ ଚାଲି ପୁରା ବିଶ୍ୱକୁ ଚକିତ କରି ସତ୍ୟର ଉନ୍ମୋଚନ କରିଥିଲେ । ଠିକ୍ ସେମିତି ବର୍ତମାନ ନିର୍ଭୟ ସତ୍ୟର ପଥରେ ଅଗ୍ରସର ହେଉଛି । ପୁରା ଦୁନିଆର ବିରୋଧ ଓ ଅନେକ ବାଧାବିଘ୍ନ ସତ୍ୱେ ଦ୍ରୁଢ଼ ନିÂାର ସହ ଗାଲିଲିଓ ନିଜ ତତ୍ୱକୁ ପ୍ରମାଣିତ କରିଥିଲେ । ପାଥେୟ କରିଥିବା କଥାଟି ଯଦି ସତ୍ୟ ଓ ତୁମେ ସ୍ଥିର ନିଶ୍ଚିତ ତାହା ନିଶ୍ଚୟ ଭିନ୍ନ ସ୍ୱର ସୃଷ୍ଟି କରିବ । ବୁଧବାର ନିର୍ଭୟର ୫ମ ବାର୍ଷିକ ଉତ୍ସବରେ ଏହି ଉକ୍ତି ରଖିଛନ୍ତି ବରିÂ ସାମ୍ବାଦିକ ସନ୍ଦୀପ ସାହୁ । ଉତ୍ସବରେ ଆଲୋଚ୍ୟ ଶୀର୍ଷକ ‘ଭିନ୍ନ ସ୍ୱର’ ଉପରେ ମତ ରଖି ଶ୍ରୀ ସାହୁ ନିର୍ଭୟର ଭିନ୍ନ ସ୍ୱର ସୃଷ୍ଟି ଯାତ୍ରା ବିଷୟରେ କହିଥିଲେ ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍ସବର ଦ୍ୱିତୀୟ ଭାଗରେ ଆୟୋଜିତ ‘ଭିନ୍ନ ସ୍ୱର’ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲାବେଳେ ବରିÂ ସାମ୍ବାଦିକ ସନ୍ଦୀପ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭିନ୍ନର ସ୍ୱରର ଅର୍ଥ କେବଳ ବିରୋଧ ନୁହେଁ, ଭିନ୍ନତା ହିଁ ସତ୍ୟ । ଏହା ନିର୍ଭୟ କରିଦେଖାଇଛି ବୋଲି ଶ୍ରୀ ସାହୁ କହିଥିଲେ । ଶ୍ରୀ ସାହୁ ଭେଟେରାନ ସାମ୍ବାଦିକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉଦାହରଣ ରଖିଥିଲେ । ଗାନ୍ଧୀ ସବୁବେଳେ ଗୋଟିଏ କଥା କହୁଥିଲେ, ‘ସତ୍ୟ ସର୍ବଦା ସତ୍ୟ’ ଏଥିରେ କୌଣସି ଦ୍ୱିମତ ନାହିଁ । ନିଶ୍ଚୟ ଏହା ଦିନେ ନା ଦିନେ ପ୍ରମାଣିତ ହେବ ଓ ସଫଳ ହେବ ବୋଲି ଗାନ୍ଧି ସର୍ବଦା ଉକ୍ତି ରଖି ଆସିଛନ୍ତି ବୋଲି ଶ୍ରୀ ସାହୁ କହିଥିଲେ । ଶ୍ରୀ ସାହୁ ଆହୁରି କହିଥିଲେ ଯେ, ଗଣତନ୍ତ୍ରର ଯାହା ମୂଳମନ୍ତ୍ର ଥିଲା ସ୍ୱାଧୀନ ଭାବେ ମତ ରଖିବାର ଅଧିକାର ତାହା ବିଗିଡ଼ିଲାଣି । ଏବେ ଦେଶରେ ଅସହିଷ୍ଣୁତା ଦେଖାଦେଇଛି । ସ୍ୱର ଚପାଇବାକୁ ଉଦ୍ୟମ ହେଉଛି, ସ୍ୱର ଉଠାଉଥିବା ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହେଉଛି । ହେଲେ ନିର୍ଭୟ ଯେଭଳି ଭିନ୍ନ ସ୍ୱର ସୃଷ୍ଟି କରୁଛି ତାହା ପ୍ରଶଂସନୀୟ । ସତ୍ୟକୁ ସାଥୀ କରି ଯେଭଳି ଏହି ନିର୍ଭୀକ ସଂସ୍ଥାଟି ଆଗେଇ ଚାଲିଛି ଆଗାମୀ ଦିନରେ ଏହାର ସୁଫଳ ନିଶ୍ଚୟ ଦେଖିବାକୁ ମିଳିବ । ତେବେ ଶ୍ରୀ ସାହୁ ଏହି କାର୍ଯ୍ୟକ୍ରମରେ ଭିନ୍ନ ସ୍ୱର ସୃଷ୍ଟି ଓ ଏହି ପ୍ରୟାସରେ ସାମିଲ ହେବା ଲାଗି କିଛି ଆହ୍ୱାନ ମଧ୍ୟ ରଖିଥିଲେ । ଭିନ୍ନତା ହିଁ ସତ୍ୟ ଓ ଏହା କେବଳ ବିରୋଧ ନୁହେଁ । ଭିନ୍ନ ସ୍ୱର ଲାଗି ଦୃଢ଼ଭାବେ ଅଟଳ ରହିବାକୁ ହେବ ବୋଲି କହିଥିଲେ ଶ୍ରୀ ସାହୁ । ପ୍ରଥମ ଭାଗରେ ଆଲୋଚ୍ୟ ଶୀର୍ଷକ ‘ଏକା ଏକା ସଫଳତା’ ବିଷୟକୁ ବି ଦୋହରାଇଥିଲେ ଶ୍ର୍ରୀ ସାହୁ । ଜଣେ ବ୍ୟକ୍ତି କୌଣସି ବଡ଼ ପ୍ରଭାବ ପକାଇପାରିବ ନାହିଁ ହେଲେ ସେ ଅନ୍ୟକୁ ଅପେକ୍ଷା ନକରି ପ୍ରୟାସ ସୁରୁ କରିବା ଦରକାର । ପରେ ଅନ୍ୟମାନେ ଏହି ପ୍ରୟାସରେ ଯାତ୍ରୀ ବନିଥାନ୍ତି । ବର୍ତମାନ ସମୟର ଭିନ୍ନ ସ୍ୱର ହେଉଛି ଓଲଟା ପଥରେ ଚାଲିବା । ଦୃଢ଼ ସାହସର ସହ ନିର୍ଭୟ ସମ୍ପାଦକ ନବୀନ ଦାସ ଯେମିତି ନିର୍ଭୟକୁ ସଫଳ କରିଦେଖାଇଛନ୍ତି ତାହାହିଁ ନିର୍ଭୀକତା । ପ୍ରାୟ ସ୍ଥାନରେ ଟାବଲଏଡ଼ ଫର୍ମାଟରେ ସାପ୍ତାହିକ ପ୍ରକାଶ ପାଉଥିବା ବେଳେ ନବୀନ ଦାସ ଏହାକୁ ଦୈନିକ ଭାବେ ପ୍ରକାଶ କରି ଜନାଦୃତ କରିପାରିଛନ୍ତି । ସେ ପାଥେୟ କରିଥିବା ଜିନିଷଟି ସତ୍ୟ ଓ ସ୍ଥିର ନିଶ୍ଚିତ ବୋଲି ସେ କରିଦେଖାଇଛନ୍ତି । ସ୍ୱାଧୀନ ଭାବରେ ମତ ରଖିବା ଅଧିକାର ଏବେ ପ୍ରଭାବିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ବ୍ୟବସ୍ଥା ସହ ସଲା ସୁତୁରା ଯୋଗୁଁ ଏଭଳି ଦୁଃସ୍ଥିତି ଦେଖିବାକୁ ମିଳିଛି । ବ୍ୟବସ୍ଥାପକ ବା ନୀତି ନିର୍ଦ୍ଧାରକ ସର୍ବଦା ନିଜ ମତକୁ ଠିକ ମଣିଥାନ୍ତି । ଯେଉଁଥିରେ ସମାଲୋଚନାର ଆବଶ୍ୟକତା ଅଛି ବୋଲି କହିଥିଲେ ଶ୍ରୀ ପ୍ରଧାନ । ଯେଉଁ ଓଡ଼ିଶା ଖାରବେଳ, ଜୟୀ ରାଜଗୁରୁ, ମାଧବ ସିଂହ, ଲକ୍ଷ୍ମଣ ନାଏକ, ବାଜି ରାଉତ ଭଳି ବୀରଙ୍କ ବଳିଦାନ ଲାଗି ଗର୍ବିତ ହେଉଥିଲା ତାହା ଆଜି ପ୍ରଭାବିତ ହୋଇଛି । ବର୍ତମାନ ସବୁକିଛି ବ୍ୟବସ୍ଥା ସହ ସଲାସୁତୁରାରେ ଚାଲିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହି ମହାନ ଓଡ଼ିଆମାନେ ଯଦି ବ୍ୟବସ୍ଥା ସହ ସଲାସୁତୁରା କରି ଚୁପ ହୋଇ ବସିପଡ଼ିଥାନ୍ତେ ତେବେ ବର୍ତମାନର ଅବସ୍ଥା କଣ ହୋଇଥାନ୍ତା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ । ବ୍ୟବସ୍ଥା ସହ ସଲାସୁତୁରା ନକରି ନିର୍ଭୀକତାର ସହ ସାମ୍ବାଦିକତା ଓ ମତ ଉପସ୍ଥାପନ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ସମାଜରେ ସମ୍ବାଦପତ୍ରର ଗୁରୁତ୍ୱପୂର୍ଣ୍ଣର୍ ଭୂମିକା ରହିଛି । ସମ୍ବାଦପତ୍ର ସବୁବେଳେ ବାକ୍ ସ୍ୱାଧୀନତା ଓ ନିର୍ଭୟର ସହ ଖବର ପରିବେଷଣ କରିଥାଏ । ବୈଜ୍ଞାନିକ ତଥ୍ୟ ଓ ତାର୍କିକ ତଥ୍ୟ କେହିକେବେ ଅସହମତି ହୋଇପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ ନିର୍ଭୟ ୩ଜଣ ଖବରଦାତା ଓ ୩ ଜଣ ସହକର୍ମୀଙ୍କୁ ସମ୍ମାନିତ କରାଯାଇଥିଲା ।

ଉତ୍ସବର ପ୍ରଥମ ଭାଗରେ ‘ଏକା ଏକା ସଫଳତା’ ଶୀର୍ଷକ ଆଲୋଚନା ଚକ୍ର ବିଶିଷ୍ଟ ସାମ୍ବାଦିକ ସମ୍ପଦ ମହାପାତ୍ରଙ୍କ ପୌରହିତ୍ୟରେ ଅନୁÂିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ଏକା ଏକା ପ୍ରୟାସ କରି ସଫଳତା ହାସଲ କରିଥିବା ୫ ଜଣ ନିଆରା ବ୍ୟକ୍ତିତ୍ୱ ସାମିଲ ଥିଲେ । ସେମାନେ ହେଉଛନ୍ତି ଭାଗିରଥି ଦାସ, ନଟବର ଷଡ଼ଙ୍ଗୀ, ଗୌରାଙ୍ଗ ଚରଣ ଦାସ, କିଶୋର ମାଣିଆ ଓ ପ୍ରୀତି ରଂଜନ ଦାଶ ।

Share in top social networks!
Powered By Indic IME