ଜିଲ୍ଲା ବିଜେପି ତରଫରୁ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

 ବିଜେପି କାର୍ଯ୍ୟକର୍ତାଙ୍କ ସହ ବହୁସଂଖ୍ୟାରେ ସାଧାରଣ ଜନତା, ପୂର୍ବତନ ବିଏମ୍ସି କର୍ମଚାରୀ ଓ ସଫେଇ କର୍ମଚାରୀ ଜଣାଇଲେ ସ୍ୱାଗତ
 ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ଲୋଡିଲେ
 ରାସ୍ତାକଡରେ ବସି ଚା’ ପିଇବା ସହିତ ଅଟୋ ଚାଳକ ତଥା ଜନସାଧାରଣଙ୍କ ସହ କଥା ହୋଇ ଭୁବନେଶ୍ୱର ସହରର ଉନ୍ନତି ପାଇଁ ସହଯୋଗ କାମନା କଲେ

ଭୁବନେଶ୍ୱର: ଗତ ୨୭ ତାରିଖରେ ନୂଆଦିଲ୍ଲୀଠାରେ ଆନୁÂାନିକ ଭାବେ ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀମତି ଅପରାଜିତା ଷଡଙ୍ଗୀ ଆଜି ଭୁବନେଶ୍ୱରରେ ଆସି ପହଂଚିଛନ୍ତି । ବିମାନ ବନ୍ଦରରେ ପହଂଚିବା ପରେ ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ଣ ଖୁଂଟିଆଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ତରଫରୁ ଶ୍ରୀମତୀ ଷଡଙ୍ଗୀଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ବିଜେପି କାର୍ଯ୍ୟକର୍ତାଙ୍କ ସହ ବହୁସଂଖ୍ୟାରେ ସାଧାରଣ ଜନତା, ପୂର୍ବତନ ବିଏମ୍ସି କର୍ମଚାରୀ ଓ ସଫେଇ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରୀମତୀ ଷଡଙ୍ଗୀଙ୍କୁ ସ୍ୱାଗତ ଜଣାଇଥିଲେ ।
ଏହା ପରେ ଶ୍ରୀମତୀ ଷଡଙ୍ଗୀ ସିଧାସଳଖ ଲିଙ୍ଗରାଜ ମନ୍ଦିରକୁ ଯାଇ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । କିଛି ସମୟ ବିନ୍ଦୁସାଗରରେ ଅତିବାହିତ କରିବା ପରେ ଶ୍ରୀମତୀ ଷଡଙ୍ଗୀ ପୁରୁଣା ଭୁବନେଶ୍ୱରର ସ୍ମୃତିକୁ ମଧ୍ୟ ଉପଭୋଗ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛି ବୋଲି କହିବା ସହ ରାଜଧାନୀବାସୀଙ୍କ ସ୍ୱାଗତ ଦେଖି ବହୁତ ଖୁସିଅଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଋାସ୍ତାକଡରେ ବସି ଚା ପିଇବା ସହିତ ଅଟୋ ଚାଳକ ତଥା ଜନସାଧାରଣଙ୍କ ସହ କଥା ହୋଇ ଆଗାମୀ ଦିନରେ ଭୁବନେଶ୍ୱରର ସହରର ଉନ୍ନତି ପାଇଁ ସେମାନଙ୍କର ସହଯୋଗ କାମନା କରିଥିଲେ । ଆଗାମୀ ଦିନରେ ଦଳର ନିଦେ୍ର୍ଧଶ ମତେ ସମସ୍ତଙ୍କ ସହ ମିଳିମିଶି କାମ କରି ରାଜ୍ୟକୁ ଏକ ପ୍ରଗତୀଶୀଳ ରାଜ୍ୟରେ ଗଢି ତୋଳିବା ପାଇଁ କାର୍ଯ୍ୟ କରିବି ବୋଲି ଶ୍ରୀମତି ଷଢଙ୍ଗୀ ଗଣମାଧ୍ୟମରେ କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଅମୀୟ ଦାଶ, ଉର୍ମିଳା ମହାପାତ୍ର, ରାଜେନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସମେତ ଜିଲ୍ଲା ଏବଂ ସମସ୍ତ ମଣ୍ଡଳର କାର୍ଯ୍ୟକର୍ତା ଓ ସ୍ଥାନୀୟ ନେତୃବୃନ୍ଦମାନେ ଉପସ୍ଥିତ ରହିଥିଲେ ।

Share in top social networks!
Powered By Indic IME