କନ୍ୟା ଅନମୋଲ ହୈ ର Y4C କର୍ମଶାଳା ଅନୁଷ୍ଠିତ

ସମାଜ ଗଠନରେ ଯୁବସମାଜ ର ଭୁମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।ସାମ୍ପ୍ରତିକ ସମାଜରେ ଶିଶୁକନ୍ୟା ନିର୍ଯ୍ୟାତନା ଏକ ବ୍ୟାଧି ପରି ଦିନକୁଦିନ ବ୍ୟାପିବାରେ ଲାଗିଛି।ଏହି ସମସ୍ୟାର ନିରାକରଣ ତଥାଶିଶୁ କନ୍ୟା ର ସୁରକ୍ଷା ଦିଗରେ ପ୍ରତ୍ୟେକ ସ୍ତରରେ ସଚେତନତା ଏବଂ ସମାଜର ସମସ୍ତ ବର୍ଗରେ ସୁସ୍ଥ ମାନସିକତା ର ବିକାଶ ନିତାନ୍ତ ଆବଶ୍ୟକ।

ଏହି ଚିନ୍ତାଧାରା ର ପ୍ରଚାର ଓ ପ୍ରସାର ନିମନ୍ତେ କନ୍ୟା ଅନମୋଲ ହୈ ଅନୁଷ୍ଠାନ, ଓଡିଶା ଡାଇରି ଫାଉଣ୍ଡେସନ ଓ ରୋଟାରି କ୍ଲବ ଅଫ ଭୁବନେଶ୍ବର, ଏଲିଟ ର ମିଳିତ ଆନୁକୂଲ୍ୟ ରେ ଭୁବନେଶ୍ବର ସ୍ଥିତ ଓଡ଼ିଶା ରାଜ୍ୟ ଅଭିଲେଖାଗାର ର ସମ୍ମିଳନୀ କକ୍ଷରେ Y4C ବା ଶିଶୁ କନ୍ୟା ସୁରକ୍ଷା ନିମନ୍ତେ ଯୁବସମାଜ ର ଭୁମିକା ସମ୍ପର୍କରେ ଏକ ସ୍ବତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି। କନ୍ୟା ଅନମୋଲ ହୈ ର ସଭାପତି ଅମିୟବାଳା ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଡ଼ଃ ହରପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ସାମ୍ପ୍ରତିକ ସମାଜରେ ଯୁବପିଢୀ ଙ୍କୁ ସକରାତ୍ମକ ମାର୍ଗରେ ଚାଲିବା ପାଇଁ ଉପଦେଶ ଦେଇଥିଲେ।ସତ୍ୟସାଇ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ। ଶ୍ରୀମତୀ ଶାନ୍ତ। ମିଶ୍ର ଶିକ୍ଷା ମାଧ୍ୟମରେ ସମାଜରେ ପରିବର୍ତ୍ତନ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ।

ପୁରୁଷ ହୋଇ ମଧ୍ୟ ନାରୀବାଦ ରେ ବିଶ୍ଵାସ କରନ୍ତି କାରଣ ନାରୀ ହିଁ ହେଉଛି ଜନନୀ ବୋଲି ଦୃଢ଼ତା ର ସହ କହିଥିଲେ ଅନ୍ୟତମ ସମ୍ମାନିତ ଅତିଥି ତଥା ଯୁବ ସମାଜ ସେବୀ ଏନ. କେ.ପାଢ଼ୀ।ଅନ୍ୟତମ ଅତିଥି ତଥା ମୁଖ୍ୟ ବକ୍ତା ଶ୍ରୀଯୁକ୍ତ କମଳକାନ୍ତ ଦାସ ସମାଜ ର ବିକାଶ ନିମନ୍ତେ ଉଭୟ ନାରୀ ଓ ପୁରୁଷ ଙ୍କ ମଧ୍ୟରେ ସମନ୍ବୟ ସ୍ଥାପନ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଓ କନ୍ୟା ଅନମୋଲ ହୈ ସହିତ “ନଲେଜ ପାର୍ଟନର”ଭାବେ କାର୍ଯ୍ୟ କରିବାପାଇଁ ସମ୍ମତି ପ୍ରଦାନ କରିଥିଲେ।ଏହି ଅବସରରେ କନ୍ୟା ଅନମୋଲ ହୈ ର ରାଷ୍ଟ୍ରୀୟ ସଂଯୋଜକ ତଥା ଓଡିଶା ଯୁବ ପ୍ରେରଣା ସମ୍ମାନ ରେ ସମ୍ମାନିତ ଶ୍ରୀଯୁକ୍ତ ସରୋଜ ଦାଶ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କନ୍ୟା ଅନମୋଲ ହୈ ର ରାଜ୍ୟ ସଂଯୋଜକ ସାଗର ଦାଶ ମଞ୍ଚ ପରିଚାଳନା କରିଥିଲେ ଓ ଚୁମକି ଘୋଷାଲ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରୋଟାରି କ୍ଲବ ଏଲିଟ ର ସଭାପତି ଶ୍ରୀଯୁକ୍ତ ତମାଳ ଚୌଧୁରୀ,ଏବଂ ଅନ୍ୟାନ୍ୟ ସଦସ୍ୟ ତଥା କନ୍ୟା ଅନମୋଲ ହୈ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ସମ୍ପାଦନା ନିମନ୍ତେ ସାହାଯ୍ୟ କରିଥିଲେ

Share in top social networks!
Powered By Indic IME