ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବଳରାମପୁର ସମେତ ୪ ପଞ୍ଚାୟତବାସୀ

ଢେଙ୍କାନାଳ ଜିଲ୍ଲାର ବଳରାମପୁର ପଞ୍ଚାୟତ ନିକଟସ୍ଥ ଜଙ୍ଗଲରେ ବଟଲିଂ ପ୍ଲାଣ୍ଟ ପାଇଁ ଚାଲିଥିବା ଆଖିବୁଜା ଗଛକଟାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବନ୍ଦ
କରିବାକୁ ନିଦେ୍ର୍ଧଶ ଦେଇଥିଲେ । ତତ୍‍ସହିତ ଏଠାରେ ଗଛକଟା ବନ୍ଦ ହୋଇଥିଲା । ଏହି ନିଦେ୍ର୍ଧଶନାମାକୁ ସ୍ୱାଗତ
କରି ଆଜି ବଳରାମପୁର ଓ ଆଖପାଖ ପଞ୍ଚାୟତର ବହୁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଓ ଶତାଧିକ
ଗ୍ରାମବାସୀ ଭୁବନେଶ୍ୱର ଆସି ନବୀନ ନିବାସ ଠାରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ ।
କେବଳ ବଳରାମପୁର ନୁହେଁ, ଆଖପାଖର କାଶିଆଡିହି, ଗୁଣ୍ଡିଚାପଡ଼ା, ଇନ୍ଦିପୁର ଓ ଆହୁରି ଅନେକ ପଞ୍ଚାୟତର
ଲୋକମାନେ ଏଥିରେ ସାମିଲ ହୋଇଥିଲେ ।
ବଳରାମପୁର ସରପଞ୍ଚ ମମିତା ମଞ୍ଜରୀ ନାୟକ, ନାଏବ ସରପଞ୍ଚ ସୁଫଳା ମାଝୀ, ୱାର୍ଡ ମେମ୍ବର ସୁଷମା
ନାଏକ, ରେଣୁବାଳା ନାଏକ, ମମତା ବେହେରା, ଚପଳା ସେଠୀ, କାଶିଆଡିହି ସରପଞ୍ଚ ଝୁନାରାଣୀ ପ୍ରଧାନ,
ଗୁଣ୍ଡିଚାପଡ଼ା ସରପଞ୍ଚ କାର୍ତ୍ତିକ ସାହୁ, ଇନ୍ଦିପୁର ସରପଞ୍ଚ ରାଜକିଶୋର ରାଉତ, ଗ୍ରାମର ବିଶ୍ୱଜିତ ପାତ୍ର, ମୀନକେତନ
ସାହୁ, ମାୟାଧର ପୃଷ୍ଟି, ଭଗବାନ ସାହୁ, ଭାସ୍କର ଦଳେଇ, ନୃସିଂହ ଚରଣ ପ୍ରଧାନଙ୍କ ସମେତ ୨୦୦ରୁ ଊଦ୍ଧ୍ୱର୍
ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବହୁ ମୂଲ୍ୟବାନ ଗଛଗୁଡିକ ନକାଟିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ
ନିଦେ୍ର୍ଧଶନାମାକୁ ଉଚ୍ଚ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସମେତ ବିଜେଡି ରାଜ୍ୟ ସାଧାରଣ ସଂପାଦକ ସୁଧୀର
କୁମାର ସାମଲ, ରାଜ୍ୟ ସଂପାଦକ ତଥା ଢେଙ୍କାନାଳ ସହ ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ବରିÂ ନେତା
ନରୋତ୍ତମ ସାହୁ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME